ଟିପିଏସ୍ଓଡିଏଲ୍ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ, ୧୧୦ ୟୁନିଟ୍ ରକ୍ତ ସଂଗ୍ରହ


ବ୍ରହ୍ମପୁର: ଟିପିଏସ୍ଓଡିଏଲ୍( ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍) ପକ୍ଷରୁ ଏମକେସିଜି ମେଡିକାଲ କଲେଜ ସହଭାଗିତାରେ କମ୍ପାନୀର ବ୍ରହ୍ମପୁରସ୍ଥିତ ଖୋଡ଼ାସିଙ୍ଗି ଅଫିସରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ରକ୍ତଦାନ ଦ୍ୱାରା ଅନେକ ମୂଲ୍ୟବାନ ଜୀବନକୁ ବଞ୍ଚାଇ ହେବ । ଏହି ଉଦ୍ଦେଶ୍ୟକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ କମ୍ପାନୀର ୧୧୦ ଜଣ କର୍ମଚାରୀ ରକ୍ତଦାନ କରିଛନ୍ତି । ଏହି ଶିବିରରେ କମ୍ପାନୀ ମୁଖ୍ୟକାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିଲେ ।
ଶ୍ରୀ ଗର୍ଗ କହିଛନ୍ତି ଯେ, “ଏହି ରକ୍ତଦାନ ଶିବିରକୁ ଆୟୋଜନ କରିବା ପାଇଁ କର୍ମଚାରୀମାନେ ଏକତ୍ର ପ୍ରୟାସ କରିଛନ୍ତି। ସମାଜରେ ପରିବର୍ତ୍ତନ ଆଣିବା ପାଇଁ କର୍ମଚାରୀମାନଙ୍କର ଏହି ପ୍ରତିବଦ୍ଧତା ପ୍ରଶଂସାଯୋଗ୍ୟ। ରକ୍ତଦାନ କରି ଆମେମାନେ କେବଳ ଜୀବନ ବଞ୍ଚାଉଛନ୍ତି ତାହା ନୁହେଁ, ବରଂ କରୁଣା ଓ ଏକତାର ଏକ ସଂସ୍କୃତିକୁ କମ୍ପାନୀ ମଧ୍ୟରେ ପ୍ରୋତ୍ସାହିତ କରୁଛନ୍ତି ।”
ଟାଟା ସ୍ୱେଚ୍ଛାସେବା ସପ୍ତାହ କାର୍ଯ୍ୟକ୍ରମ ଅଧିନରେ ଏହି ରକ୍ତଦାନ ଶିବିରର ଆୟୋଜନ ହୋଇଥିଲା । ବର୍ଷକୁ ଦୁଇ ଥର ଲଗାତାର ୪ ସପ୍ତାହ ଲେଖାଏଁ ଟାଟା ସ୍ୱେଚ୍ଛାସେବୀ ସପ୍ତାହ ପାଳନ କରାଯାଏ । ଟାଟା କମ୍ପାନୀର କର୍ମଚାରୀ, ଅବସରପ୍ରାପ୍ତ କର୍ମଚାରୀ ଓ ସେମାନଙ୍କର ପରିବାରର ସଦସ୍ୟମାନଙ୍କୁ ସ୍ୱେଚ୍ଛାସେବା କରିବା ପାଇଁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଅଟେ ।


Share It

Comments are closed.