ଟିପିଏନ୍‌ଓଡିଏଲ୍‌ର ନୂଆ ବିଦ୍ୟୁତ ବ୍ୟବସ୍ଥା ନିୟନ୍ତ୍ରଣ କେନ୍ଦ୍ର ଉଦ୍‌ଘାଟିତ


ବାଲେଶ୍ୱର: ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ଅତି଼ରିକ୍ତ ପ୍ରମୁଖ ସଚିବ ତଥା ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ୦୯ ସେପ୍ଟେମ୍ବର ୨୦୨୩ରେ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌)ର ବାଲେଶ୍ୱର କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ଏହି ଅବସରରେ ସେ ଟିପିଏନ୍‌ଓଡିଏଲ୍‌ର ନୂଆ ବିଦ୍ୟୁତ ବ୍ୟବସ୍ଥା ନିୟନ୍ତ୍ରଣ କେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଟିପିଏନ୍‌ଓଡିଏଲ୍‌ର ସିଇଓ ଶ୍ରୀ ଭାସ୍କର ସରକାର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସେ ଟିପିଏନ୍‌ଓଡିଏଲ୍‌ର ମିଟର ପରୀକ୍ଷଣ ଲାବୋରେଟୋରି ପରିଦର୍ଶନ କରିଥିଲେ ଏବଂ ସ୍ମାର୍ଟ ମିଟରିଂ, ମିଟର ସଠିକତା ଓ ମିଟରରେ ହେଉଥିବା ହେରଫେର ରୋକିବା ଭଳି ବିଭିନ୍ନ ବିଷୟ ଉପରେ ଆଲୋଚନା କରିିଥିଲେ ।
ଟିପିଏନ୍‌ଓଡିଏଲ୍ ଓ ଓପିଟିସିଏଲ୍‌ର ବରିଷ୍ଠ କର୍ପୋରେଟ୍ ଓ କ୍ଷେତ୍ର ଅଧିକାରୀମାନଙ୍କ ସହ ସେ ବିଭିନ୍ନ ପ୍ରଦର୍ଶନ ମାନଦଣ୍ଡ, ଉନ୍ନତିମୂଳକ କାର୍ଯ୍ୟକ୍ରମ ଓ ଭିତିଭୂମି ବିକାଶ ପ୍ରକଳ୍ପର ସମୀକ୍ଷା କରିଥିଲେ । ଗ୍ରାହକମାନଙ୍କ ପାଇଁ ଭରସାଯୋଗ୍ୟ ଓ ଗୁଣାତ୍ମକ ବିଦ୍ୟୁତ ଯୋଗାଣରେ ଉନ୍ନତି ଆଣିବା ପାଇଁ ଟିପିଏନ୍‌ଓଡିଏଲ୍‌ର ପୁଞ୍ଜି ବ୍ୟୟ ଓ ସରକାରଙ୍କ ପାଣ୍ଠିରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଅଧୀନରେ ବିଭିନ୍ନ ନେଟ୍‌ୱର୍କ ସୁଦୃଢ଼ୀକରଣ କାର୍ଯ୍ୟକୁ ଅଗ୍ରାଧିକାର ଦେବା ଓ ତ୍ୱରାନ୍ୱିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
ନୂଆ ଗ୍ରିଡ୍ ଓ ୩୩ କେଭି ସବ୍‌ଷ୍ଟେସନରେ ଲୋଡିଂକୁ ବଢ଼ାଇବା ଲାଗି ଲିଙ୍କ ଲାଇନ୍ ଯୋଡ଼ିବା ଯୋଜନା ପାଇଁ ଓପିଟିସିଏଲ୍ ସହ ମିଳିତ ଭାବେ କାର୍ଯ୍ୟ କରିବା ଏବଂ ନେଟ୍‌ୱର୍କ ଲୋଡ୍ ଫ୍ଲୋ ଷ୍ଟଡି ଉପରେ ଗୁରୁତ୍ୱାରୋପ କରିବା, ସମ୍ଭାବ୍ୟ ଲୋଡ୍ ବୃଦ୍ଧିର ମୁକାବିଲା କରିବା ଲାଗି ନେଟ୍‌ୱର୍କରେ ଉନ୍ନତି ଆଣିବା ଯୋଜନା ପ୍ରସ୍ତୁତ କରିବା ଲାଗି ସେ ଟିପିଏନ୍‌ଓଡିଏଲ୍‌କୁ ପରାମର୍ଶ ଦେଇଥିଲେ । ଏଥି ସହିତ ବିଦ୍ୟୁତ ଚୋରି ମାମଲାକୁ କମ୍ କରିବା ସହିତ ଏଲ୍‌ଟି ନେଟ୍‌ୱର୍କ ଭିତିଭୂମିରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରିବାର ଗୁରୁତ୍ୱ ବିଷୟରେ ମଧ୍ୟ ସେ ଆଲୋଚନା କରିଥିଲେ ।


Share It

Comments are closed.