ଦକ୍ଷିଣ ଓଡ଼ିଶାରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ସୁରକ୍ଷା ସଚେତନତା ବାର୍ତ୍ତା ଦେଉଛି ଟିପିଏସଓଡିଏଲ୍


ଏହି ପଦକ୍ଷେପ ମାଧ୍ୟମରେ ୨୫ ହଜାରରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚି ପାରିଛି କମ୍ପାନୀ

ବ୍ରହ୍ମପୁର, ମଇ ୨୦୨୪: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ଼( ଟିପିଏସଓଡିଏଲ୍ ) ଚଳିତ ଆର୍ଥିକ ବର୍ଷରେ ଏହାର ଅପରେସନାଲ କ୍ଷେତ୍ରରେ ୧୪୦ ରୁ ଉର୍ଦ୍ଧ୍ବ ପଥପ୍ରାନ୍ତ ନାଟକ ଆୟୋଜନ କରିବା ପାଇଁ ଯୋଜନା କରିଛି। ଚଳିତ ବର୍ଷ ଜାନୁଆରୀରୁ ମଇ ମାସ ଭିତରେ କମ୍ପାନୀ ପକ୍ଷରୁ ପ୍ରାୟ ୬୧ଟି ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଛି। ୬୧ ଟି ଗାଁ ଏବଂ ପଞ୍ଚାୟତର ୨୫ ହଜାରରୁ ଅଧିକ ଲୋକ ଏହି ନାଟକଗୁଡ଼ିକୁ ଦେଖିଛନ୍ତି। ଗତ ବର୍ଷ ଆରମ୍ଭ ହୋଇଥିବା ଏହି ପଦକ୍ଷେପ ମାଧ୍ୟମରେ କର୍ମଚାରୀ, ବ୍ୟବସାୟ ସହଯୋଗୀ ଏବଂ ଜନସାଧାରଣଙ୍କୁ ସୁରକ୍ଷା ସମ୍ପର୍କରେ ସଚେତନ କରିବା ନେଇ କମ୍ପାନୀ ଲକ୍ଷ୍ୟ ରଖିଛି।

ସ୍ଥାନୀୟ ପ୍ରଶାସନ ଏବଂ ଗୋଷ୍ଠୀ ସଦସ୍ୟଙ୍କ ସହଯୋଗରେ ଏଭଳି ନାଟକ ପ୍ରଦର୍ଶିତ ହେଉଛି। କର୍ମଚାରୀ ସୁରକ୍ଷା, ପଶୁ ସୁରକ୍ଷା, ଶକ୍ତି ସଂରକ୍ଷଣ, ବିଦ୍ୟୁତ ଚୋରି ରୋକିବା ଭଳି ଗୁରୁତ୍ଵପୂର୍ଣ୍ଣ ବିଷୟରେ ସଚେତନତା ସୃଷ୍ଟି କରାଯାଉଛି। ଟିପିଏସଓଡିଏଲ୍ ମୁଖ୍ୟତଃ ଉପଭୋକ୍ତାଙ୍କ ସୁରକ୍ଷା, ବିଜୁଳି ଚୋରି ରୋକିବା, ବେଆଇନ ହୁକିଂ, ପଶୁ ଶିକାର, ଘରୋଇ ବିଦ୍ୟୁତ ସୁରକ୍ଷା, ଡିଜିଟାଲ ପେମେଣ୍ଟ, ଶକ୍ତି ସଂରକ୍ଷଣ, ସୁରକ୍ଷା ରିପୋର୍ଟିଂ, ୧୯୧୨ କଲ୍ ସେଣ୍ଟର ନମ୍ବର ଇତ୍ୟାଦି ବିଷୟବସ୍ତୁକୁ ପଥପ୍ରାନ୍ତ ନାଟକରେ ସାମିଲ କରିଛି।

ଏହା ସହ ବିଦ୍ୟୁତ ଉପକରଣଗୁଡିକୁ ପାଣିଠାରୁ ଦୂରେଇ ରଖିବା, ଶିଶୁଙ୍କ ନିରାପତ୍ତା ପାଇଁ ଆଉଟଲେଟ୍ କଭର, କୋର୍ଡ ଏବଂ ଆଉଟଲେଟ, ପ୍ଲାଷ୍ଟିକ ଗାର୍ଡର ବ୍ୟବହାର, କ୍ଷୟ ହୋଇଥିବା ବିଜୁଳି ତାର ଏବଂ ଢିଲା ତାର ସଂଯୋଗକୁ ନିୟମିତ ଯାଞ୍ଚ କରିବା ଏବଂ ବୈଦ୍ୟୁତିକ ଉପକରଣ ସୁରକ୍ଷାକୁ ପାଳନ କରିବା ଆଦି ବିଷୟ ମଧ୍ୟ ନାଟକରେ ପ୍ରଦର୍ଶିତ ହେଉଛି।

ମଇ ମାସ ସୁଦ୍ଧା ଏହି ପଦକ୍ଷେପ କୋରାପୁଟ ଏବଂ ଗଞ୍ଜାମ ଜିଲ୍ଲାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ସେଠାରେ ମୋଟ ୬୧ଟି ପଥପ୍ରାନ୍ତ ନାଟକ ଆୟୋଜିତ ହୋଇସାରିଛି। ଯୋଜୁନା ଅନୁଯାୟୀ ଟିପିଏସଓଡିଏଲ୍ କାର୍ଯ୍ୟ ପରିସର ଅନ୍ତର୍ଭୁକ୍ତ ଅନ୍ୟାନ୍ୟ ସେକ୍ସନରେ ବାକି ୭୯ଟି ନାଟକ ଆୟୋଜିତ ହେବ। ବିଶେଷ କରି ଅଧିକ ପରିମାଣରେ ବେଆଇନ ହୁକିଂ ଓ ନିର୍ମାଣ କରାଯାଉଥିବା ଗ୍ରାମାଞ୍ଚଳର ଲୋକଙ୍କୁ ନାଟକ ମାଧ୍ୟମରେ ସଚେତନ କରାଯିବ। ଏହା ସହ ସ୍ଥାନୀୟ ଗ୍ରାମବାସୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଏନଜିଓ ଏଥିରେ ସହଯୋଗ କରୁଛନ୍ତି। ଯାହା ଫଳରେ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଭାଗିଦାରୀ ସୁନିଶ୍ଚିତ ହୋଇପାରୁଛି।

ଟିପିଏସଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, ” ଟିପିଏସଓଡିଏଲରେ ଆମେ ଏକ ସୁରକ୍ଷିତ ଓଡ଼ିଶା ଗଠନ କରିବା ପାଇଁ ପ୍ରତିବଦ୍ଧ। ଚଳିତ ବର୍ଷ ଆମେ ୧୪୦ ରୁ ଅଧିକ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରିବୁ। ଏହା ଦ୍ବାରା ସ୍ଥାନୀୟ ଅଞ୍ଚଳରେ ଆମ ପହଞ୍ଚ ମଜଭୁତ ହେବା ସହ ସୁରକ୍ଷା ସଚେତନତା ବୃଦ୍ଧି ହେବ। ତା’ସହ ଗୋଷ୍ଠୀ ସଶକ୍ତିକରଣ ମଧ୍ୟ ହୋଇପାରିବ।”

ଟିପିଏସଓଡିଏଲ୍ ପରିସର ଅନ୍ତର୍ଭୁକ୍ତ ଭଞ୍ଜନଗର, କନ୍ଧମାଳ, ମାଲକାନଗିରି, କୋରାପୁଟ ଓ ବୌଦ୍ଧ ଭଳି ଜଙ୍ଗଲ ଇଲାକାରେ ବିଶେଷ କରି ପଶୁ ସୁରକ୍ଷା ବିଷୟବସ୍ତୁକୁ ନେଇ ନାଟକ ପ୍ରଦର୍ଶିତ ହେଉଛି। ଗତ ବର୍ଷ କମ୍ପାନୀ ୧୦୦ ରୁ ଅଧିକ ପଥପ୍ରାନ୍ତ ନାଟକ ଆୟୋଜନ କରିଥିଲା।

ପଥପ୍ରାନ୍ତ ନାଟକ ମାଧ୍ୟମରେ ସୁରକ୍ଷିତ ଏବଂ ସଚେତନ ଗୋଷ୍ଠୀ ନିର୍ମାଣ ସକାଶେ ଟିପିଏସଓଡିଏଲ୍ ସମର୍ପିତ ହୋଇ କାମ କରୁଛି। ଏହା ଉପଭୋକ୍ତାଙ୍କ ସୁରକ୍ଷା ଏବଂ ସେମାନଙ୍କ ଜୀବନରେ ଉନ୍ନତି ଦିଗରେ କମ୍ପାନୀର ପ୍ରତିବଦ୍ଧତାକୁ ଦର୍ଶାଉଛି।


Share It

Comments are closed.