ନିଜ ନୂଆ ଫିଲ୍ମର ପୋଷ୍ଟର ଓ ରିଲିଜ ତାରିଖ ସେୟାର କଲେ ଜନ୍‌


ଜନ୍‌ ଆବ୍ରାହମଙ୍କ ପାଇଁ ବର୍ଷ ୨୦୨୩ ଜବରଦସ୍ତ ଥିଲା, କାରଣ ଜାନୁଆରୀରେ ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ସହ ତାଙ୍କ ଫିଲ୍ମ ‘ପଠାନ୍‌’ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ୧୦୦୦ କୋଟିରୁ ଅଧିକ ଆୟ କରି ଏକ ନୂଆ ରେକର୍ଡ଼ କରିଥିଲା। ଇତି ମଧ୍ୟରେ ଜନ୍‌ଙ୍କ ଆଗାମୀ ଚଳଚ୍ଚିତ୍ରର ଘୋଷଣା ହୋଇଯାଇଛି। ଏଥିସହ ମୁକ୍ତିଲାଭ ତାରିଖ ମଧ୍ୟ ସାମ୍ନାକୁ ଆସିଛି।

 

View this post on Instagram

 

A post shared by Nikkhil Advani (@nikkhiladvani)

 

ଜନ୍‌ ଆବ୍ରାହମ୍‌ ଇନଷ୍ଟାଗ୍ରାମରେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ବେଦା’ର ଦୁଇଟି ପୋଷ୍ଟର ଶେୟାର କରିଛନ୍ତି। ପ୍ରଥମ ପୋଷ୍ଟରରେ ଜନ୍‌ ବନ୍ଧୁକ ଧରି ଠିଆ ହୋଇଥିବା ଦେଖିବାକୁ ମିଳିଛି, କିନ୍ତୁ ତାଙ୍କ ମୁହଁ ଦେଖାଯାଉନାହିଁ। ସେହିପରି ଦ୍ବିତୀୟ ପୋଷ୍ଟରରେ ଫିଲ୍ମର ନାଁ ସହିତ ଜନ୍‌ ଆବ୍ରାହମ୍‌ ଓ ଅଭିନେତ୍ରୀ ଶରଭରୀ ୱାଘ୍‌ ନଜର ଆସିଛନ୍ତି। ପୋଷ୍ଟରରେ ଅଭିନେତାଙ୍କ ଘାତକ ଲୁକ୍ ପ୍ରଶଂସକଙ୍କ ହୃଦୟ ଜିତିଛି। ଚଳିତ ବର୍ଷ ଜୁଲାଇ ୧୨ରେ ପରଦାକୁ ଆସିବ ‘ବେଦା’।


Share It

Comments are closed.