ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ଭାଙ୍ଗିଲା କ୍ରୀଡା ମନ୍ତ୍ରାଳୟ


ଏପଟେ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ସେପଟେ ଶ୍ରୀଲଙ୍କା ଟିମକୁ ଲାଗିଛି ଜୋରଦାର ଝଟକା । ଖରାପ ପ୍ରଦର୍ଶନ ଯୋଗୁ ସମ୍ପୂର୍ଣ୍ଣ କ୍ରିକେଟ୍ ବୋର୍ଡକୁ ସସପେଣ୍ଡ କରିଛି ଶ୍ରୀଲଙ୍କା କ୍ରୀଡ଼ା ମନ୍ତ୍ରଣାଳୟ । ନିକଟରେ ଭାରତ ବିପକ୍ଷରେ ଚାଲିଥିବା ମ୍ୟାଚରେ ଶ୍ରୀଲଙ୍କା ଅତି ଶୋଚନୀୟ ଭାବରେ ପରାଜୟ ବରଣ କରିଥିଲା। ଏ ନେଇ ଏପରି ନିଷ୍ପତ୍ତି ନେଇଛି ମନ୍ତ୍ରାଳୟ। ବିଶ୍ୱକପ ୨୦୨୩ରେ କ୍ରମାଗତ ନୈରାଶ୍ୟଜନକ ପ୍ରଦର୍ଶନ ପରେ କ୍ରୀଡ଼ା ମନ୍ତ୍ରଣାଳୟ ସୋମବାର ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡକୁ ଭଙ୍ଗ ବା ସସପେଣ୍ଡ କରିଛି। ଭାରତ ବିପକ୍ଷରେ ଖେଳି ଶ୍ରୀଲଙ୍କା ପରାଜୟର କିଛି ଦିନ ପରେ ଶ୍ରୀଲଙ୍କା କ୍ରୀଡ଼ା ମନ୍ତ୍ରୀ ରୋଶନ ରଣସିଂହେ ଏହି ବଡ ପଦକ୍ଷେପ ନେଇଛନ୍ତି। ଶ୍ରୀଲଙ୍କା କ୍ରିକେଟ୍ ସଚିବ ତଥା ବୋର୍ଡର ଦ୍ୱିତୀୟ ସର୍ବୋଚ୍ଚ ଅଧିକାରୀ ମୋହନ ଦେ ସିଲଭା ଶନିବାର ଦିନ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଯାହା ପରେ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ସମ୍ପୁର୍ଣ୍ଣ ବୋର୍ଡକୁ ସୋମବାର ହଟାଇ ଦିଆଯାଇଛି। ନିକଟରେ ହୋଇଥିବା ଭାରତ-ଶ୍ରୀଲଙ୍କା ମ୍ୟାଚ୍ ରେ (India-Srilanka Match) ଶ୍ରୀଲଙ୍କା ଶୋଚନୀୟ ଭାବରେ ଭାରତ ପାଖରୁ ହାରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୩୫୭ ରନ୍ ର ଟାର୍ଗେଟ ଶ୍ରୀଲଙ୍କାକୁ ଦେଇଥିଲା । ଏହାପରେ ଶ୍ରୀଲଙ୍କା ସବୁ ତକ ୱିକେଟ ହରାଇ ମାତ୍ର ୫୫ ରନ୍ କରିଥିଲା। ଶ୍ରୀଲଙ୍କା ଏପର୍ଯ୍ୟନ୍ତ ଖେଳିଥିବା ୭ଟି ମ୍ୟାଚ ମଧ୍ୟରୁ ମାତ୍ର ୨ଟି ମ୍ୟାଚ୍ ଜିତିଥିବା ବେଳେ ବାକି ସମସ୍ତ ମ୍ୟାଚ୍ ରେ ପରାଜୟ ବରଣ କରିଛି। ତେବେ ଏଠି ପ୍ରଶ୍ନ ଉଠୁଛି କ୍ରିକେଟ ବୋର୍ଡ ଭାଙ୍ଗିବା ପରେ ଖେଳାଳିଙ୍କ ଉପରେ ଏହାର କଣ ପ୍ରଭାବ ପଡ଼ିବାକୁ ଯାଉଛି…

ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଭାଙ୍ଗିବା ପରେ ଏହାକୁ ନେଇ ଏକ ଅନ୍ତରୀଣ କମିଟି ଗଠନ କରାଯାଇଛି । ଯାହାର ଅଧ୍ୟକ୍ଷତା କରିବା ସହ ପରିସ୍ଥିତିକୁ ସାମ୍ନା କରିବାକୁ Arjuna Ranatunga ଙ୍କୁ ଦାୟିତ୍ୱ ଦିଆଯାଇଛି। କାରଣ ଏହି ବୋର୍ଡରେ ଥିବା ସମସ୍ତ ସଦସ୍ୟଙ୍କୁ ବିଦା କରି ସାରିଛି କ୍ରୀଡା ମନ୍ତ୍ରଣାଳୟ । ଆଉ ନିଷ୍ପତ୍ତି ପରେ ପୂରା ଟିମ୍ ରେ ଏବେ ଚର୍ଚ୍ଚା କି ଖେଳାଳିଙ୍କ ଉପରେ କଣ ପଡ଼ିବ ପ୍ରଭାବ । ହେଲେ ଏଥିପାଇଁ କିଛି ସମୟ ବାକି ଅଛି । କାରଣ ଶ୍ରୀଲଙ୍କା ଏବେ ବି ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ର ଏକ ଅଂଶ ହୋଇ ରହିଛି। ଖେଳ ସମୀକ୍ଷକଙ୍କ କହିବାନୁସାରେ, ଏମିତି ବି ହୋଇପାରେ ବିଶ୍ୱକପ୍ ସରିବା ପରେ ପୂରା ଟିମ୍ ଉପରେ ବି କଡ଼ା କାର୍ଯ୍ୟାନୁଷ୍ଠାନ ନେଇପାରେ ଶ୍ରୀଲଙ୍କା କ୍ରୀଡା ମନ୍ତ୍ରାଳୟ ।

ତେବେ ଗଠନ କରାଯାଇଥିବା ନୂଆ କମିଟିରେ Arjuna Ranatunga ଙ୍କ ସହ ଆହୁରି ୫ ଜଣ ସଦସ୍ୟ ରହିଛନ୍ତି । ଏହି କମିଟିରେ ଯେଉଁ ସଦସ୍ୟ ରହିଛନ୍ତି ସେମାନେ ବରିଷ୍ଠ ଓ କିଛି ସଦସ୍ୟ ସୁପ୍ରିମକୋର୍ଟର ବିଚାରପତି ରହିଥିବା ମଧ୍ୟ କୁହାଯାଉଛି। ଏହାର ଅର୍ଥ ଏବେ ଶ୍ରୀଲଙ୍କାର କ୍ରିକେଟ ବୋର୍ଡ ସିଧାସଳଖ ଶ୍ରୀଲଙ୍କାର ଖେଳମନ୍ତ୍ରୀଙ୍କ(Srilanka Sports Minister) ହାତରେ ରହିଛି ବା ସେ ଏହି ଟିମ୍ ର ତଦାରଖ କରିବେ । ତେବେ ଦେଖିବାର କଥା, ଏବେ ଶ୍ରୀଲଙ୍କା ସରକାର ନୂଆ ବୋର୍ଡ ଗଠନ କରିବା ସହ ଖେଳାଳିଙ୍କ ଉପରେ କଣ କଣ ପଦକ୍ଷେପ ନେଉଛନ୍ତି ।


Share It

Comments are closed.