ବଢିବାରେ ଲାଗିଛି ମୃତକଙ୍କ ସଂଖ୍ୟା, ଭୂମିକମ୍ପ ପରେ ତୁର୍କୀ-ସିରିଆରେ ହାହାକାର ପରିସ୍ଥିତି


ବିନାଶକାରୀ ଭୂକମ୍ପରେ ତୁର୍କୀ-ସିରିଆରେ ହାହାକାର ପରିସ୍ଥିତି ଲାଗି ରହିଛି। ରିପୋର୍ଟ ଅନୁଯାୟୀ, ତୁର୍କୀର ଦକ୍ଷିଣ-ପୂର୍ବ ଅଞ୍ଚଳ କହରାମନମରାମରେ ରବିବାର ପୁଣି ଭୂକମ୍ପ ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୪.୭ ରେକର୍ଡ କରାଯାଇଛି। ତୁର୍କୀର କହରାମନମରାମ ସହର ଠାରୁ ୨୪ କିଲୋମିଟର ଦୂର ଦକ୍ଷିଣରେ ଏହି ଭୂକମ୍ପ ଝଟକା ଅନୁଭବ ହୋଇଛି।
ସେପଟେ ବିନାଶକାରୀ ଭୂକମ୍ପରେ ବଢି ଚାଲିଛି ମୃତ୍ୟୁ ସଂଖ୍ୟା। ଏଯାଏଁ ମୃତ୍ୟୁ ସଂଖ୍ୟା ୩୪ ହଜାର ଅତିକ୍ରମ କରି ସାରିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହାସହ ଭୂକମ୍ପ କାରଣରୁ ପ୍ରାୟ ୨୫ ହଜାରରୁ ଅଧିକ ଅଟ୍ଟାଳିକା ଧ୍ୱଂସ ହୋଇ ସାରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସହ ଅନ୍ୟ ବିଶେଷଜ୍ଞ ସଂସ୍ଥାନଙ୍କ ଅନୁମାନ ଅନୁଯାୟୀ ମୃତ୍ୟୁ ସଂଖ୍ୟା ୫୦ ହଜାରରୁ ଅଧିକ ହୋଇପାରେ। ଉଦ୍ଧାର କାର୍ଯ୍ୟ ସହ ଆହତଙ୍କ ଚିକିତ୍ସା ଜାରି ରହିଛି।


Share It

Comments are closed.