ଡଟ୍ ଫେଷ୍ଟ୍‌ର ୮ମ ଦିନରେ ପୁରୁଣା ଦିନର ଅନୁଭୂତି ତାଜାକଲେ ଉଦିତ୍ ନାରାୟଣ ଓ ଅଲ୍‌କା ୟାଗ୍‌ନିକ୍


ଡଟ୍ ଫେଷ୍ଟ୍‌ର ୨ୟ ସପ୍ତାହ ଖାଦ୍ୟ, ଲାଇଭ୍ ମ୍ୟୁଜିକ୍ ଓ ସାଂସ୍କୃତିକ ପ୍ରଦର୍ଶନଗୁଡିକର ସ୍ୱତନ୍ତ୍ର ସମ୍ମିଶ୍ରଣ ସହିତ ରେକର୍ଡ ସଂଖ୍ୟକ ଦର୍ଶକଙ୍କୁ ଆକର୍ଷିତ କରିଛି । ଏହି ଉତ୍ସବର ୮ମ ଦିନରେ ୧୯୦୦୦ରୁ ଅଧିକ ଲୋକ ଇଡ୍‌କୋ ପ୍ରଦର୍ଶନୀ ପଡିଆରେ ‘ସୁହାନା ସଫର୍‌’ ମ୍ୟୁଜିକାଲ କନ୍‌ସର୍ଟରେ ଯୋଗ ଦେଇଥିଲେ । ଏହି କନ୍‌ସର୍ଟରେ କିମ୍ବନ୍ଦନ୍ତୀ ଗାୟକ ଉଦିତ୍ ନାରାୟଣ ଓ ଅଲ୍‌କା ୟାଗ୍‌ନିକ୍ ନିଜର ଚମତ୍କାର ପ୍ରଦର୍ଶନ ମାଧ୍ୟମରେ ରାତିର ଆକାଶକୁ ରଙ୍ଗୀନ କରିଥିଲେ । ଓଡିଶାର ଲୋକପ୍ରିୟ ଗାୟକ ସତ୍ୟଜିତ ଜେନା ମଧ୍ୟ ନିଜର ସୁମଧୁର ସ୍ୱର ମାଧ୍ୟମରେ ଲୋକଙ୍କ ହୃଦୟ ଜିତିଥିଲେ । ଭୁବନେଶ୍ୱରର ଲୋକମାନେ ଉଦିତ୍ ନାରାୟଣ ଓ ଅଲ୍‌କା ୟାଗ୍‌ନିକ୍ ଗାଇଥିବା ‘ପାପା କେହେତେ ହୈଁ’ ଓ ‘ଟିପ୍ ଟିପ୍ ବର୍ଷା ପାନି’ ଭଳି ଲୋକପ୍ରିୟ ଟ୍ରାକ୍‌ଗୁଡିକୁ ଉପଭୋଗ କରିଥିଲେ ।

ଏହି ଅବସରରେ ଭୁବନେଶ୍ୱର ଉତରା ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ବିଏମସି ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ସମେତ ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗ ସଶକ୍ତିକରଣ, ସାର୍ବଜନିନ ଉଦ୍ୟୋଗ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ମାନ୍ୟବର କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଭୟ କିମ୍ବନ୍ଦନ୍ତୀ ଗାୟକଙ୍କୁ ମଂଚରେ ସମ୍ମାନିତ କରିଥିଲେ ।

ଡଟ୍ ଫେଷ୍ଟ୍‌ରେ ଖାଦ୍ୟପ୍ରେମୀମାନେ ଆନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବକୁ ଉପଭୋଗ କରିଥିଲେ ଏବଂ ଏଠାରେ ବେଲ୍‌ଜିୟମ୍ ଫ୍ରାଏଜ୍ ଓ କୋନ୍ ଆଇସ୍‌କ୍ରିମ୍ ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ଥିଲା । ଓଡିଶାର ହସ୍ତଶିଳ୍ପ ଓ ବୟନଶିଳ୍ପକୁ ପ୍ରଦର୍ଶିତ କରିବାର ଲକ୍ଷ୍ୟ ସହିତ ସ୍ଥାପିତ ଫ୍ଲି ମାର୍କେଟ୍ ବହୁସଂଖ୍ୟକ ପରିଦର୍ଶକଙ୍କୁ ଦେଖିବାକୁ ମିଳିଛି, ଯେଉଁଠାରେ ୧୨୦ରୁ ଅଧିକ ଷ୍ଟଲ୍‌ରେ ସ୍ଥାନୀୟ ଭାବେ ନିର୍ମିତ ସାମଗ୍ରୀଗୁଡିକୁ ପ୍ରଦର୍ଶିତ କରାଯାଉଛି । ଫ୍ଲି ମାର୍କେଟ୍ ଗତ ଜାନୁଆରୀ ୨୧ ତାରିଖରେ ୮ ଲକ୍ଷ ଟଙ୍କାର ବ୍ୟବସାୟ କରିଥିଲା, ଯାହା ଏହା ସୂଚିତ କରୁଛି ଯେ, ଡଟ୍ ଫେଷ୍ଟ୍ ଆଂଚଳିକ ଉଦ୍ୟୋଗୀମାନଙ୍କୁ ଏକ ଉନ୍ନତ ସୁଯୋଗ ପ୍ରଦାନ କରିଛି ।

ଗତ ସପ୍ତାହରେ ସଙ୍ଗୀତର ପ୍ରତ୍ୟେକ ଜେନର୍‌କୁ କଭର୍ କରାଯିବା ସହିତ ଡଟ୍ ଫେଷ୍ଟର ୯ମ ଦିନ ଗାୟକ ସିଦ୍ଧାର୍ଥ ମହାଦେବନ, ଶିବମ୍ ମହାଦେବନ, ଶ୍ରୀନିଧି ଘଟାଟେ ଓ ଅସିମା ପଣ୍ଡାଙ୍କ ଲୋକପ୍ରିୟ ଫ୍ୟୁଜନ୍ ଟ୍ରାକ୍‌ଗୁଡିକ ସହିତ ଏହାକୁ ଆଉ ଏକ ସ୍ତର ଉପରକୁ ନେବ । ୯ମ ଦିନ ପାଇଁ ବିଷୟବସ୍ତୁ ରହିଛି ‘ଫ୍ୟୁଜନ୍ ଫିଏଷ୍ଟା’ ।


Share It

Comments are closed.