ୱି ଆପ୍‌ରେ ରିଚାର୍ଜ କଲେ ୱି ଗ୍ରାହକ ପାଇବେ ୫ ଜିବି ଅତିରିକ୍ତ ଡାଟା


ଭୁବନେଶ୍ୱର: ଅଗ୍ରଣୀ ଟେଲିକମ୍ କଂପାନି ୱି ପକ୍ଷରୁ ଆକର୍ଷଣୀୟ ମହା ରିଚାର୍ଜ ଘୋଷଣା କରାଯାଇଛି ଯେଉଁଥିରେ ଗ୍ରାହକମାନେ ବିନା ମୂଲ୍ୟରେ କେବଳ ୱି ଆପ୍ ଜରିଆରେ ରିଚାର୍ଜ କରି ୫ ଜିବି ଅତିରିକ୍ତ ଡାଟା ପାଇପାରିବେ ।
୨୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ରିଚାର୍ଜ ଉପରେ ବିନା ମୂଲ୍ୟରେ ୫ ଜିବି ଡାଟା ମିଳିବ (୩ ଦିନ ବୈଧ) । ୧୯୯ ଟଙ୍କାରୁ ୨୯୯ ଟଙ୍କା ପର୍ଯ୍ୟନ୍ତ ରିଚାର୍ଜ ଉପରେ ୨ ଜିବି ଡାଟା (୩ ଦିନ ବୈଧତା) ମିଳିବ । ଏହି ସୀମିତ ଅବଧିର ଅଫର ଏବେ ୱି ଆପ୍‌ରେ କରାଯାଉଥିବା ୧୯୯ ଟଙ୍କିଆ ଓ ତା’ଠାରୁ ଅଧିକ ମୂଲ୍ୟର ପ୍ରିପେଡ୍ ରିଚାର୍ଜ ଉପରେ ମିଳୁଛି ।
ୱି ବ୍ୟବହାରକାରୀମାନେ ଅତିରିକ୍ତ ଡାଟାକୁ ୱି ମୁଭିଜ୍ ଆଣ୍ଡ୍ ଟିଭିରେ ସିନେମା, ଭିଡିଓର ଲାଇଭ୍ ଷ୍ଟ୍ରିମିଂ ଦେଖିବା କିମ୍ବା ଚାଲିଥିବା ଟି୨୦ ଟୁ୍‌ର୍ଣ୍ଣାମେଂଟ୍‌ର ମ୍ୟାଚ୍ ଦେଖିବା, ୱି ମ୍ୟୁଜିକ୍‌ରେ ଗୀତ ଶୁଣିବା, ସପିଙ୍ଗ, ସର୍ଫ, ଚାଟ୍‌, କାର୍ଯ୍ୟ କିମ୍ବା ପଢ଼ାପଢ଼ି ଲାଗି ଖର୍ଚ୍ଚ କରିପାରିବେ । ୱି ଗ୍ରାହକମାନେ ୱି ଆପ୍‌ର ୱି ଗେମ୍‌ସ ଖେଳିପାରିବେ ଯେଉଁଥରେ ୧୨୦୦ରୁ ଅଧିକ ଆଣ୍ଡ୍ରଏଡ୍ ଓ ଏଚ୍‌ଟିଏମ୍‌ଏଲ୍‌୫ ଭିତିକ ମୋବାଇଲ୍ ଗେମ୍‌ସ ୧୦ଟି ଲୋକପ୍ରିୟ ବର୍ଗରେ ରହିଛି ।
ଏହା ବ୍ୟତୀତ ୱି ପକ୍ଷରୁ ବର୍ତମାନ ୱି୨୦ଫ୍ୟାନ୍‌ଫେଷ୍ଟ ଚ୍ୟାଲେଞ୍ଜ ଚାଲିଛି ଯେଉଁଥିରେ ଗ୍ରାହକମାନଙ୍କୁ ପ୍ରତି ମ୍ୟାଚ୍‌ରେ ସ୍ମାର୍ଟଫୋନ୍ ଜିତିବାର ସୁଯୋଗ ମିଳୁଛି । ପ୍ରତିଯୋଗିତାର ଜଣେ ମେଗା ବିଜେତା ଟି୨୦ ଚାମ୍ପିଆନ୍‌ସିପ୍ ଫାଇନାଲ୍‌ର ଦୁଇଟି ଟିକଟ ଜିତିପାରିବେ । ୱି ଗ୍ରାହକମାନେ ମ୍ୟାଚ୍ ଚାଲିଥିବା ବେଳେ ୱିର ଫେସବୁକ୍‌, ଇନଷ୍ଟ୍ରାଗ୍ରାମ ଓ ଟ୍ୱିଟର ପେଜ୍‌ରେ ୱି୨୦ଫ୍ୟାନ୍‌ଫେଷ୍ଟ୍ ଚ୍ୟାଲେଞ୍ଜ ଖେଳିପାରିବେ ।


Share It

Comments are closed.