ଇସ୍ରାଏଲ-ହମାସ୍ ଯୁଦ୍ଧରେ ଲାଗିବ ବିରାମ, ଅଣ୍ଟା ଭିଡିଲା ଆମେରିକା


ବନ୍ଦ ହେବ ଇସ୍ରାଏଲ-ହମାସ୍ ମଧ୍ୟରେ ଯୁଦ୍ଧ । ଖୁବ୍‌ଶୀଘ୍ର ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି । କାରଣ ଯୁଦ୍ଧ ଶେଷ ପାଇଁ ମଧ୍ୟସ୍ଥି ଆରମ୍ଭ କରିଛି ଆମେରିକା । ହମାସ ସାମ୍ନାରେ ରାଷ୍ଟ୍ରପତି ଜା-ବାଇଡେନ ୩ ସ୍ତରୀୟ ସିଜ୍-ଫାୟାର ପ୍ରସ୍ତାବ ରଖିଛନ୍ତି । ଏହାକୁ ହମାସ ମଧ୍ୟ ସମର୍ଥନ କରିଛି। ଜୋ-ବାଇଡେନ, ପ୍ରସ୍ତାବ ରଖିବା ବେଳେ କହିଥିଲେ, ଏହା ଇସ୍ରାଏଲର ପ୍ରସ୍ତାବ । ଜାତିସଂଘର ସୁରକ୍ଷା ପରିଷଦ ମଧ୍ଯ ଆମେରିକାର ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି । ଆମେରିକାର ଏହି ପ୍ରସ୍ତାବରେ ଯୁଦ୍ଧ ଶେଷ ହେବା ଏବଂ ବୁଝାମଣା ପତ୍ର ସ୍ଵୀକାର ବାବଦରେ ଉଲ୍ଲେଖ ରହିଛି। ପାଲେଷ୍ଟାୟୀନର ଆତଙ୍କୀ ସଂଗଠନ ହମାସ୍ ଏହି ଯୋଜନାକୁ ଲାଗୁ କରିବାକୁ ସମର୍ଥନ ଜଣାଇଛି ତାଙ୍କ ଦାବି ଅନୁଯାୟୀ, ବୁଝାମଣା ହେଉଛି ବୋଲି ସେମାନେ ସହଯୋଗ କରିବାକୁ ପ୍ରସ୍ତୁତ ରହିଛନ୍ତି ।
ହେଲେ UNSCର ୧୪ଜଣ ସଦସ୍ୟ ଆମେରିକା ରଖିଥ‌ିବା ଯୁଦ୍ଧ ବନ୍ଦ ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଥିଲେ। ଆମେରିକା ରାଷ୍ଟ୍ରଦୂତ ଲିଣ୍ଡା ଥାମସ୍ ଗ୍ରୀନଫିଲ୍ମ ଭୋଟିଂ ପରେ କହିଛନ୍ତି, ବିଶ୍ବରେ ଶାନ୍ତି ପାଇଁ ଆମେରିକା ମତଦାନ କରିଛି । ଏହା ସହିତ ସେ କହିଛନ୍ତି, ଏହି ପ୍ରସ୍ତାବକୁ ଉଭୟ ପକ୍ଷରୁ ବିନା କୌଣସି ବିଳମ୍ବ କରି ଲାଗୁ କରିବାକୁ ଅନୁରୋଧ କରୁଛି ।

ଆମେରିକାର ଶାନ୍ତି ପ୍ରସ୍ତାବକୁ ଜଣେ ମାତ୍ର ଆରବ ସଦସ୍ୟ ସମର୍ଥନ କରିଛନ୍ତି ତାଙ୍କର କହିବା ଅନୁଯାୟୀ, ଇସ୍ରାଏଲ ଓ ହମାସ୍ ମଧ୍ଯରେ ତତ୍କାଳ ଯୁଦ୍ଧ ବିରାମ ପାଇଁ ଏହି ପ୍ରସ୍ତାବ ଆଗକୁ ଦିଗ ଦେଖାଇବ । ଆଲଜରିଆର ଜତାସଂଘ ରାଷ୍ଟ୍ରଦୂତ କହିଛନ୍ତି, ଏହା ପାଲେସ୍ତାୟୀନଙ୍କ ଆଶାର କିରଣ ଭଳି କାମ କରିବ।


Share It

Comments are closed.