କୋଭାକ୍ସିନ ନେଇଥିବା ଯାତ୍ରୀଙ୍କ ପାଇଁ ଆସିଲା ଆଶ୍ୱସ୍ତିକର ଖବର, ୟୁକେ ନିଜ ଟୀକା ଲିଷ୍ଟରେ କୋଭାକ୍ସିନ କଲା ସାମିଲ


ୟୁକେ ଯାଉଥିବା ଯାତ୍ରୀଙ୍କ ଲାଗି ଆସିଲା ଖୁସି ଖବର । କୋଭାକ୍ସିନ ଟୀକା ନେଇଥିବା ଯାତ୍ରୀଙ୍କୁ ଆଶ୍ୱସ୍ତି ମିଳିଛି। ୟୁକେ ଭାରତର କୋଭାକ୍ସିନକୁ ନିଜର ଟୀକା ଲିଷ୍ଟରେ ଅନୁମୋଦନ କରିଛି । ୨୨ନଭେମ୍ବରରୁ ଭାରତ ବାୟୋଟେକ ନିର୍ମିତ ଟୀକା ନେଇଥିବା ଯାତ୍ରୀମାନଙ୍କୁ ଏବେ ଇଂଲଣ୍ଡ ଯାଇ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବନି। ୟୁକେ ସରକରଙ୍କ ଏହି ପଦକ୍ଷେପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀକାଳନୀ ବ୍ୟବହାର ଲିଷ୍ଟକୁ ଫଲୋ କରୁଛି। କୋଭାକ୍ସିନ ଭାରତରେ ବ୍ୟବହୃତ ହେଉଥିବା ଦ୍ୱିତୀୟ ସବୁଠାରୁ ବଡ଼ ଭ୍ୟାକ୍ସିନ । ପୂର୍ବରୁ କୋଭାକ୍ସିନ ନେଇଥିବା ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ୟୁକେ ଯିବା ପରେ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ୁଥିଲା, ମାତ୍ର ୨୨ନଭେମ୍ବରରୁ ଏବେ ଏପରି ହେବନି ।

ଏହାଛଡ଼ା ଭାରତରେ ନିର୍ମିତ ହୋଇଥିବା କୋଭିଶିଲ୍ଡ ଅକ୍ସଫୋର୍ଡ-ଏଷ୍ଟ୍ରାଜେନେକା କୋଭିଡ-୧୯ଭ୍ୟାକ୍ସିନକୁ ଗତ ମାସରେ ୟୁକେର ଅନୁମୋଦନ ଲିଷ୍ଟରେ ଯୋଡ଼ା ଯାଇଥିଲା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର କୋଭାକ୍ସିନକୁ ଆପତ୍ତିକାଳୀନ ବ୍ୟବହାରର ମଞ୍ଜୁରୀ କାରଣରୁ ଅନ୍ତରାଷ୍ଟ୍ରୀୟ ଯାତ୍ରାରେ ବୃଦ୍ଧି ପାଇଛି ।

ଏଲେକ୍ସ ଭାରତରେ ବ୍ରିଟିଶ ଉଚ୍ଚାୟୁକ୍ତ ଏଲିସ ସୋମବାର ଏକ ଟ୍ବିଟରେ କହିଛନ୍ତି କି, ୟୁକେରେ ଭାରତୀୟ ଯାତ୍ରୀଙ୍କ ଲାଗି ଆଉ ଏକ ଖବର ଅଛି । ୨୨ନଭେମ୍ବରରୁ ଯେଉଁ ଯାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଗୋଟିଏ କୋଭିଡ ୧୯ଭ୍ୟାକ୍ସିନ କୋଭାକ୍ସିନର ଟୀକା ଲଗାଯାଇଛି ସେମାନଙ୍କୁ ଏବେ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ନାହିଁ। ଏଥିଲାଗି କୋଭିଶିଲ୍ଡ ସହ ସମ୍ପୂର୍ଣ୍ଣ ଭାବେ ଟୀକା ନେଇଥିବା ଯାତ୍ରୀମାନେ ବି ସାମିଲ ହୋଇପାରିବେ।

ପ୍ରକାଶ ଯେ, ଡବ୍ଲୁଏଚଓକୁ କୋଭାକ୍ସିନକୁ ମଞ୍ଜୁରୀ ଦେବା ପୂର୍ବରୁ ୧୬ଦେଶ ଭାରତରେ ଭ୍ୟାକ୍ସିନ ଲଗାଇ ଥିବା ଯାତ୍ରୀଙ୍କୁ ଅନୁମତିର ଉଦ୍ଦେଶ୍ୟରେ ଏହି ଭ୍ୟାକ୍ସିନକୁ ସ୍ବୀକାର କରାଯାଇଛି। ଡବ୍ଲୁଏଚର ମଞ୍ଜୁରୀ ପରେ ଏହାର ମୂଲ୍ୟାଙ୍କନ କରାଯାଇ ଏହାକୁ ମଞ୍ଜୁରୀ ଦେବା ଲାଗି ନିଷ୍ପତ୍ତି ନିଆଯାଇଛି। ଏହି ପରିବର୍ତ୍ତନ ୨୨ନଭେମ୍ବର ସକାଳ ୪ଟାରୁ ହେବ ।

କୋଭାକ୍ସିନ ଛଡ଼ା ଚୀନର ସିନୋଭାକ ଏବଂ ସିନୋଫାର୍ମ ଦୁଇଟିକୁ ଡବ୍ଲୁଏଚର ଆପାତ୍ତକାଳୀନ ବ୍ୟବହାର ସୂଚୀରେ ବ୍ରିଟେନ ସରକାରଙ୍କ ଦ୍ବାରା ଭିତରେ ଭ୍ରମଣ ଲାଗି ଅନୁମୋଦନ ଟୀକା ରୂପରେ ମାନ୍ୟତା ଦିଆଯିବ। ଯେଉଁଥିରେ ସଂଯୁକ୍ତ ଆରବ ଏମିରେଟ ଏବଂ ମାଲେଶିୟାର ସମ୍ପୂର୍ଣ୍ଣ ଭାବେ ଟୀକା ନେଇଥିବା ଲୋକଙ୍କୁ ଲାଭ ହେବ। ଏହିପରି ଭାବେ ସମ୍ପୂର୍ଣ୍ଣ ଭାବେ ଟୀକା ନେଇଥିବା ଯାତ୍ରୀଙ୍କ ଆଗମନ ପୂର୍ବ ପ୍ରସ୍ଥାନ ପରୀକ୍ଷଣ କିମ୍ବା କ୍ବାରେଣ୍ଟାଇନର ଜରୁରୀ ନାହିଁ ।


Share It

Comments are closed.