ଟିପିଏସଓଡି଼ଏଲ୍ ଦ୍ଵାରା ନନ୍ଦପୁରରେ ନୂତନ ବିତରଣ ଟ୍ରାନ୍ସଫର୍ମର ସଂସ୍ଥାପିତ


କୋରାପୁଟ: ଟାଟା ପାୱାର ଦକ୍ଷିଣ ଓଡି଼ଶା ବିତରଣ ଲିମିଟେଡ୍ (ଟିପିଏସଓଡି଼ଏଲ୍) ଚଳିତ ଗ୍ରୀଷ୍ମ ଋତୁରେ ବିଦ୍ୟୁତ ଆବଶ୍ୟକତାକୁ ପୂରଣ କରିବା ପାଇଁ ବୈଦ୍ୟୁତିକ ଭିତ୍ତିଭୂମିକୁ ମଜବୁତ କରିବାକୁ ସକ୍ରିୟ ପଦକ୍ଷେପ ଗ୍ରହଣ କରୁଛି । ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ତଥା ନିର୍ଭରଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇଁ ଏହାର ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଟିପିଏସଓଡି଼ଏଲ୍ କୋରାପୁଟ ଟିମ୍ ଜିଲ୍ଲାର ନନ୍ଦପୁରର ଖଟଗୌଡ଼ପୁଟ ଗ୍ରାମରେ ଏକ ନୂତନ ୧୬ କେଭିଏ ବିତରଣ ଟ୍ରାନ୍ସଫର୍ମର ସ୍ଥାପନ କରିଛି । ଭୋଲଟେଜକୁ ନିୟନ୍ତ୍ରଣ କରି ଏବଂ ଗ୍ରୀଡ଼ରୁ ଉପଭୋକ୍ତାଙ୍କୁ ବିଦ୍ୟୁତ ବିତରଣ କରିବାରେ ଟ୍ରାନ୍ସଫର୍ମର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ନୂତନ ଟ୍ରାନ୍ସଫର୍ମରର ସଂସ୍ଥାପନ ଦ୍ଵାରା ବିଦ୍ୟୁତ ଯୋଗାଣର ଗୁଣବତ୍ତା ଉନ୍ନତ ହେବ ଏବଂ ଏହି ଅଞ୍ଚଳରେ ଓଭରଲୋଡିଂକୁ ହ୍ରାସ କରିବ ଓ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ନିୟମିତ ରଖିବାରେ ସୁନିଶ୍ଚିତ କରିବ । ଟିପିଏସଓଡି଼ଏଲର ସକ୍ରିୟ ପ୍ରୟାସ ସହ ଖଟଗୌଡ଼ପୁଟରେ ବୈଦ୍ୟୁତିକ ଭିତ୍ତିଭୂମିକୁ ଉନ୍ନତତର କରିବା, ଉପଭୋକ୍ତାଙ୍କୁ ଏକ ନିରନ୍ତର ବିଦ୍ୟୁତ ସେବା ଯୋଗାଇବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦର୍ଶାଏ ।


Share It

Comments are closed.