ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ୨୦୨୩ ମାର୍ଚ୍ଚ ପରେ ଘଟିଥିବା କାଳବୈଶାଖୀ ଘଟଣାରେ ପ୍ରଭାବିତ ୬୫୭ ବିଦ୍ୟୁତ ଖୁଂଟ, ୨୫୮ ଟ୍ରାନ୍ସଫରମର, ୬୩ ଦ୍ୱେତ ବିଦ୍ୟୁତ ଖୁଂଟର ପୁନଃ ସ୍ଥାପନ

Share It

କ୍ଷତିଗ୍ରସ୍ତ ୩୫.୦୮୫ ସର୍କିଟ୍ କିମି ତାରର ମରାମତି
୨୦୨୨ ତୁଳନାରେ ୨୦୨୩ରେ କାଳବୈଶାଖୀ ଘଟଣାରେ ଦୁଇ ଗୁଣାରୁ ଅଧିକ ବୃଦ୍ଧି
ସମ୍ବଲପୁର: ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍‌) ପକ୍ଷରୁ ଚଳିତ ବର୍ଷ ମାର୍ଚ୍ଚ ପରଠାରୁ ବାରମ୍ବାର ଘଟିଥିବା ପ୍ରବଳ ତୀବ୍ରତାର କାଳବୈଶାଖୀ ଝଡ଼ରେ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ୬୫୭ ବିଦ୍ୟୁତ ଖୁଂଟକୁ ପୁନଃସ୍ଥାପନ କରାଯାଇଥିବା ବେଳେ ୨୫୮ ବିଦ୍ୟୁତ ଟ୍ରାନ୍ସଫରର ମରାମତି କରାଯାଇଛି ।
କ୍ଷେତ୍ରରେ କାର୍ଯ୍ୟ କରୁଥିବା ଟିପିଡବ୍ଲୁଓଡିଏଲ୍‌ର ୧୧୭ ଉତ୍ସର୍ଗୀକୃତ କର୍ମଚାରୀଙ୍କ ଟିମ୍ ୩୫.୦୮୫ ସର୍କିଟ୍ କିମି କ୍ଷତିଗ୍ରସ୍ତ ତାରର ମରାମତି କରିଛନ୍ତି । ସେମାନେ ଏହି ସମୟରେ ୬୩ ଦ୍ୱେତ ପୋଲକୁ ବି ପୁନଃ ସ୍ଥାପନ କରିଛନ୍ତି ।
ଚଳିତ ବର୍ଷ ଟିପିଡବ୍ଲୁଓଡିଏଲ୍ ଅଂଚଳରେ କାଳବୈଶାଖୀ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ହୋଇଥିବାରୁ ବିଦ୍ୟୁତ ନେଟ୍‌ୱର୍କ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଚଳିତ ବର୍ଷ ମାର୍ଚ୍ଚ ପରଠାରୁ ଟିପିଡବ୍ଲୁଓଡିଏଲ୍ ଅଂଚଳରେ ୯୬ ଥର କାଳବୈଶାଖୀ ଝଡ଼ ଘଟଣା ଘଟିଛି ଯାହା ୨୦୨୨ରେ ଘଟିଥିବା ୫୨ ଥର କାଳବୈଶାଖୀ ଝଡ଼ ତୁଳନାରେ ପ୍ରାୟ ୨ ଗୁଣା ଅଧିକ ।


Share It

Comments are closed.