ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ପକ୍ଷରୁ ‘ଖଣି ସୁରକ୍ଷା ସପ୍ତାହ’ ପାଳିତ


ଭୁବନେଶ୍ବର: ଟାଟା ଷ୍ଟିଲ ଦ୍ଵାରା ପରିଚାଳିତ ଖଣ୍ଡବନ୍ଧ ଲୌହ ଓ ମାଙ୍ଗାନିଜ ଖଣି ପକ୍ଷରୁ ସୋମବାର 41 ତମ ‘ଖଣି ସୁରକ୍ଷା ସପ୍ତାହ’ ପାଳିତ ହୋଇଯାଇଛି I ଡାଇରେକ୍ଟର ଜେନେରାଲ ଅଫ ମାଇନ୍ସ ସେଫ୍ଟି (ଡି ଜି ଏମ୍ ଏସ୍) ର ଭୁବନେଶ୍ବର ଆଞ୍ଚଳିକ ଶାଖା ଆନୁକୁଲ୍ୟରେ ଆୟୋଜିତ ଏହି ଉତ୍ସବରେ, ଖଣି ସୁରକ୍ଷା ସମ୍ବନ୍ଧୀୟ ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା I

ଏହି ସଭାରେ ରାମ ଶଙ୍କର ଶର୍ମI, ଏ ଭି ପି, ମାଇନିଂ ଅପରେସନ, ନାରାୟଣପୋଷି ଖଣି (ଜେ ଏସ୍ ଡବ୍ଲ୍ଯୁ), ସତ୍ୟକାମ ଦାସ, ଡି ଜି ଏମ, ଠାକୁରାଣୀ ଖଣି ( ଆର୍ସେଲର ମିତ୍ତଲ ନିପନ ଷ୍ଟିଲ), ସୁଭାସ ଦାସ, ଡି ଜି ଏମ, କାସିଆ ଖଣି, ବିଜୟ ସେଠୀ, ମ୍ୟାନେଜର ,କୁର୍ମିତାର ଖଣି, ଅତୁଲ କୁମାର ଭଟନIଗର, ଜେନେରାଲ ମ୍ୟାନେଜର (ଓ ଏମ୍ କ୍ୟୁ),ଟାଟା ଷ୍ଟିଲ, ଜି ଭି ସତ୍ୟନାରାୟଣ, ଚିଫ, ଖଣ୍ଡବନ୍ଧ ଖଣି, ଟାଟା ଷ୍ଟିଲ, ଓ କମ୍ପାନୀ ର ଅନ୍ୟାନ୍ୟ କର୍ମଚାରୀମାନଙ୍କ ସହ ଯାନ୍ତ୍ରିକ ସେବା ପ୍ରଦାନକାରୀ ସଂସ୍ଥା ଙ୍କର ପ୍ରତିନିଧି ଓ ଆଖପାଖ ସ୍କୁଲ ର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ I

ରାମ ଶଙ୍କର ଶର୍ମI, ଆବାହକ ଭାବରେ ନିଜର ବକ୍ତବ୍ୟରେ ଖଣି ର ଉତ୍ତୋଳନ ଠାରୁ ଆରମ୍ଭ କରି କଞ୍ଚାମାଲ ରୁ ଦୈନଦିନ ବ୍ୟବହାରଯୋଗୀ ବସ୍ତୁର ଉତ୍ପାଦନ ପର୍ଯ୍ୟନ୍ତ ପରିବେଶୀୟ ସନ୍ତୁଳନ ଉପରେ ଗୁରୁତ୍ୱାରୋପ କରିଥିଲେ I

ଏହା ପୂର୍ବରୁ ନିରୀକ୍ଷଣକାରୀ ଦଳ ଖଣ୍ଡବନ୍ଧ ଖଣି ର ପ୍ରମୁଖ ସ୍ଥାନ ପରିଦର୍ଶନ କରି ଟାଟା ଷ୍ଟିଲ ଦ୍ଵାରା ପରିବେଶ ଓ ଖଣି ସୁରକ୍ଷା ଉପରେ ନିଆଯାଇଥିବା ପଦକ୍ଷେପ ସବୁ ବୁଲି ଦେଖିଥିଲେ ଏବଂ ପରିବେଶ ସୁରକ୍ଷା ପ୍ରତି ଥିବା ପ୍ରତିବଦ୍ଧତା କୁ ପ୍ରଶଂସା କରିଥିଲେ I

ଏହା ପରେ, ପ୍ରଚାର ଓ ପ୍ରସାର ଭିତ୍ତିକ ପ୍ରଦର୍ଶନୀ ରେ ସେମାନେ ଯାନ୍ତ୍ରିକ ସେବା ପ୍ରଦାନକାରୀ ସଂସ୍ଥା ଏବଂ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରଦର୍ଶିତ ପରିବେଶ ଓ ଖଣି ସୁରକ୍ଷା ସମ୍ପର୍କିତ ମଡେଲ ପରିଦର୍ଶନ କରି ଖଣି ରେ ବ୍ୟବହୃତ ବିଭିନ୍ନ ପ୍ରକାର ଉନ୍ନତ ଓ ଆଧୁନିକ ଯନ୍ତ୍ରପାତି ସବୁକୁ ଦେଖିଥିଲେ I

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଖଣି ଓ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ସ୍ଲୋଗାନ ଓ ପୋଷ୍ଟର ପ୍ରଦର୍ଶିତ ହୋଇଥିଲା I

ସଭା ଶେଷରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I


Share It

Comments are closed.