ଟିପିଏନ୍‌ଓଡିଏଲ୍ ପରିଚାଳନା କ୍ଷେତ୍ରରେ ୨୦୨୩ ଜୁନ୍ ବିଦ୍ୟୁତ୍ ଚାହିଦା ୧୨୭୯ ମେଗାୱାଟ୍‌, ଗ%ALS


ଟିପିଏନ୍‌ଓଡିଏଲ୍ ଅଂଚଳରେ ତାପମାତ୍ରାରେ ବୃଦ୍ଧି ପାଇଁ ବିଦ୍ୟୁତ ଚାହିଦାରେ ବୃଦ୍ଧି ପରିଲକ୍ଷିତ
ବାଲେଶ୍ୱର: ସାରା ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ଣ ପ୍ରବାହ ପ୍ରଭାବରେ ଚଳିତ ବର୍ଷ ଟିପିଏନ୍‌ଓଡିଏଲ୍‌ର ପରିଚାଳନା କ୍ଷେତ୍ରରେ ବିଦ୍ୟୁତ ଚାହିଦା ଅସ୍ୱାଭାବିକ ସ୍ତରକୁ ବୃଦ୍ଧି ପାଇଛି ।
ଚଳିତ ବର୍ଷ ଜୁନ୍‌ରେ ବିଦ୍ୟୁତ ଚାହିଦା ୧୨୭୯ ମେଗାୱାଟ୍‌କୁ ବୃଦ୍ଧି ପାଇଥିବା ଟିପିଏନ୍‌ଓଡିଏଲ୍‌ର ପରିଲକ୍ଷିତ ହୋଇଛି ଯାହା ୨୦୨୨-୨୩ ଆର୍ଥିକ ବର୍ଷର ୧୧୫୪ ମେଗାୱାଟ୍‌ର ପିକ୍ ଡିମାଣ୍ଡ୍ (ଶୀର୍ଷ ଚାହିଦା) ତୁଳନାରେ ୧୦.୯୧% ଅଧିକ ।
ତାପମାତ୍ରାରେ ବୃଦ୍ଧି ପାଇଁ ଟିପିଏନ୍‌ଓଡିଏଲ୍ ପରିଚାଳନା କ୍ଷେତ୍ରରେ ବିଦ୍ୟୁତ ଚାହିଦାରେ ଏହି ବୃଦ୍ଧି ଘଟିିଥିବା ବେଳେ ଟିପିଏନ୍‌ଓଡିଏଲ୍‌ର ବିଦ୍ୟୁତ ବ୍ୟବସ୍ଥା ନିୟନ୍ତ୍ରଣ କେନ୍ଦ୍ର (ପିଏସ୍‌ସିସି) ସଂଗ୍ରହ କରିଥିବା ତଥ୍ୟରୁ ଜଣାପଡ଼ିଛି ଯେ ଗତ ତିନି ବର୍ଷ ଭିତରେ ୨୦୨୩ ସବୁଠୁ ଉତପ୍ତ ସାବ୍ୟସ୍ତ ହୋଇଛି । ଚଳିତ ବର୍ଷ ଜୁନ୍ ୧୪ରେ ବାରିପଦାରେ ସର୍ବୋଚ୍ଚ ତାପମାତ୍ରା ୪୬.୫ ଡିଗ୍ରି ସେଲ୍‌ସିଅସ୍ ରେକର୍ଡ କରାଯାଇଥିଲା । ସେହିପରି, ଅନ୍ୟ ସବୁ ଜିଲ୍ଲାରେ ମଧ୍ୟ ଅତ୍ୟଧିକ ତାପମାତ୍ରା ଅନୁଭୂତ ହେଉଛି ।
ଫଳରେ, ଟିପିଏନ୍‌ଓଡିଏଲ୍ ଅଂଚଳରେ କାଳବୈଶାଖୀ ଘଟଣାରେ ବୃଦ୍ଧି ପରିଲକ୍ଷିତ ହୋଇଛି । ବାରମ୍ବାର ଘଟୁଥିବା ଓ ଅତ୍ୟଧିକ ତୀବ୍ରତାର ଏହି କାଳବୈଶାଖୀଗୁଡ଼ିକ ଦ୍ୱାରା ଟିପିଏନ୍‌ଓଡିଏଲ୍‌ର ଲାଇସେନ୍ସ ପ୍ରାପ୍ତ ଅଂଚଳର ବିଦ୍ୟୁତ ଭିତିଭୂମି ଗୁରୁତର ଭାବେ ପ୍ରଭାବିତ ହୋଇଛି ।
ଆହ୍ୱାନପୂର୍ଣ୍ଣ ଜଳବାୟୁ ସ୍ଥିତି ସତ୍ୱେ, ଟିପିଏନ୍‌ଓଡିଏଲ୍‌ର ଉତ୍ସର୍ଗୀକୃତ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ, ଲାଇନ୍‌ମ୍ୟାନ୍ ଓ ଇଞ୍ଜିନିୟରମାନେ ଦିନରାତି ଅକ୍ଳାନ୍ତ ପରିଶ୍ରମ ଜାରି ରଖି ସମସ୍ତ ଗ୍ରାହକଙ୍କ ପାଇଁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରୁଛନ୍ତି । ଉତରପଶ୍ଚିମା ଭାବେ ପରିଚିତ କାଳବୈଶାଖୀ ଘଟିବା ସମୟରେ ମଧ୍ୟ ଦୁର୍ଗମ ଅଂଚଳଗୁଡ଼ିକରେ ବିଦ୍ୟୁତ ଯୋଗାଣକୁ ସ୍ୱାଭାବିକ କରିବା ସମୟରେ ସେମାନେ ଭାଙ୍ଗିପଡ଼ିଥିବା ଗଛ, ଉପୁଡ଼ିଯାଇଥିବା ବିଦ୍ୟୁତ ଖୁଂଟ, ଗୁଡ଼ାଇତୁଡ଼ାଇ ହୋଇଥିବା ବିଦ୍ୟୁତ ପ୍ରବାହିତ ତାର, ଦବି ଯାଇଥିବା ସଡ଼କ ଓ ଏଭଳିକି ଗ୍ରାହକମାନଙ୍କ ରୋଷ ଭଳି ଆହ୍ୱାନକୁ ସାମ୍ନା କରୁଛନ୍ତି ।
ବର୍ଦ୍ଧିତ ବିଦ୍ୟୁତ ଚାହିଦାକୁ ପୂରଣ କରିବା ଏବଂ ଆହ୍ୱାନପୂର୍ଣ୍ଣ ସମୟରେ ମଧ୍ୟ ମୂଲ୍ୟବାନ ଗ୍ରାହକଙ୍କ ଆଶାକୁ ପୂରଣ କରି ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବାକୁ ଟିପିଏନ୍‌ଓଡିଏଲ୍ ପ୍ରତିବଦ୍ଧ ରହିଛି ।


Share It

Comments are closed.