ଟାଟା ଷ୍ଟିଲ ଏଫ୍‌ଏଏମ୍‌ଡିକୁ ୱାଟର ଡାଇଜେଷ୍ଟ ୱାର୍ଲଡ୍ ୱାଟର ଆୱାର୍ଡ ୨୦୨୩-୨୪ ପୁରସ୍କାର


-ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ପ୍ରଯୁକ୍ତିିର ଉପଯୋଗ

-‘ଡିଜିଟାଇଜେସନରେ ଉତ୍କର୍ଷତା’ ପାଇଁ ପୁରସ୍କାର ହାସଲ

ଭୁବନେଶ୍ୱର: ଟାଟା ଷ୍ଟିଲର ଫେରୋ ଆଲଏଜ୍ ଆଣ୍ଡ ମିନେରାଲ୍ସ ଡିଭିଜନ (ଏଫ୍‌ଏଏମ୍‌ଡି) ସୋମବାର ନୂଆଦିଲ୍ଲୀ ଠାରେ ଆୟୋଜିତ ୱାଟର ଡାଇଜେଷ୍ଟ ୱାର୍ଲଡ୍ ୱାଟର ଆୱାର୍ଡ ୨୦୨୩-୨୪ରେ ‘ଏକ୍ସଲେନ୍ସ ଇନ୍ ଡିଜିଟାଲାଇଜେସନ୍‌’ ବର୍ଗରେ ବିଜେତା ହୋଇଛି ।

ଏହି ଅବସରରେ ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟର ମାନ୍ୟବର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟାଟା ଷ୍ଟିଲକୁ ପୁରସ୍କାର ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଥିଲେ । କମ୍ପାନି ତରଫରୁ ଟାଟା ଷ୍ଟିଲର ରେସିଡେଣ୍ଟ ଏକଜିକ୍ୟୁଟିଭ୍ (ଦିଲ୍ଲୀ) ସୁଗନ୍ଧା ଜୟସ୍ୱାଲ ଏହି ପୁରସ୍କାର ଗ୍ରହଣ କରିଥିଲେ ।

ଜଳ ପରିଚାଳନା ପ୍ରକ୍ରିୟାରେ ଉନ୍ନତି ଆଣିବା ଏବଂ ଏହାର ପରିଚାଳନାରେ ଦୀର୍ଘସ୍ଥାୟୀତ୍ୱକୁ ତ୍ୱରାନ୍ୱିତ କରିବା ପାଇଁ ଟାଟା ଷ୍ଟିଲ୍ (ଏଫ୍‌ଏଏମ୍‌ଡି)ର ଅତ୍ୟାଧୁନିକ ଡିଜିଟାଲ ଜ୍ଞାନକୌଶଳକୁ ମାନ୍ୟତା ପ୍ରଦାନ କରିଛି ଭାରତର ପ୍ରମୁଖ ଜଳ ପତ୍ରିକା ୱାଟର ଡାଇଜେଷ୍ଟ । ଜଳ ଯୋଦ୍ଧାମାନଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ ଏଫ୍‌ଏଏମଡିକୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି ।

ଟାଟା ଷ୍ଟିଲର କାର୍ଯ୍ୟନିର୍ବାହୀ ଭାରପ୍ରାପ୍ତ ଅଧିକାରୀ (ଏଫ୍‌ଏଏମ୍‌ଡି) ପଙ୍କଜ ସତିଜା ଏହି ସମ୍ମାନ ପାଇଁ କୃତଜ୍ଞତା ଜ୍ଞାପନ କରି କହିଛନ୍ତି ଯେ, “ଏହି ପୁରସ୍କାର ପାଇ ଆମେ ଗର୍ବ ଅନୁଭବ କରୁଛୁ ଯାହା ଆମକୁ ଜଳ ପରିଚାଳନା ଦିଗରେ ଆମର ଯାତ୍ରା ଜାରି ରଖିବାକୁ ପ୍ରେରଣା ଦେବ । ଏହି ପୁରସ୍କାର ଅଭିନବ ଡିଜିଟାଲ ସମାଧାନ ଗ୍ରହଣ ଦିଗରେ ଆମର ପ୍ରତିବଦ୍ଧତା ଦର୍ଶାଇବା ସହ ଆମ ଦୀର୍ଘସ୍ଥାୟୀତ୍ୱ ରଣନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଆମର ଦାୟିତ୍ୱସମ୍ପନ୍ନ ବ୍ୟବସାୟିକ ଅଭ୍ୟାସକୁ ମାନ୍ୟତା ପ୍ରଦାନ କରିଥିବାରୁ ମୁଁ ଜୁରି ସଦସ୍ୟଙ୍କୁ ଧନ୍ୟବାଦ ଜଣାଉଛି ।”

ଜଳ ସଂରକ୍ଷଣ ପାଇଁ ଡିଜିଟାଲ ଟେକ୍ନୋଲୋଜି ଉପଯୋଗ କରି ନିଆଯାଇଥିବା ପଦକ୍ଷେପ ଲାଗି ଏଫ୍‌ଏଏମ୍‌ଡିକୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାର ସୁକିନ୍ଦାସ୍ଥିତ ଖଣିଠାରୁ ଆରମ୍ଭ କରି କଟକ ଜିଲ୍ଲା ଆଠଗଡ଼ରେ ଥିବା ଫେରୋ କ୍ରୋମ ପ୍ଲାଣ୍ଟ ପର୍ଯ୍ୟନ୍ତ ଭାଲ୍ୟୁ ଚେନ୍ ରେ ଏହାର ଉତ୍ପାଦ ପାଇଁ ଜଳ ବ୍ୟବହାର ବିଷୟରେ ଜାଣିବା ଲାଗି ଏଫ୍‌ଏଏମଡି ଡିଜିଟାଲାଇଜେସନକୁ ବ୍ୟବହାର କରିଛି ।


Share It

Comments are closed.