ଇଣ୍ଡିଆନ ହୋଟେଲ୍‌ସ କଂପାନି ଲିମିଟେଡ୍ (ଆଇଏଚ୍‌ସିଏଲ୍‌) ପକ୍ଷରୁ ଓଡ଼ିଶାର ହୋଟେଲ୍‌ଗୁଡ଼ିକ ପାଇଁ ସ୍ୱତନ୍ତ୍ର ନୂଆବର୍ଷ ଅଫର ଘୋଷଣା


ଭୁବନେଶ୍ୱର: ଟାଟା ଗ୍ରୁପ୍‌ର ହୋଟେଲ୍ ବ୍ୟବସାୟ ସଂସ୍ଥା ଇଣ୍ଡିଆନ ହୋଟେଲ୍‌ସ କଂପାନି ଲିମିଟେଡ୍ (ଆଇଏଚ୍‌ସିଏଲ୍‌)ର ଓଡ଼ିଶାରେ ଥିବା ବିଭିନ୍ନ ହୋଟେଲ୍‌ଗୁଡ଼ିକ ପକ୍ଷରୁ ନୂଆବର୍ଷ ପାଇଁ ସ୍ୱତନ୍ତ୍ର ଅଫର ଘୋଷଣା କରାଯାଇଛି । ରାଜ୍ୟରେ ଆଇଏଚ୍‌ସିଏଲ୍‌ର ଥିବା ହୋଟେଲ୍‌ଗୁଡ଼ିକ ହେଉଛି ଭିଭାନ୍ତା ଭୁବନେଶ୍ୱର, ଡିଏନ୍ ସ୍କୋୟାର ଓ ଦି କ୍ରାଉନ୍ ଆଇଏଚ୍‌ସିଏଲ୍ ସିଲେକ୍ସନ୍‌ସ ।
ସହରର ଗତିଶୀଳ ତଥା ବୃଦ୍ଧି ପାଉଥିବା ବ୍ୟବସାୟିକ ସ୍ଥଳ କଳିଙ୍ଗ ନଗରରେ ଅବସ୍ଥିତ ଭିିଭାନ୍ତା ଭୁବନେଶ୍ୱର, ଡିଏନ ଛକରେ ନବବର୍ଷ ପାଳନ କରାଯାଇଛି । ଗ୍ରାହକମାନଙ୍କ ଲାଗି ସୁପରିୟର ରୁମ୍‌ସର ମୂଲ୍ୟ ଗୋଟିଏ ରାତି ପାଇଁ ୯୫୦୦ ଟଙ୍କା ସହ ଟିକସ ରହିଛି । ନୂଆବର୍ଷ ସ୍ୱତନ୍ତ୍ର ଅଫରରେ ମିଂଟ୍‌ରେ ଦୈନିକ ବଫେ ଜଳଖିଆ, ଦୈନିକ ହୋଟେଲ କ୍ରେଡିଟ୍ ୧୫୦୦ ଟଙ୍କା, ସ୍ପା, ସାଲୁନ୍ ଏବଂ ଲଣ୍ଡ୍ରି ସେବା ଉପରେ ୨୦% ରିହାତି, ସକାଳ ୧୦.୦୦ରେ ପ୍ରାରମ୍ଭିକ ଚେକ୍ ଇନ୍ ଏବଂ ଅପରାହ୍ନ ୩.୦୦ରେ ବିଳମ୍ବରେ ଚେକ୍ ଆଉଟ୍‌, ଖଦି ଚାର୍ଲି ଆଲଫ୍ରେସ୍କୋ ଅଂଚଳରେ ସନ୍ଧ୍ୟା ୫ରୁ ୬ ପର୍ଯ୍ୟନ୍ତ, ୫ ବର୍ଷରୁ କମ୍ ବୟସର ୨ ଜଣ ପିଲାଙ୍କ ପାଇଁ ରହଣୀ, ୫ରୁ ୧୨ ବର୍ଷ ମଧ୍ୟରେ ପିଲାମାନେ ବୁଫେ ମୂଲ୍ୟର ୫୦% ଅତିରିକ୍ତ ଦେୟରେ ଜଳଖିଆ କରିପାରିବେ, କୋଠରୀରେ ଉତ୍ସବ ପାଳନ, ଅସୀମିତ ଡିଭାଇସ୍ ପାଇଁ ଷ୍ଟାଣ୍ଡାର୍ଡ ୱାଇଫାଇ ଏବଂ ସିଙ୍ଗଲ/ଡବଲ୍ ରୁମ୍ ପାଇଁ ସମାନ ଦର ।
୨୦୨୩ ଡିସେମ୍ବର ୩୧ରେ ଅତିଥିମାନେ ପୁଲ୍‌ସାଇଡ୍ ଲନ୍‌କୁ ଉପଭୋଗ କରିପାରିବେ । ତାହାର ମୂଲ୍ୟ ୧୨,୯୯୯ ଟଙ୍କାରୁ ଆରମ୍ଭ ହୋଇଛି । ପ୍ଲୁମେରିଆର ଦାମ୍ ୫୯୯୯ ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ୨୦୨୪ ଜାନୁଆରି ୧, ନୂଆବର୍ଷ ଦିନ ଅତିଥିମାନେ ୨୪୦୦ ଟଙ୍କା ସହ ଟିକସ ଦେଇ ବିଳାସପୂର୍ଣ୍ଣ ବଫେ ଭୋଜନ, ଲାଇଭ୍ ବ୍ୟାଣ୍ଡ ପ୍ରଦର୍ଶନ ଏବଂ ମ୍ୟୁଜିକ୍ ସୋ’ର ମଜା ନେଇପାରିବେ ।
ସେହିପରି, ସହରର ମଧ୍ୟ ଭାଗରେ ଥିବା ଦି କ୍ରାଉନ୍ ଆଇଏଚ୍‌ସିଏଲ୍ ସିଲେକ୍ସନ୍‌ସରେ ୨୦୨୩ ଡିସେମ୍ବର ୩୧ରେ ଗ୍ରାହକମାନେ ପୁଲ୍ ସାଇ୍‌ରେ ୫୦୦୦ ଟଙ୍କା ସହ ଟିକସ ଦେଇ ରାତ୍ରୀଭୋଜନ କରିପାରିବେ । ୨୦୨୪ ଜାନୁଆରି ୧ରେ ନୂଆବର୍ଷ ଦିନ ଜୋଡିଆକ୍ କାଫେରେ ଅତିଥିମାନେ ୨୨୦୦ ଟଙ୍କା ସହ ଟିକସ ଦେଇ ଭୋଜନ, ସ୍ୱତନ୍ତ୍ର ପାନୀୟ ଓ ଲାଇଭ୍ ବ୍ୟାଣ୍ଡ୍ ପ୍ରଦର୍ଶନର ମଜା ନେଇପାରିବେ । କେତେକ ପାନୀୟ ଦାମ୍ ବ୍ୟକ୍ତି ପିଛା ୧୫୦୦ ଟଙ୍କା ରହିଛି ।


Share It

Comments are closed.