ଟିଭିଏସ୍ ସପ୍ଲାଏ ଚେନ୍ ସଲ୍ୟୁସନ୍ସର ଇନିସିଆଲ୍ ପବ୍ଲିକ୍ ଅଫର ୨୦୨୩ ଅଗଷ୍ଟ ୧୦, ଗୁରୁବାର ଖୋଲିବ


ଭୁବନେଶ୍ୱର: ଟିଭିଏସ୍ ସପ୍ଲାଏ ଚେନ୍ ସଲ୍ୟୁସନ୍ସ ଲିମିଟେଡ୍‌ର ଇନିସିଆଲ ପବ୍ଳିକ୍ ଅଫର ୨୦୨୩ ଅଗଷ୍ଟ ୧୦ରେ ଖୋଲିବ । ଆଙ୍କର ନିବେଶକମାନଙ୍କ ବିଡ୍‌/ ଅଫର ଖୋଲିବାର ଗୋଟିଏ କାର୍ଯ୍ୟ ଦିବସ ପୂର୍ବରୁ ଅର୍ଥାତ ୨୦୨୩ ଅଗଷ୍ଟ ୯ରେ ବିଡ୍‌/ ଅଫର ଖୋଲିବ । ବିଡ୍‌/ ଅଫର ବନ୍ଦ ହେବାର ଶେଷ ତାରିଖ ହେଉଛି ୨୦୨୩ ଅଗଷ୍ଟ ୧୪, ସୋମବାର ।
ଇକ୍ୱିଟି ସେୟାର ପିଛା ମୂଲ୍ୟ ୧୮୭ ଟଙ୍କାରୁ ୧୯୭ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି । ନିବେଶକମାନେ ସର୍ବନିମ୍ନ ୭୬ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିପାରିବେ ଏବଂ ଏହା ପରେ ୭୬ର ଗୁଣିତକ ହିସାବରେ ଅଧିକ ଇକ୍ୱିଟି ସେୟାର ଯୋଡ଼ିପାରିବେ ।
ଏହି ଅଫରରେ ୬୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଏବଂ ଅଫର ଫର ସେଲ୍‌ରେ ୧୪,୨୧୩,୧୯୮ ଇକ୍ୱିଟି ସେୟାର ସାମିଲ ରହିିଛି । ଅଫର ଫର ସେଲ୍‌ରେ ଓମେଗା ଟିସି ହୋଲ୍‌ଡିଂସ୍ ପିଟିଇ ଲିମିଟେଡ୍‌ର ୧୦,୭୩୪,୫୬୫ ଇକ୍ୱିଟି ସେୟାର, ଟାଟା କ୍ୟାପିଟାଲ୍ ଫାଇନାନ୍ସିଆଲ୍ ସର୍ଭିସେସ୍ ଲିମିଟେଡ୍‌ର ୯୮୪,୮୨୩ ଇକ୍ୱିଟି ସେୟାର, କୋଟାକ୍ ସ୍ପେସିଆଲ ସିଚୁଏସନ୍ସ ଫଣ୍ଡ୍‌ର ୧,୦୦,୦୦୦ ଇକ୍ୱିଟି ସେୟାର, ଟିଭିଏସ୍ ମୋଟର କଂପାନି ଲିମିଟେଡ୍‌ର ୧,୦୦,୦୦୦ ଇକ୍ୱିଟି ସେୟାର ଏବଂ ଅନ୍ୟ କିଛି ଅଂଶଧନକାରୀଙ୍କ ୨,୨୯୮,୮୧୦ ଇକ୍ୱିଟି ସେୟାର ସାମିଲ ରହିଛି । ଯାହାଙ୍କ ବିଷୟରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଦାଖଲ କରାଯାଇଥିବା ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍‌ରେ ସୂଚନା ଦିଆଯାଇଛି ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ଙ୍କ ପାଇଁ ଇସ୍ୟୁର ଭାଗ ୭୫%ରୁ କମ୍ ହେବ ନାହିଁ । ସେହିପରି କ୍ୟୁଆଇବିଙ୍କ ପାଇଁ ରହିଥିବା ଭାଗର ୬୦ ପ୍ରତିଣତ ଆଙ୍କର ନିବେଶଙ୍କୁ ସେବି ନିୟମ ଅନୁସାରେ ପ୍ରଦାନ କରାଯିବ ଯେଉଁଥିପାଇଁ ବିଆର୍‌ଏଲ୍‌ଏମ୍ ସହିତ ଆଲୋଚନା ହୋଇଛି । ତାହାର ଏକ ତୃତୀୟାଂଶ ଦେଶ ଭିତରର ମ୍ୟୁଚୁଆଲ୍ ଫଣ୍ଡ୍ ପାଇଁ ସଂରକ୍ଷିତ ରହିବ । ସେଥିପାଇଁ ଆବଶ୍ୟକ ସବ୍‌ସ୍କ୍ରିପ୍‌ସନ୍ ନମିଳିଲେ ଅବଶିଷ୍ଟ ଇକ୍ୱିଟି ସେୟାରକୁ ନେଟ୍ କ୍ୟୁଆଇବିଙ୍କ ଭାଗରେ ଯୋଡ଼ାଯିବ । ନେଟ୍ କ୍ୟୁଆଇବି ଭାଗର ୫% ମ୍ୟୁଚୁଆଲ୍ ଫଣ୍ଡ୍ ନିବେଶକମାନଙ୍କ ପାଇଁ ରହିବ । ଖୁଚୁରା ନିବେଶକମାନଙ୍କ ପାଇଁ ୧୦% ଇକ୍ୱିଟି ସେୟାର ରହିବ ।
ଇସ୍ୟୁର ଇକ୍ୱିଟି ସେୟାରକୁ ବିଏସ୍‌ଇ ଓ ଏନ୍‌ଏସ୍‌ଇରେ ତାଲିକାଭୁକ୍ତ କରାଯିବା ନେଇ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍‌ରେ ପ୍ରସ୍ତାବ ଦିଆଯାଇଛି ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଜେଏମ୍ ଫାଇନାନ୍ସିଆଲ ଲିମିଟେଡ୍‌, ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍‌, ଜେପି ମୋର୍ଗାନ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, ବିଏନ୍‌ପି ପରିବାସ, ନୁଭାମା ୱେଲ୍‌ଥ ମ୍ୟାନେଜମେଂଟ୍ ଲିମିଟେଡ୍ ଓ ଇକ୍ୱିରସ କ୍ୟାପିଟାଲ୍ ପ୍ରାଇଭେଟ୍ ଲିମିଟେଡ୍ ।


Share It

Comments are closed.