ରାଜସ୍ଥାନ ପରେ ମଧ୍ୟପ୍ରଦେଶରେ ମଧ୍ୟ କ୍ଷମତାକୁ ଆସିପାରେ କଂଗ୍ରେସ


ମଧ୍ୟ ପ୍ରଦେଶରେ ବିଗତ ୧୫ ବର୍ଷ ହେବ କଂଗ୍ରେସ ସରକାରରୁ ଦୂରେଇ ରହିଥିବାବେଳେ ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସ କିପରି ସେଠାରେ ପୁଣି ଥରେ ସରକାରକୁ ଫେରିବ, ସେଥିପାଇଁ ସମସ୍ତ ପ୍ରଚେଷ୍ଟା ଚଳାଇଛି । କଂଗ୍ରେସ ପାଇଁ ଏହା ଏକ ସେମିଫାଇନାଲ ମ୍ୟାଚ ସଦୃଶ୍ୟ ।
ମଧ୍ୟ-ପ୍ରଦେଶରେ ହୋଇଥିବା ଅନେକ ଓପିନିୟନ ପୋଲ ସର୍ଭେରେ ଏହା ଜଣାପଡିଛି ଯେ, ମଧ୍ୟ ପ୍ରଦେଶରେ ବିଜେପି ଅପେକ୍ଷା କଂଗ୍ରେସର ଭଲ ସ୍ଥିତି ରହିଛି । ଶିବରାଜ ସିଂହ ବିଗତ ୩ ବର୍ଷ ହେବ ଏଠାରେ ମୁଖ୍ୟମନ୍ତ୍ରୀ ଋପେ ନିର୍ବାଚିତ ହୋଇ ଆସୁଥିବାବେଳେ ଅଣ୍ଟି ଇନକମ୍ବେନସି ଫ୍ୟାକ୍ଟର କଂଗ୍ରେସକୁ ଫାଇଦା ଯୋଗାଇପାରେ ବୋଲି ଦଳ ବେଶ ଆଶାବାଦୀ ରହିଛି ।
ଯଦି ଆମେ ବିଗତ ୧୫ ହେବ କଂଗ୍ରେସ ପ୍ରଦର୍ଶନ ଉପରେ ନଜର ପକାଇବା ତେବେ ଦଳ ପ୍ରଦେଶରେ ସେତେଟା ଆଖି ଦୃଶିଆ ପ୍ରଦର୍ଶନ କରିବାରେ ଅସଫଳ ରହିଥିଲା । ୨୦୦୩ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ୩୭ଟି ସିଟରେ ସନ୍ତୁଷ୍ଟ ହୋବାକୁ ପଡିଥିବାବେଳେ ୨୦୦୮ରେ ୭୧ଟି ସିଟ ଏବଂ ୨୦୧୩ରେ ୫୮ଟି ସିଟ ନିଜର ଖାତ ଖୋଲିବାରେ ସଫଳ ହୋଇଥିଲା । ୨୩୦ଟି ବିଶିଷ୍ଟ ଏହି ରାଜ୍ୟରେ ବିଜେପି ତିନି ବର୍ଷ ହେବା ଅଦ୍ଭୁତପୂର୍ବ ପ୍ରଦର୍ଶନ କରିଥିଲା । ୨୦୦୩ରେ ବିଜେପିକୁ ୧୭୩ଟି ସିଟ ମିଳିଥିବାବେଳେ ୨୦୦୮ରେ ୧୪୩ଟି ଏବଂ ୨୦୧୩ରେ ୧୬୫ଟି ସିଟ ମିଳିଥିଲା ।
ତିନୋଟି ଟ୍ରମରେ ବିଜେପି ଯେଉଁଭଳି ପ୍ରଦର୍ଶନ କରିଛି ସେଥିପାଇଁ କଂଗ୍ରେସ କୌଣସି ବି ଭୁଲ କରିବାକୁ ଚାହୁିଁନି ଏବଂ ଦଳ ତା’ର ସମସ୍ତ କ୍ଷେତ୍ରରେ ସୁଧାର ଆଣିଛି । ଅନ୍ୟ ରାଜ୍ୟ ଅପେକ୍ଷା ଏହି ରାଜ୍ୟରେ କଂଗ୍ରେସର ସ୍ଥିତି କିଛି ଅଲଗା ରହିଛି । ଅନ୍ୟ ରାଜ୍ୟ ଅପେକ୍ଷା ଏହି ରାଜ୍ୟରେ ଦଳର ଲୋକପ୍ରିୟ ଏବଂ ବରିଷ୍ଠ ନେତାଙ୍କ ଅଭାବ ନାହିଁ ଏବଂ ଏହି ପ୍ରଦେଶରେ ପ୍ରତି କ୍ଷେତ୍ରରେ ଲୋକପ୍ରିୟ ଏବଂ ବରିଷ୍ଠ ନେତାଙ୍କ ରହିଛନ୍ତି ।
ଦଳର ସବୁଠାରୁ ଅନୁଭବୀ ନେତା, ଦିଗବିଜୟ ସିଂହ ଏଠାର ଜଣେ ଲୋକପ୍ରିୟ ନେତା ଅଟନ୍ତି । କମଲନାଥଙ୍କ ମହାକୌଶଲ କ୍ଷେତ୍ରରେ ଦବଦବା ରହିଥିବାବେଳେ ଜ୍ୟାତିରାଦିତ୍ୟା ସିନ୍ଧିଆଙ୍କର ଗ୍ୱାଲିୟର ଏବଂ ଚମ୍ବଲ ରାଜ୍ୟରେ ଭଲ ସମର୍ଥନ ରହିଛି । ଏମାନଙ୍କ ସମେତ ଅଜୟ ସିଂହ, ସୁରେଶ ପଚୋରୀ, ଅରୁଣ ଯାଦବ ଏବଂ କ୍ଲାନ୍ତିଲାଲ ଭୂରିଆଙ୍କର ମଧ୍ୟ ନିଜ ନିଜ ଅଞ୍ଚଳରେ ଭଲ ସମର୍ଥନ ରହିଛି ।


Share It

Comments are closed.