ବକରିଇଦରେ ଗୋ-ହତ୍ୟାର କଥା କହି କର୍ଣ୍ଣାଟକର ଏହି ମୌଲବୀ ଏବେ ବିବାଦ ଘେରରେ


କର୍ଣ୍ଣାଟକର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଶିବାନନ୍ଦ ପାଟିଲ ଉପସ୍ଥିତିରେ ଜଣେ ମୌଲବୀ ବକରିଇଦରେ ଗୋ-ହତ୍ୟା କରିବାର କଥା କହି ଏବେ ବିବାଦ ଘେରକୁ ଚାଲିଆସିଛନ୍ତି । ରାଜ୍ୟରେ ଗୋ-ହତ୍ୟା ଉପରେ ନିଷେଧାଦେଶ ଲାଗିଥିବାବେଳେ, ମୈଳବୀଙ୍କର ଏହି କଥା ଏବେ ରାଜ୍ୟରେ ଆଲୋଡନା ସୃଷ୍ଟି କରିଛି ।
ଉତ୍ତର କର୍ଣ୍ଣାଟକର ବିଜୟାପୁରାରେ ଦୁଇ ଦିନ ପୂର୍ବରୁ ରାମଜାନ ସମୟରେ ନାମଜ ପାଠବେଳେ ମୈଲବୀ ‘ତନୱିର ହାସମି ’ ଏହି ପ୍ରକାର ବୟାନ ଦେଇଥିଲେ । ସେ ବିଜୟାପୁରାର ପ୍ରସିଦ୍ଧ ହାସିମ ପୀର ଦରଘାର ପ୍ରମୁଖ ଅଟନ୍ତି । ସେ ଗୋ-ହତ୍ୟା ପାଇଁ ବୟାନ ଦେଇଥିବା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ହାସିମ ଏହି ବୟାନ ଦେବା ସମୟରେ ଖୋଦ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନିରବ ରହିଥିଲେ ।
ହାସିମ ଉର୍ଦ୍ଦୃରେ ଏହି ବୟାନ ଦେଇ କହିଥିଲେ ଯେ, ‘ମୁଁ ଆପଣଙ୍କୁ କହି ରଖିବାକୁ ଚାହୁଁଛି କି(ମନ୍ତ୍ରୀ) ଆଉ ଦୁଇ ମାସ ପରେ ବକରୀ ଇଦ ଆସିବ । ଗାଁ ନାମ ନେଇ ସଇତାନ ଲୁଚକାଳି ଖେଳିବ । ମୁଁ ପୂର୍ବରୁ କହିଦେବାକୁ ଚାହୁଁଛି ଯେ , ଗାଇ ସହ ଅନ୍ୟ କୌଣସି ବଳିଦାନ କରାଯିବ ନାହିଁ ।’
ହାସିଲ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ବିଜେପି ବିଧାୟକ ବାସନଗୌଡ ପାଟିଲ ୟତନାଲ ଦେଇଥିବା ଟିପ୍ପଣୀ ପରେ ଏହି ବୟାନ ଦେଇଥିଲେ । ଯେଉଁଥିରେ ପୂର୍ବତ୍ତନ କେନ୍ଦ୍ର ମନ୍ତ୍ରୀ ଏବଂ ବିଧାୟକ ସିଧାସଳଖ କହିଥିଲେ କାଉନସିଲର କେବଳ ହିନ୍ଦୁଙ୍କ ପାଇଁ ହିଁ କାମ କରିବେ । ଏହି ବୟାନର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।


Share It

Comments are closed.