ୱି ବିଜନେସ୍ ପକ୍ଷରୁ ୟୋଟା ଡାଟା ସର୍ଭିସେସ୍ ସହିତ ସହଯୋଗିତା ସ୍ଥାପନ


ଭୁବନେଶ୍ୱର: ସଂସ୍ଥାଗୁଡ଼ିକରେ ବ୍ୟାପକ ଡିଜିଟାଲ୍ ରୂପାନ୍ତରଣ ହେଉଥିବାରୁ ଅଧିକାଂଶ କାର୍ଯ୍ୟ କ୍ଳାଉଡ୍‌ରେ ହେଉଛି । ଏହି ଦ୍ରୁତ ଅଭିବୃଦ୍ଧିଶୀଳ ଡିଜିଟାଲ ଦୁନିଆରେ ବିଭିନ୍ନ ସେବା ଓ ସମାଧାନ ପାଇଁ ସଂସ୍ଥାଗୁଡ଼ିକର ଆବଶ୍ୟକତା ବ୍ୟାପକ ହୋଇଛି । ସେମାନଙ୍କ ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ଲାଗି ଦେଶର ଅଗ୍ରଣୀ ଟେଲିକମ୍ କଂପାନି ୱି ବିଜନେସ୍ ପକ୍ଷରୁ ୟୋଟା ଡାଟା ସର୍ଭିସେସ୍ ସହିତ ସହଯୋଗିତା ସ୍ଥାପନ କରାଯାଇଛି ଯାହା ୱି ବିଜନେସ୍‌ର ଡାଟା କୋଲୋକେସନ ଓ କ୍ଲାଉଡ୍ ସର୍ଭିସ୍‌ରେ ଉନ୍ନତି ଆଣିବ ।
ଏହି ସହଯୋଗିତାରେ ଭାରତୀୟ ସଂସ୍ଥାଗୁଡ଼ିକର ଡିଜିଟାଲ୍ ରୂପାନ୍ତରଣ ଯାତ୍ରାରେ ସହଯୋଗିତା ପ୍ରଦାନ କରିବା ଲାଗି ୟୋଟାର ଉଚ୍ଚ ମାନର ଡାଟା ସେଂଟର, କ୍ଲାଉଡ୍ ଭିତିଭୂମି ଓ ସେବା ପ୍ରଦାନ କ୍ଷମତାକୁ ୱି ବିଜନେସ୍ ବ୍ୟବହାର କରିବ । ୟୋଟା ସହିତ ମିଶି ୱି ବିଜନେସ୍ ପକ୍ଷରୁ ସଂସ୍ଥାଗତ ଗ୍ରାହକଙ୍କୁ ସମନ୍ୱିତ ଯୋଗାଯୋଗ, କ୍ଲାଉଡ୍ ଓ ନିରାପତା ସମାଧାନ ପ୍ରଦାନ କରାଯିବ ।
ସମସ୍ତ ପ୍ରମୁଖ ଡାଟା କେନ୍ଦ୍ର ଓ କ୍ଲାଉଡ୍ ସେବା ପ୍ରଦାନକାରୀଙ୍କ ସହିତ ୱି ସଂଯୋଗରେ ରହିଛି ଯାହା ଫଳରେ ଏହା କୋଲୋକେସନ, ହୋଷ୍ଟିଂ, ପବ୍ଲିକ୍ କ୍ଲାଉଡ୍‌, ପ୍ରତ୍ୟକ୍ଷ କ୍ଲାଉଡ୍ ଓ ନିରାପତା ସମାଧାନ ଆଦିକୁ ଏହାର ହାଇ-ସ୍ପିଡ୍ ନେଟ୍‌ୱର୍କ ଜରିଆରେ ପ୍ରଦାନ କରୁଛି ।
ଏହି ଅବସରେ ୱିର କାର୍ଯ୍ୟନିର୍ବାହୀ ଉପସଭାପତି-କନେକ୍ଟିଭିଟି, ସିକ୍ୟୁରିଟି, କ୍ଲାଉଡ୍ ଆଣ୍ଡ୍ ବିଜନେସ୍ ଅପରେସନ୍ସ ରୋଚକ କପୁର କହିଛନ୍ତି ଯେ, “ୟୋଟା ସହିତ ସହଯୋଗିତା ସ୍ଥାପନ କରି ଆମେ ବେଶ ଉଲ୍ଲସିତ ଯାହାର ଦୃଢ଼ ଭିତିଭୂମି ଓ ବିଶ୍ୱସନୀୟ କ୍ଲାଉଡ୍ ପ୍ଲାଟଫର୍ମ ୱିର ବିଜନେସ୍ ପୋର୍ଟଫୋଲିଓକୁ ସୁଦୃଢ଼ କରିବ ଏବଂ ଆମ ଗ୍ରାହକମାନଙ୍କୁ ବିଶ୍ୱ ସ୍ତରୀୟ ଗୁଣାତ୍ମକ ସେବା ପ୍ରଦାନ କରିବ । ଆମ ଗ୍ରାହକଙ୍କୁ ଅତୁଳନୀୟ ମୂଲ୍ୟଯୁକ୍ତ ସେବା ପ୍ରଦାନ କରିବା ଲାଗି ରହିଥିବା ପ୍ରତିବଦ୍ଧତାକୁ ଏହି ସହଯୋଗିତା ସୁଦୃଢ଼ କରୁଛି । ଏଭଳି ସହଯୋଗିତାକୁ ସୁଦୃଢ଼ କରି ଆମେ ସୁହାଇବା ଭଳି ସମାଧାନ ପ୍ରଦାନ କରି ବ୍ୟବସାୟଙ୍କ ସ୍ୱତନ୍ତ୍ର ଆବଶ୍ୟକତା ପୂରଣ କରିବା ଏବଂ ସେମାନଙ୍କ ଡିଜିଟାଲ୍ ଯାତ୍ରାରେ ଅଭିବୃଦ୍ଧି ଆଡ଼କୁ ଅଗ୍ରସର କରାଇ ସେମାନଙ୍କୁ ସଶକ୍ତ କରିବାକୁ ଆମେ ଲକ୍ଷ୍ୟ ରଖିଛୁ ।’’
ୟୋଟା ଡାଟା ସର୍ଭିସେସ୍‌ର ସହ ପ୍ରତିଷ୍ଠାତା, ଏମ୍‌ଡି ଓ ସିଇଓ ସୁନିଲ ଗୁପ୍ତା କହିଛନ୍ତି ଯେ, “ଛୋଟ ବ୍ୟବସାୟଠାରୁ ଆରମ୍ଭ କରି ବଡ଼ ସଂସ୍ଥା ପର୍ଯ୍ୟନ୍ତ ସବୁ ପ୍ରକାରର ସଂସ୍ଥାର ଆବଶ୍ୟକତାକୁ ବିଶ୍ୱସ୍ତରୀୟ ସମାଧାନ ଜରିଆରେ ପୂରଣ କରିବା ଲାଗି ୱି ବିଜନେସ୍‌ର ରହିଥିବା ବ୍ୟବସାୟ ଉଦ୍ୟମ ସହିତ ୟୋଟା ବେଶ ଖାପଖାଉଛି । ଗ୍ରାହକଙ୍କ ଅଭିବୃଦ୍ଧିକୁ ସହାୟତା ପ୍ରଦାନ କରିବା ଲାଗି ୱି ବିଜନେସ୍‌କୁ ଆମର ଡାଟା ସେଂଟର ଓ କ୍ଲାଉଡ୍ ସେବା କ୍ଷମତା ପ୍ରଦାନ କରୁଥିବାରୁ ଆମେ ବେଶ ଉଲ୍ଲସିତ । ଆଜିର ଦୁନିଆରେ ବ୍ୟବସାୟଗୁଡ଼ିକ ଉନ୍ନତ ପ୍ରଯୁକ୍ତି ଆଡ଼କୁ ଅଗ୍ରସର ହେଉଥିବାରୁ ଏହି ସହଯୋଗିତା ବେଶ ଗୁରୁତ୍ୱ ବହନ କରୁଛି । ଏହି ସହଯୋଗିତା ଜରିଆରେ ୱି ବିଜନେସ୍ ପକ୍ଷରୁ ବ୍ୟାପକ ଜିଟିଏମ୍ ଆଉଟ୍‌ରିଚ୍ ଓ ସେବା ପ୍ରଦାନ ଦକ୍ଷତା ଜରିଆରେ ୟୋଟାର ସ୍ୱଦେଶୀ ଡାଟା ସେଂଟର ଓ କ୍ଲାଉଡ୍ ଭିତିଭୂମିକୁ ସମ୍ପ୍ରସାରଣ କରାଯିବ । ବ୍ୟବସାୟକୁ ବ୍ୟାପକ, ଆଗକୁ ବଢ଼ାଇବା ଓ ଉତ୍କର୍ଷ ହାସଲ କରିବାରେ ସହାୟତା ପ୍ରଦାନ କରିବା ପାଇଁ ଆମର ମିଳିତ ଉଦ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ମିଳିତ ଭାବେ ଆମେ ବହୁ ଗ୍ରାହକଙ୍କ ସଫଳତା କାହାଣୀ ରଚନା କରିବାକୁ ଚାହିରହିଛୁ ।’’


Share It

Comments are closed.