ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟିର ଇବିଆଇଟିଡିଏରେ ଉଲ୍ଲେଖନୀୟ ୮୧% ବୃଦ୍ଧି


ଭୁବନେଶ୍ୱର: ଜୟ ଇ-ବାଇକ୍ ବ୍ରାଣ୍ଡ୍ ନାମରେ ଇଲେକ୍ଟ୍ରିକ୍ ଯାନ ନିର୍ମାଣ କରୁଥିବା ଗୁଜରାଟର ସଂସ୍ଥା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ଏହି ସମୟରେ କଂପାନିର ମୋଟ ରାଜସ୍ୱ ୫୨.୨୭% ବୃଦ୍ଧି ପାଇ ୧୦୬.୩୨ କୋଟି ଟଙ୍କା ହୋଇଥିବା ବେଳେ ଇବିଆଇଟିଡିଏ ୮୦.୯୪ ପ୍ରତିଶତ ବୃଦ୍ଧି ପାଇ ୧୧.୨୨ କୋଟି ଟଙ୍କା ହୋଇଛି । ଟିକସ ପରବର୍ତୀ ଲାଭ ୫୯.୩୮ ପ୍ରତିଶତ ବୃଦ୍ଧି ପାଇ ୫.୩୫ କୋଟି ଟଙ୍କା ହୋଇଛି ।
ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ୟତିନ ଗୁପ୍ତେ କହିଛନ୍ତି ଯେ, “ଆମେ ଆର୍ôଥକ ବର୍ଷ ୨୦୨୩-୨୪ର ତୃତୀୟ ତୈମାସିକରେ ଆମର ଅସାଧାରଣ ଆର୍ôଥକ ପ୍ରଦର୍ଶନ ଘୋଷଣା କରି ଆନନ୍ଦିତ । ଏହି ଦୃଢ଼ ଅଭିବୃଦ୍ଧି ଭାରତୀୟ ବଜାରକୁ ସ୍ଥାୟୀ ଏବଂ ଅଭିନବ ଇଲେକ୍ଟ୍ରିକ୍ ଗମନାଗମନ ସମାଧାନ ପ୍ରଦାନ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ବିକ୍ରୟ ପରିମାଣରେ ବୃଦ୍ଧି ଆମର ଅଫରଗୁଡିକର ବର୍ଦ୍ଧିତ ଗ୍ରହଣୀୟତାକୁ ସୂଚିତ କରୁଛି । ମାର୍କେଟିଂରେ ଆମର ରଣନୈତିକ ପୁଞ୍ଜିନିବେଶ ସକାରାତ୍ମକ ଫଳାଫଳ ପ୍ରଦାନ କରିଛି ଏବଂ ଆମେ ଆଶା କରୁଛୁ, ବିକ୍ରୟ ପରିମାଣର ଉନ୍ନତି ଧାରା ଜାରି ରହିବ । ଏହା ଦ୍ୱାରା ଆମ କମ୍ପାନିର ପ୍ରଦର୍ଶନ ସକାରାତ୍ମକ ଭାବେ ସୁଦୃଢ଼ ହେବ । ଆମେ ଅଧିକ ସମ୍ପ୍ରସାରଣ ଏବଂ ବିକାଶ ପାଇଁ ସକ୍ରିୟ ଭାବରେ ପ୍ରୟାସ କରୁଛୁ, ୱାର୍ଡୱିଜାର୍ଡ ଆମର ପାଣ୍ଠି ସଂଗ୍ରହ କାର୍ଯ୍ୟ ପାଇଁ ମଧ୍ୟସ୍ଥିମାନଙ୍କୁ ସଫଳତାର ସହ ନିଯୁକ୍ତ କରିଛି । ଏହି ଗୁରୁତ୍ୱପୂର୍ଣ୍ର ପଦକ୍ଷେପ ଆମକୁ ଭବିଷ୍ୟତର ଅଭିବୃଦ୍ଧି ଏବଂ ବିକାଶ ପାଇଁ ଭଲ ସ୍ଥିତିରେ ରଖିଛି କାରଣ ଆମେ ଇଲେକ୍ଟ୍ରିକ୍ ଯାନ ଶିଳ୍ପର ଗତିଶୀଳ ପରିଦଶ୍ୟରେ ଆଗକୁ ବଢ଼ିବାରେ ଆମ ପାଇଁ ସହାୟକ ହେବ ।”
୨୦୨୪ ସୁଦ୍ଧା ଇଲେକ୍ଟ୍ରିକ୍ ଯାନ ଆନୁଷଙ୍ଗିକ କ୍ଲଷ୍ଟର ବିକଶିତ କରିବା ପାଇଁ କମ୍ପାନି ଗୁଜରାଟ ସରକାରଙ୍କ ସହ ୨,୦୦୦ କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷର କରିଛି ଯେଉଁଥିରେ ୨୦୨୪ ସୁଦ୍ଧା ୫,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି ।
ୱାର୍ଡୱିଜାର୍ଡର “ଜୟ ଇ-ବାଇକ୍‌” ବ୍ରାଣ୍ଡ ଏକ ଉଲ୍ଲେଖନୀୟ ସଫଳତା ହାସଲ କରି ମାତ୍ର ୬ ମାସ ମଧ୍ୟରେ ସମଗ୍ର ଭାରତରେ ୧୦୦ରୁ ଅଧିକ ଏକ୍ସକ୍ଲୁସିଭ୍ ସୋ’ରୁମ୍ ଏବଂ ୭୫୦ରୁ ଅଧିକ ଟଚ୍ ପଏଂଟ୍ ଖୋଲିଛି । ସୋ’ରୁମ୍ ରେ ଅତ୍ୟାଧୁନିକ ପିଡିସିପିଡି ସାମଗ୍ରୀରେ ନିର୍ମିତ ସ୍ଥାୟୀ ଏମ୍ ଆଇଏଚ୍‌ଓଏସ୍ ସ୍କୁଟର ସମେତ ବିଭିନ୍ନ ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ ରହିଛି ।


Share It

Comments are closed.