ଆଜି ବିଶ୍ୱ କିଡନୀ ଦିବସ


୨୦୦୬ ମସିହାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାର୍ଚ୍ଚ ମାସର ଦ୍ୱିତୀୟ ଗୁରୁବାରକୁ ବିଶ୍ୱ କିଡନୀ ଦିବସ ଭାବେ ପାଳନ କରିଆସୁଛି। ପ୍ରତିବର୍ଷ କିଡନୀ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରତିଟି ମଣିଷ ଚାହେଁ ସେ ସୁସ୍ଥ ଓ ଖୁସି ରହୁ। ସେଥିଲାଗି ଅନେକ ସମସୟରେ ଆମ ଶରୀରରେ ଦେଖାଦେଉଥିବା ସମସ୍ୟା ଯୋଗୁଁ ଅନେକ ସମସ୍ୟା ଆସିଥାଏ। ବ୍ୟସ୍ୟବହୁଳ ସମାଜରେ ଅନେକଙ୍କ ପାଖରେ କିଡନି ସମସ୍ୟା ଦେଖାଦେଇଥାଏ। ସମସ୍ତେ ଚାହାନ୍ତି ଯେ କିଡନୀ ସାରା ଜୀବନ ସୁସ୍ଥ ରହୁ ବୋଲି ଯଦି କିଛି ଉପାୟ ଆପଣ ଆପଣାଇବେ ତେବେ ଆପଣ ସୁସ୍ଥ ରହିବା ସହ ଆପଣଙ୍କ କିଡନି ବି ସୁସ୍ଥ ରହିବ। ସ୍ୱାସ୍ଥ୍ୟ ପ୍ରତି ସଜାଗ ନ ରହିଲେ ନାନାଦି ପ୍ରକାରର ରୋଗ ଶରୀରକୁ ଗ୍ରାସ କରେ। ଆଜିର ସମୟରେ ଅଧିକାଂଶ ଲୋକ ଖାଦ୍ୟପେୟରେ ଅନିୟମିତତା ଏବଂ ଜଙ୍କଫୁଡ୍ ଅତ୍ୟଧିକ ଖାଇବା ଯୋଗୁଁ କିଡନୀ ରୋଗରେ ପୀଡିତ ହୋଇଥାନ୍ତି। ଠିକ୍ ସମୟରେ ଏହାର ନିରାକରଣ ନକଲେ ପରେ ଏହି ରୋଗ ଅନେକ ଦାଉ ସାଧିଥାଏ।


Share It

Comments are closed.