ଟିଭିଏସ୍ ରୋନିନର ଟେଷ୍ଟ ରାଇଡ କ୍ରିକେଟ ଅଭିଯାନ ବିଜେତାଙ୍କୁ ସମ୍ବର୍ଦ୍ଧନା


ଭୁବନେଶ୍ୱର: ଦୁଇ ଓ ତିନି ଚକିଆ ଯାନ କ୍ଷେତ୍ରର ଅଗ୍ରଣୀ ଅଟୋ ନିର୍ମାତା ଟିଭିଏସ୍ ମୋଟର କମ୍ପାନି ୫ଟି ସହରରେ ଏହାର ଟିଭିଏସ୍ ରୋନିନ୍ ଟେଷ୍ଟ-ରାଇଡ୍ କ୍ରିକେଟ୍ ଅଭିଯାନର ବିଜେତାଙ୍କୁ ସମ୍ବର୍ଦ୍ଧିତ କରିଛି ।
ଦେଶରେ କ୍ରିକେଟ ବିଶ୍ୱକପ୍ ଉତ୍ସାହକୁ ପାଳନ କରିବା ପାଇଁ ଟିଭିଏସ୍ ରୋନିନ ୨୦୨୩ କ୍ରିକେଟ୍ ବିଶ୍ୱକପ୍ ସମୟରେ ଶୁବମନ ଗିଲଙ୍କ ଅଭିନୀତ “ମୁଭ୍ ଲାଇକ ଏ ରୋନିନ୍‌’ ନାମକ ଏକ ଅଭିଯାନ ଆରମ୍ଭ କରିଥିଲା । ଏହି ଅଭିଯାନର ପରୀକ୍ଷାମୂଳକ ପର୍ଯ୍ୟାୟର ନାମ ଥିଲା ଟେଷ୍ଟ-ରାଇଡ୍ କ୍ରିକେଟ ଯାହା ମୋଟରସାଇକେଲ୍ ପ୍ରେମୀଙ୍କୁ ଟିଭିଏସ୍ ରୋନିନ ପରୀକ୍ଷା କରିବାର ସୁଯୋଗ ପ୍ରଦାନ କରିଥିଲା । ମୋଟର ସାଇକେଲ ପ୍ରେମୀମାନଙ୍କ ପାଇଁ ଏହି ଅଭିଯାନ ପ୍ରଥମ ଥର ପାଇଁ କ୍ରିକେଟ୍ ପଡିଆ ଅଭିଜ୍ଞତା ଥିଲା ଯେଉଁମାନେ ମୋଟର ସାଇକେଲରେ ଟେଷ୍ଟ ରାଇଡ୍ ଏବଂ କ୍ୱିଜ୍ ଆଧାରରେ ଭାରତର ଡିଲରସିପ ଗୁଡ଼ିକରେ ରନ୍ ସଂଗ୍ରହ କରିଥିଲେ । ଏହି ଅଭିଯାନକୁ ଜବରଦସ୍ତ ପ୍ରତିକ୍ରିୟା ଏବଂ ଅଂଶଗ୍ରହଣ ମିଳିଥିଲା ଯେଉଁଥିରେ ଭାରତର ଟିଭିଏସଏମ ଡିଲରସିପ୍ ଗୁଡ଼ିକରେ ଶତାଧିକ ଟିଭିଏସ୍ ରୋନିନ ପ୍ରେମୀଙ୍କ ଠାରୁ ରେକର୍ଡ ଆବେଦନ ଆସିଥିଲା ।
ଶ୍ରେ ସ୍କୋରରମାନଙ୍କୁ ସମ୍ମାନିତ କରିବା ପାଇଁ ଟିଭିଏସ୍ ରୋନିନ ପକ୍ଷରୁ ସାରା ଦେଶରେ ୫ ଜଣ ବିଜେତାଙ୍କୁ ବିଶ୍ୱକପ୍ ପ୍ରତିଯୋଗିତା ପ୍ରଦାନ କରାଯାଇଛି । ଟିଭିଏସ୍ ରୋନିନ୍ ହେଉଛି ପ୍ରଥମ “ଆଧୁନିକ-ରେଟ୍ରୋ’ ମୋଟରସାଇକେଲ ଯାହା ଅଲିଖିତ ଜୀବନଯାପନକୁ ପ୍ରେରଣା ଦେବା ପାଇଁ ପ୍ରସ୍ତୁତ କରାଯାଇଛି । ଡୁଆଲ୍ ଚ୍ୟାନେଲ୍ ଏବିଏସ୍‌, ରେନ୍ ଆଣ୍ଡ ଅର୍ବାନ୍ ଏବିଏସ୍ ମୋଡ୍‌, ବ୍ଲୁଟୁଥ୍ କନେକ୍ଟିଭିଟି ସହିତ ଭଏସ୍ ଆସିଷ୍ଟାନ୍ସ ଆଦି ନୂଆ ଯୁଗର ପ୍ରଯୁକ୍ତିର ଶକ୍ତି ସହିତ ଏହି ମୋଟରସାଇକେଲ୍ ସୁବିଧା ସୁଯୋଗ ଏବଂ ଶକ୍ତିଶାଳୀ ପ୍ରଦର୍ଶନରେ ପରିପୂର୍ଣ୍ଣ ।
ଟିଭିଏସ୍ ମୋଟର କମ୍ପାନିର ମୁଖ୍ୟ ବ୍ୟବସାୟ-ପ୍ରିମିୟମ୍ ବିମଳ ସୁମ୍ବଲି କହିଛନ୍ତି ଯେ, “ଟେଷ୍ଟ-ରାଇଡ୍ କ୍ରିକେଟ୍ ଅଭିଯାନ ଟିଭିଏସ୍ ରୋନିନ ପାଇଁ ସବୁଠାରୁ ଭଲ ସମୟରେ ଆସିପାରିଛି । ଶୁଭମନ ଗିଲଙ୍କୁ ଅଭିଯାନର ଚେହେରା ଭାବେ ନେଇ ଆମେ ବିଶ୍ୱକପ୍ ଉତ୍ସାହକୁ ପ୍ରଭାବଶାଳୀ ଭାବେ ଉପଯୋଗ କରି ଆମର ଡିଲରସିପଗୁଡ଼ିକରେ ଟେଷ୍ଟ୍ ରାଇଡ୍ ଚଳାଇବାରେ ସକ୍ଷମ ହୋଇଥିଲୁ । ଏହା ପ୍ରକୃତରେ ଚାଳକମାନଙ୍କୁ ପାରମ୍ପରିକ ଟେଷ୍ଟ ରାଇଡ ଯାତ୍ରାଠାରୁ ଅଧିକ ଗମ୍ଭୀର ଅନୁଭୂତି ଦେଇଥିଲା । ଟିଭିଏସ୍ ରୋନିନର ଅଲିଖିତ ଦୁନିଆରେ ନୂଆ ଚାଳକମାନଙ୍କୁ ଆକୃଷ୍ଟ କରିବା ପାଇଁ ଶିଳ୍ପର ଏକ ମାନଦଣ୍ଡ ହେଉଥିବା ଦେଖି ମୋତେ ବହୁତ ଖୁସି ଲାଗୁଛି । ସୀମିତ ବିଶ୍ୱକପ୍ ସଂସ୍କରଣ ଟିଭିଏସ୍ ରୋନିନର ୫ ବିଜେତାଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଏଠାରେ ଅନେକ ଅଲିଖିତ ଦୁଃସାହସିକ କାର୍ଯ୍ୟ ଅଛି ଯାହା ଆପଣଙ୍କୁ ଅପେକ୍ଷା କରିଛି ।’’
ଚେନ୍ନାଇ, ମୁମ୍ବାଇ, ପୁଣେ, ଦିଲ୍ଲୀ ଏବଂ ଗୌହାଟୀରେ ଥିବା ଟିଭିଏସ୍ ଡିଲରସିପରେ ଆୟୋଜିତ ଏହି ଉତ୍ସବରେ ସହରର ପ୍ରତିଯୋଗୀମାନଙ୍କୁ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଥିଲା ଏବଂ ବିଜେତାମାନଙ୍କୁ ମୋଟରସାଇକେଲ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୋଟରସାଇକାଲ ଉତ୍ସାହୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଏକାଠି ହୋଇଥିଲେ । ସେମାନେ ଏକାଠି ବିଜେତା ଏବଂ ଟିଭିଏସ୍ ରୋନିନ ଦ୍ୱାରା ଅନୁପ୍ରାଣିତ ହୋଇ ଅଲିଖିତ ଜୀବନଯାପନ ପ୍ରତି ସେମାନଙ୍କର ଭଲପାଇବାକୁ ପାଳନ କରିଥିଲେ ।


Share It

Comments are closed.