ଟିପିଏନ୍‌ଓଡିଏଲ୍ ପକ୍ଷରୁ ଭଦ୍ରକରେ ନୂଆ ଗ୍ରାହକ ସେବା କେନ୍ଦ୍ର ଉଦ୍‌ଘାଟିତ


ଭୁବନେଶ୍ୱର / ବାଲେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦନ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ପକ୍ଷରୁ ଭଦ୍ରକ ଜିଲ୍ଲା ଧାମନଗରର ଦକ୍ଷିଣ ବାଡ଼ ଛକ ନିକଟସ୍ଥ ଭଦ୍ରକ ଦକ୍ଷିଣ ବିଦ୍ୟୁତ ଡିଭିଜନ୍‌ରେ ଏକ ନୂଆ ଗ୍ରାହକ ସେବା କେନ୍ଦ୍ର ଉଦ୍‌ଘାଟନ କରାଯାଇଛି ।
ଏହି କେନ୍ଦ୍ରକୁ ଟିପିଏନ୍‌ଓଡିଏଲ୍‌ର ସିଇଓ ଭାସ୍କର ସରକାର ଉଦ୍‌ଘାଟନ କରିଥିବା ବେଳେ ନିକଟରେ ବାଣିଜ୍ୟ ଓ ସିଏସ୍‌ଆର୍ ମୁଖ୍ୟ ଦୁଷ୍ୟନ୍ତ କୁମାର ତ୍ୟାଗି, ଏଚ୍‌ଆର୍ ଓ ଆଡ୍‌ମିନ୍ ମୁଖ୍ୟ ଶ୍ରୀ ଶ୍ରୀବଲ୍ଲଭ ସିଂହ, ଗ୍ରାହକ ସେବା ମୁଖ୍ୟ ବିନୋଦ କୁମାର ବିଏନ୍‌, ଭଦ୍ରକର ସୁପରିଟେଣ୍ଡିଂ ଇଞ୍ଜିନିୟର ଶ୍ରୀକାନ୍ତ ପାଢ଼ୀ, ଭଦ୍ରକ ଦକ୍ଷିଣ ବିଦ୍ୟୁତ ଡିିଭିଜନର ପ୍ରଥମ ମହିଳା ନିର୍ବାହୀ ଯନ୍ତ୍ରୀ ମନସ୍ୱିନୀ ସାହୁ ଓ ଟିପିଏନ୍‌ଓଡିଏଲ୍‌ର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଟିପିଏନ୍‌ଓଡିଏଲ୍‌ର ପୂର୍ବ ଗ୍ରାହକ ସେବା କେନ୍ଦ୍ରଗୁଡ଼ିକ ଭଳି ଏହି କେନ୍ଦ୍ର ଅଧିକାରୀମାନଙ୍କ ଏକ ଉଚ୍ଚ ପ୍ରଶିକ୍ଷିତ ଓ ଦକ୍ଷ ଟିମ୍ ଦ୍ୱାରା ପରିଚାଳିତ ହେବ ଯେଉଁମାନେ ନୂଆ ସଂଯୋଗ ଆବେଦନ, ମାସିକ ବିଲ୍ ପ୍ରଦାନ, ଗ୍ରାହକଙ୍କ ପ୍ରଶ୍ନ ଓ ସମସ୍ୟାର ସମାଧାନ କରିବା ଏବଂ ଅନ୍ୟାନ୍ୟ ସମ୍ପର୍କିତ ସେବା ସମେତ ବିଭିନ୍ନ ପ୍ରକାର ଗ୍ରାହକ ସେବା ପ୍ରଦାନ କରିବ ।
“ ନିରବଚ୍ଛିନ୍ନ ଗ୍ରାହକ ଅନୁଭୂତିକୁ ସୁଦୃଢ଼ କରିବାକୁ ଆମେ ପ୍ରତିବଦ୍ଧ ଏବଂ ସମ୍ପୂର୍ଣ୍ଣ ଗ୍ରାହକ ସନ୍ତୁଷ୍ଟି ହାସଲ କରିବା ଆମର ଅଭିଳାଷ । ନୂଆ ସଂଯୋଗ, ବିଲ୍‌, ବକେୟା ଭଳି ବିଭିନ୍ନ ପ୍ରକାର ସମସ୍ୟା ଲାଗି ଏହି ଗ୍ରାହକ ସେବା କେନ୍ଦ୍ରଗୁଡ଼ିକ ଏକକ ସମାଧାନ ପ୍ରଦାନ କରିବେ । ଏହି ଲକ୍ଷ୍ୟ ପ୍ରତି ଆମର ସମର୍ପଣ ଭାବ ଗ୍ରାହକ ସେବାରେ ଉନ୍ନତି ଆଣିବା ଲାଗି ଆମକୁ ନିରନ୍ତର ଭାବେ ଆଗକୁ ବଢ଼ାଉଛି ବୋଲି ଟିପି ନର୍ଦନ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌ର ସିଇଓ ଶ୍ରୀ ଭାସ୍କର ସରକାର କହିଛନ୍ତି ।’’
ସାରା ଉତର ଓଡ଼ିଶାରେ ଟିପିଏନ୍‌ଓଡିଏଲ୍‌ର ଏବେ ୧୫ ଗ୍ରାହକ ସେବା କେନ୍ଦ୍ର ରହିଛି । ଗ୍ରାହକ କୈନ୍ଦ୍ରୀକତାକୁ ସୁନିଶ୍ଚିତ କରିବା ଲାଗି ଗ୍ରାହକ ସେବା କେନ୍ଦ୍ର ନେଟ୍‌ୱର୍କକୁ ଏହା ଆହୁରି ସୁଦୃଢ଼ କରୁଛି । ଗ୍ରାହକମାନଙ୍କ ସମସ୍ୟା ଓ ପ୍ରଶ୍ନର ତ୍ୱରିତ ସମାଧାନ ଲାଗି କଂପାନିର ଏକ ଦେୟମୁକ୍ତ ନମ୍ବର (୧୮୦୦-୩୪୫-୬୭୧୮/ ୧୯୧୨) ରହିଛି ।
ଉତର ଓଡ଼ିଶାରେ ବିଦ୍ୟୁତ ସମ୍ପର୍କିତ ଯେ କୌଣସି ସେବା ଲାଗି ଗ୍ରାହକମାନେ “ମାଇଁ ଟାଟା ପାୱାର ଆପ୍‌’ ଡାଉନ୍‌ଲୋଡ୍ କରିପାରିବେ ।


Share It

Comments are closed.