ଚନ୍ଦ୍ରର ଅତି ନୀକଟରୁ ଫଟୋ ପଠାଇଲା ଚନ୍ଦ୍ରଯାନ-୩ : ବ୍ୟବହାର ହେଲା ସ୍ୱତନ୍ତ୍ର କ୍ୟାମେରା
ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଦେଶ ଚନ୍ଦ୍ରର ଦକ୍ଷିଣ ପୃଷ୍ଠରେ ପହଞ୍ଚି ପାରିନାହାନ୍ତି, ଏହି ଉଦ୍ଦେଶ୍ୟରେ ଇସ୍ରୋ ଜୁଲାଇ ୧୪ରେ ଚନ୍ଦ୍ରଯାନ-୩ ଉତକ୍ଷେପଣ କରିଥିଲା। ଚନ୍ଦ୍ରଯାନ-୩ ମିଶନର ଲ୍ୟାଣ୍ଡର ମଡ୍ୟୁଲ ଏବେ ଚନ୍ଦ୍ର ପୃଷ୍ଠଠାରୁ ମାତ୍ର ୨୫ରୁ ୧୫୦ କିଲୋମିଟର ଦୂରରେ ପରିକ୍ରମା କରୁଛି।
ଚନ୍ଦ୍ରଯାନ-୩ର ଦ୍ବିତୀୟ ତଥା ଅନ୍ତିମ ଉଡ଼ାଣ ସଫଳତାର ସହ ସମ୍ପନ୍ନ ହୋଇଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଏବେ କେବଳ ଅଗଷ୍ଟ ୨୩ କୁ ଅପେକ୍ଷା କରାଯାଇଛି, ଯେତେବେଳେ ଭାରତ ଚନ୍ଦ୍ର ପୃଷ୍ଠରେ ଅବତରଣ କରି ଇତିହାସ ରଚିବ । ଆମେରିକା, ଚୀନ୍ ଓ ରୁଷିଆ ପରେ ଭାରତ ଚତୁର୍ଥ ଦେଶ ଭାବେ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବ।
ଇସ୍ରୋ ୨୦ ଅଗଷ୍ଟ ରବିବାର ଏକ୍ସରେ ଏକ ଭିଡିଓ ଜାରି କରି ଅଗଷ୍ଟ ୨୩ରେ ଚନ୍ଦ୍ରଯାନର ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ ବିଷୟରେ ସୂଚନା ଦେଇଛି। ସେହିପରି ଅଗଷ୍ଟ ୨୧ ସୋମବାର ଇସ୍ରୋ କିଛି ଫଟୋ ମଧ୍ୟ ସେୟାର କରିଛି। ଏହି ଫଟୋଗୁଡ଼ିକରେ ଇସ୍ରୋ ଲ୍ୟାଣ୍ଡର ହାଜର୍ଡ ଡିଟେକ୍ସନ ଆଣ୍ଡ ଏଭାଇଡେନ୍ସ କ୍ୟାମେରା ଦ୍ୱାରା ନିଆଯାଇଥିବା ଚନ୍ଦ୍ରର ଦୁର୍ଗମ ଅଂଶର ଫଟୋ ଦେଖାଇଛି ।
Chandrayaan-3 Mission:
Here are the images of
Lunar far side area
captured by the
Lander Hazard Detection and Avoidance Camera (LHDAC).This camera that assists in locating a safe landing area — without boulders or deep trenches — during the descent is developed by ISRO… pic.twitter.com/rwWhrNFhHB
— ISRO (@isro) August 21, 2023
ଏହି କ୍ୟାମେରାକୁ SAC/ISRO https://sac.gov.in ବିକଶିତ କରାଯାଇଛି । ଏହା ଚନ୍ଦ୍ରଯାନକୁ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ଏବଂ ଗଭୀର ଖାଲ ଚିହ୍ନଟ କରିବାରେ ସାହାଯ୍ୟ କରିଥାଏ ।
Comments are closed.