ୱି ପକ୍ଷରୁ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ “ୱି ପ୍ରାୟରିଟି’ ସେବାର ଶୁଭାରମ୍ଭ


ଭୁୁବନେଶ୍ୱର: ଅଗ୍ରଣୀ ଟେଲିକମ୍ ଅପରେଟର ୱି ପକ୍ଷରୁ ପୋଷ୍ଟପେଡ୍ ଗ୍ରାହକମାନଙ୍କୁ ସ୍ୱତନ୍ତ୍ର ଅନୁଭୂତି ପ୍ରଦାନ କରିବା ଲାଗି ନୂଆ ସେବା “ୱି ପ୍ରାୟରିଟି’ର ଶୁଭାରମ୍ଭ କରାଯାଇଛି । ନିର୍ଦ୍ଦିଷ୍ଟ କେତେକ ସହରରେ କରାଯାଇଥିବା ପରୀକ୍ଷଣରୁ ମିଳିଥିବା ତଥ୍ୟ ଓ ଶିକ୍ଷା ଆଧାରରେ ଏହି ନୂଆ ସେବାକୁ ପ୍ରସ୍ତୁତ କରାଯାଇଛି ।
ଭିନ୍ନ ପ୍ରକାରର ସୁବିଧାସୁଯୋଗ ଜରିଆରେ ଗ୍ରାହକ ସେବା କ୍ଷେତ୍ରରେ ଉନ୍ନତି ଆଣିବା ଓ ଗ୍ରାହକ ଅନୁଭୂତି ଓ ପ୍ରଦର୍ଶନକୁ ବଢ଼ାଇବା ଲାଗି ୱି ପ୍ରାୟରିଟିକୁ ପ୍ରସ୍ତୁତ କରାଯାଇଛି । ୬୯୯ ଟଙ୍କିଆ କିମ୍ବା ତା’ଠାରୁ ଅଧିକ ମୂଲ୍ୟର ପ୍ଲାନ୍ ନେଇଥିବା ୱି ଗ୍ରାହକ ଓ ୪ କିମ୍ବା ତା’ଠାରୁ ଅଧିକ ସଦସ୍ୟ ବିଶିଷ୍ଟ ଫାମିଲି ପ୍ଲାନ୍ ନେଇଥିବା ଗ୍ରାହକମାନେ ଏହି ପ୍ରାୟରିଟି ସେବାର ଲାଭ ପାଇପାରିବେ । ବରିଷ୍ଠ ନାଗରିକ ଏବଂ ୱି ସହିତ ୧୦ ବର୍ଷରୁ ଅଧିକ ସମୟ ଧରି ଯୋଡ଼ିହୋଇ ରହିଥିବା ଗ୍ରାହକମାନେ ମଧ୍ୟ ଏହାର ଲାଭ ପାଇପାରିବେ ।
ୱି ପ୍ରାୟରିଟି ସେବାରେ ଗ୍ରାହକମାନେ କେତେକ ସ୍ୱତନ୍ତ୍ର ସୁବିଧା ସୁଯୋଗ ପାଇପାରିବେ ଯେଉଁଥିରେ ସେମାନଙ୍କୁ ଚବିଶ ଘଂଟା ସିଧାସଳଖ କଲ୍ ସେଂଟରକୁ ପ୍ରିମିୟମ୍ କଲ୍ କରିବା ସୁବିଧା ମିଳିବ । ୱି ଷ୍ଟୋର୍‌ରେ ସେମାନଙ୍କୁ ଅଗ୍ରାଧିକାର ସୁବିଧା ମିଳିବ । ସେମାନଙ୍କୁ କୌଣସି ପ୍ରତୀକ୍ଷା କରିବାକୁ ପଡ଼ିବନି । ୱି ଆପ୍‌ରେ ସେମାନେ ସୁବିଧାରେ ବିଲ୍ ପେମେଂଟ୍ କରିପାରିବେ ।
ଭୋଡାଫୋନ ଆଇଡିଆ ଲିମିଟେଡ୍‌ର ସିଓଓ ଅଭିଜିତ କିଶୋର କହିଛନ୍ତି ଯେ, “ୱିରେ ଆମ ପାଇଁ ଏହା ଅତ୍ୟନ୍ତ ଗର୍ବର ବିଷୟ ଯେ ବହୁ ସଂଖ୍ୟାର ଏକ ନିର୍ଦ୍ଦିଷ୍ଟ ବର୍ଗର ଦୀର୍ଘସ୍ଥାୟୀ ଗ୍ରାହକଙ୍କ ଆମ ବ୍ରାଣ୍ଡ୍ ଓ ନେଟ୍‌ୱର୍କ ଉପରେ ଗଭୀର ବିଶ୍ୱାସ ରହିଛି । ୱି ପ୍ରାୟରିଟିର ଶୁଭାରମ୍ଭ ହେଉଛି ପୋଷ୍ଟପେଡ୍ ସେବାରେ ଅଧିକରୁ ଅଧିକ ଭିନ୍ନତା ଯୋଡ଼ିବା ଏବଂ ମୂଲ୍ୟବାନ ଗ୍ରାହକଙ୍କୁ ସଶକ୍ତ କରିବା ଓ ସ୍ୱତନ୍ତ୍ର ଅନୁଭୂତି ଦେବା । ଆମ ପ୍ରାୟରିଟି ଗ୍ରାହକମାନେ ସ୍ୱତନ୍ତ୍ର ସମୁଦାୟ ଯାହା ଆମର ସ୍ୱତନ୍ତ୍ର ଉତ୍ପାଦ ଓ ଅତୁଳନୀୟ ସେବା ଜରିଆରେ ବର୍ଷ ବର୍ଷ ଧରି ଗଠନ ହୋଇଛି । ଏକ କଂପାନି ଭାବେ ଆମେ ଗ୍ରାହକଙ୍କୁ ଉତ୍କୃଷ୍ଟ ଅନୁଭବ ପ୍ରଦାନ କରିବା ଦିଗରେ କାର୍ଯ୍ୟ କରୁଛୁ ଏବଂ ୱି ପ୍ରାୟରିଟି ହେଉଛି ସେହି ସେବାକୁ ଆଉ କିଛି ପାହାଚ ଉପରକୁ ନେବା ଦିଗରେ ଏକ ପଦକ୍ଷେପ ।’’
ୱି ପ୍ରାୟରିଟି ସେବା ମୁମ୍ବାଇ, ଦିଲ୍ଲୀ, କୋଲକାତା, ଗୁଜରାଟ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ଗୋଆ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ଉପଲବ୍ଧ ହୋଇଥିବା ବେଳେ ଖୁବ୍‌ଶୀଘ୍ର ସାରା ଦେଶରେ ଉପଲବ୍ଧ ହେବାକୁ ଯାଉଛି ।
ୱି ଦେଶର ପୋଷ୍ଟପେଡ୍ ଗ୍ରାହକମାନଙ୍କୁ ଶ୍ରେଷ୍ଠ ମୂଲ୍ୟ ପ୍ରଦାନ କରୁଛି । ନୂଆ ସେବା ସହିତ କଂପାନି ପୋଷ୍ଟପେଡ୍ ଗ୍ରାହକମାନଙ୍କୁ ଉନ୍ନତ ଅନୁଭୂତି ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ୱି ମ୍ୟାକ୍ସ ପ୍ଲାନ୍‌ରେ ରହିଛି ଅଧିକ ଡାଟା, ଅଧିକ ନିୟନ୍ତ୍ରଣ, ଅଧିକ ସୁବିଧା ସୁଯୋଗ ଓ ଅତୁଳନୀୟ ସେବା ଯାହା ଏହି ଡିଜିଟାଲ୍ ଯୁଗରେ ଗ୍ରାହକମାନଙ୍କ ପରିବର୍ତିତ ଆବଶ୍ୟକତାକୁ ପୂରଣ କରିବ ।


Share It

Comments are closed.