ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ ଜ୍ଞାନ ବିନିମୟ ଅଧିବେଶନ ଆୟୋଜିତ


ଭୁବନେଶ୍ୱର: ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ (ଟିଏସ୍‌ଏମ୍‌ଏଲ୍‌) ପକ୍ଷରୁ ଗୁରୁବାର ଦିନ ଭାରତୀୟ ଖଣି ଇଞ୍ଜିନିୟର ସଂଘ(ଏମ୍‌ଇଏଆଇ)ର ଭୁବନେଶ୍ୱର ଚାପ୍ଟର ପାଇଁ ଏକ ବୈଷୟିକ ଅଧିବେଶନ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମର ଶୀର୍ଷକ ଥିଲା “ ସମ୍ବଳ ଆକଳନର ଗୁଣବତା: ଖଣି ମିଲ୍‌-ସମନ୍ୱୟ ମାଧ୍ୟମରେ ଉତ୍ପାଦକତା ଆକଳନ ଉପରେ ପ୍ରଭାବ’ । ଏମ୍‌ଇଏଆଇ ହେଉଛି ଖଣି ଇଞ୍ଜିନିୟରିଂ କ୍ଷେତ୍ରର ଅଗ୍ରଗତି ପାଇଁ ସମର୍ପିତ ପ୍ରମୁଖ ଅନୁଷ୍ଠାନ । ଏହି କାର୍ଯ୍ୟକ୍ରମରେ ଶିଳ୍ପ ବିଶେଷଜ୍ଞ, ବୁଦ୍ଧିଜୀବୀ ଏବଂ ଉତ୍ସାହୀମାନଙ୍କୁ ଏକତ୍ରୀତ କରାଯାଇ ଖଣି କ୍ଷେତ୍ରରେ ମୂଲ୍ୟବାନ ଜ୍ଞାନ ଓ ବିଶେଷତାର ଆଦାନପ୍ରଦାନ କରାଯାଇଥିଲା ।

ଏହି ଅଧିବେଶନରେ ଅଂଶଗ୍ରହଣକାରୀମାନଙ୍କ ଉତ୍ସାହଜନକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା ଯେଉଁମାନେ ଉତ୍ସାହର ସହ ଆଲୋଚନା ଓ ଶିଖିବା ସୁଯୋଗକୁ ବ୍ୟବହର କରିବା ପାଇଁ କାର୍ଯ୍ୟକ୍ରମ ସହ ଯୋଡିହୋଇଥିଲେ । ଖଣି ଇଞ୍ଜିନିୟରିଂ ଅଭିବୃଦ୍ଧିର ପ୍ରସାର ପାଇଁ ଜ୍ଞାନର ପ୍ରସାର, ନେଟ୍‌ୱର୍କିଂ ଏବଂ ସହଯୋଗ ଲାଗି ଏକ ମଂଚ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି ଅଧିବେଶନରେ ବିଶିଷ୍ଟ ବକ୍ତା ଭାବେ ଯୁକ୍ତରାଷ୍ଟ୍ର ଆମେରିକାର ୟୁଟାସ୍ଥିତ ଜିଓ ଗ୍ଲୋବାଲ୍ ଏଲ୍‌ଏଲ୍‌ସିର ଅଧ୍ୟକ୍ଷ ଢକ୍ଟର ଅବନୀ ଆର୍ ସାମଲ ଯୋଗଦେଇ ଖଣି ମୂଲ୍ୟ ଶୃଙ୍ଖଳା, ଖଣିଜ ସମ୍ପଦ ଓ ସଂରକ୍ଷଣ, ଖଣିଜ ସମ୍ପଦ ଆକଳନ, ଇଟଂରପୋଲେସନ୍ ମାନଦଣ୍ଡ ଏବଂ ସମ୍ବଳ ଓ ସଂରକ୍ଷଣ ମଡେଲ୍‌ର ସଠିକତାର ଗୁରୁତ୍ୱ ଭଳି ଅନେକ ପ୍ରାସଙ୍ଗିକ ବିଷୟ ଉପରେ ତାଙ୍କ ଅଭିଜ୍ଞତା, ଗବେଷଣା ଫଳାଫଳ ଓ ଅଭିନବ ଚିନ୍ତାଧାରା ବାଂଟିଥିଲେ ।

ଟିଏସ୍‌ଏମ୍‌ଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଓ ଏମ୍‌ଇଏଆଇ ଭୁବନେଶ୍ୱର ଚାପ୍ଟରର ଅଧ୍ୟକ୍ଷ ପଙ୍କଜ ସତିଜା କହିଛନ୍ତି ଯେ, “ଏହି କାର୍ଯ୍ୟକ୍ରମ ଖଣି ପେସାଦାରମାନଙ୍କ ଜ୍ଞାନ ଓ ଦକ୍ଷତା ବୃଦ୍ଧି ଏବଂ ଖଣି ଶିଳ୍ପର ଦାୟିତ୍ୱପୂର୍ଣ୍ଣ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଆମ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ବିଶେଷଜ୍ଞ, ପେସାଦାର ଓ ଉତ୍ସାହୀ ଲୋକମାନଙ୍କୁ ଏକତ୍ରୀତ କରି ଆମ ନୂତନ ଚିନ୍ତାଧାରାକୁ ଜାଗ୍ରତ କରିବା ଏବଂ ଶିଳ୍ପର ପ୍ରଗତିକୁ ଆଗକୁ ବଢ଼ାଇ ନୈତିକତା ଓ ଦୀର୍ଘସ୍ଥାୟୀତ୍ୱର ସର୍ବୋଚ୍ଚ ମାନଦଣ୍ଡକୁ ବଜାୟ ରଖିବାକୁ ଲକ୍ଷ୍ୟ ରଖିଛୁ ।’’

ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍‌, ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ୍‌, ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର ଲିମିଟେଡ୍‌, ଆଇଏମ୍‌ଏଫ୍‌ଏ, ଜେଏସ୍‌ଡବ୍ଲୁ, ଫେକର୍ ଏବଂ ଓଡ଼ିଶା ଖଣି ନିଗମ ଭଳି ବିଭିନ୍ନ କଂପାନିର ବିଶିଷ୍ଟ ଖଣି ଇଞ୍ଜିନିୟରମାନେ ଯୋଗ ଦେଇଥିଲେ । ଅଂଶଗ୍ରହଣକାରୀମାନେ ସ୍ଥାୟୀ ଖଣି ଅଭ୍ୟାସ, ଖଣି ଉତୋଳନରେ ପରିବେଶଗତ ଅଗ୍ରଗତି, ପରିବେଶ ସଂରକ୍ଷଣ, ନିରାପତା ପ୍ରୋଟୋକଲ୍ ଏବଂ ଗୋଷ୍ଠୀ ସଂପୃକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିଥିଲେ ।

ଭାରତୀୟ ଖଣି ଇଞ୍ଜିନିୟର ସଂଘ-ଭୁବନେଶ୍ୱର ଚାପ୍ଟର ନିୟମିତ ଭାବେ ଏଭଳି ଜ୍ଞାନ ବିନିମୟ କାର୍ଯ୍ୟକ୍ରମ ଆୟୋଜନ କରି ଆସୁଛି । ଭୂ-ବିଜ୍ଞାନ କ୍ଷେତ୍ରରେ ସମଗ୍ର ବିଶ୍ୱରେ ସର୍ବୋତମ ଅଭ୍ୟାସ ଉପରେ ଅଧିବେଶନ ଆୟୋଜନ କରିବା ସହିତ ଭାରତକୁ ବିଶ୍ୱର ଶ୍ରେଷ୍ଠ ଖଣି ସ୍ଥଳରେ ପରିଣତ କରିବା ପାଇଁ ଶିଳ୍ପ ସହିତ ଜଡ଼ିତ ଲୋକମାନଙ୍କୁ ଏଭଳି ଚିନ୍ତାଧାରା କାର୍ଯ୍ୟକାରୀ କରିବା ଲାଗି ଏକ ପ୍ଲାଟଫର୍ମ ପ୍ରଦାନ କରିବାକୁ ଏହି ଚାପ୍ଟର ପ୍ରତିବଦ୍ଧ ରହିଛି ।


Share It

Comments are closed.