ସିଆଇଆଇ ଆଇଟିସି ସଷ୍ଟେନେବିଲିଟି ଆୱାର୍ଡସ୍‌ରେ ଟାଟା ଷ୍ଟିଲ୍ ମାଇନିଂକୁ “ଏକ୍ସିଲେନ୍ସ ଇନ୍ ବାୟୋଡାଇଭରସିଟି ମ୍ୟାନେଜମେଂଟ୍‌’ ସମ୍ମାନ


ଭୁବନେଶ୍ୱର/ ନୂଆଦିଲ୍ଲୀ: ନିଜ କାର୍ଯ୍ୟକ୍ଷେତ୍ର ପାରିପାଶ୍ୱିର୍କ ଅଂଚଳରେ ଜୈବ ବିବିଧତାର ସଂରକ୍ଷଣ ପାଇଁ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଥିବାରୁ ସିଆଇଆଇ ଆଇଟିସି ସଷ୍ଟେନେବିଲିଟି ଆୱାର୍ଡସ୍ ୨୦୨୨ରେ ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ (ଟିଏସ୍‌ଏମ୍‌ଏଲ୍‌)କୁ ‘ଏକି୍ସଲେନ୍ସ ଇନ୍ ବାୟୋଡାଇଭରସିଟି ମ୍ୟାନେଜମେଂଟ୍‌’ ପୁରସ୍କାର ପ୍ରଦାନ କରାଯାଇଛି ।

ମଇ ୧୦ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ଭାରତ ସରକାରଙ୍କ ମାନ୍ୟବର କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ ଏହି ସମ୍ମାନଜନକ ପୁରସ୍କାର ବୁଧବାର ପ୍ରଦାନ କରିଛନ୍ତି । କଂପାନି ତରଫରୁ ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍‌ର ବରିଷ୍ଠ ମହାପ୍ରବନ୍ଧକ ରାଜଶ୍ରୀ ପାଲିତ ପୁରସ୍କାର ଗ୍ରହଣ କରିଛନ୍ତି । ପ୍ରଜାତୀୟ ଖାଦ୍ୟୋତ୍ସବ, ଗ୍ରିନ୍ ଥେରାପି, ଜୈବକଳା ବିବିଧତା, ସୁକିନ୍ଦା ଇକୋରେସ୍‌, ପ୍ରଜାପତି ବଗିଚା (ବଟରଫ୍ଲାଏ ଗାର୍ଡେନ) ଓ ଔଷଧୀୟ ଉଦ୍ୟାନ ଭଳି ଟିଏସ୍‌ଏମ୍‌ଏଲ୍‌ର ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମକୁ ବିଚାରକମାନେ ପ୍ରଶଂସା କରିଛନ୍ତି ।

ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍‌ର ପରିଚାଳନା ନିର୍ଦେଶକ ପଙ୍କଜ ସତିଜା କହିଛନ୍ତି ଯେ, “ଏହି ପୁରସ୍କାର ଗ୍ରହଣ କରି ଆମେ ବହୁତ ଖୁସି ଯାହା ଟିଏସ୍‌ଏମ୍‌ଏଲ୍‌ରେ ଜୈବବିବିଧତାର ସଂରକ୍ଷଣ ଓ ନିରନ୍ତରତା ପରିଚାଳନା ପ୍ରତି ଥିବା ପ୍ରତିବଦ୍ଧତା ଦିଗରେ ଏକ ସ୍ୱୀକୃତି । ଏହି ପୁରସ୍କାର ଆମକୁ ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖିବା ପାଇଁ ଆହୁରି ଅନୁପ୍ରାଣିତ କରିବ । ଏହି ପୁରସ୍କାର ଲାଗି ଆମକୁ ବିଚାରକୁ ନେଇଥିବାରୁ ବିଚାରକମାନଙ୍କୁ ଆମେ କୃତଜ୍ଞତା ଜଣାଉଛୁ ।’’

ଜୈବବିବିଧତାର ସଂରକ୍ଷଣ ଓ ଉନ୍ନତି ହେଉଛି ଟିଏସ୍‌ଏମ୍‌ଏଲ୍‌ର କର୍ପୋରେଟ୍ ରଣନୀତି ଓ ମୂଲ୍ୟବୋଧ ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ସବୁ ଗୁରୁତ୍ୱପୂର୍ଣ୍ଣ ଓ ପରିଚାଳନା ନିଷ୍ପତିରେ ଜୈବବିବିଧତାକୁ ମୁଖ୍ୟ ସ୍ରୋତରେ ରଖିବାକୁ ଟିଏସ୍‌ଏମ୍‌ଏଲ ସର୍ବଦା ଉଦ୍ୟମ କରିଆସୁଛି । ନିଜ କାର୍ଯ୍ୟକ୍ଷେତ୍ର ଆଖାପାଖ ଗୋଷ୍ଠୀ, ସ୍କୁଲ ଛାତ୍ରଛାତ୍ରୀ ଓ କର୍ମଚାରୀ ଏବଂ ସଚେତନତା କାର୍ଯ୍ୟକ୍ରମ ଜରିଆରେ ଅନ୍ୟ ଅଂଶୀଦାରଙ୍କ ମଧ୍ୟରେ ଏହି ମହତ ଉଦ୍ଦେଶ୍ୟ ପାଇଁ ଜରୁରୀକାଳୀନ ଭାବ ଜାଗ୍ରତ କରିବାକୁ ଟିଏସ୍‌ଏମ୍‌ଏଲ୍ ଉଦ୍ୟମ କରୁଛି ଏବଂ ଏହାର ଜୈବବିବିଧତା ଅଭିଯାନ କ୍ଷେତ୍ରଗୁଡ଼ିକ ଲାଗି ପ୍ରସ୍ତୁତ କରାଯାଇଥିବା ଜୈବବିବିଧତା ପରିଚାଳନା ଯୋଜନା ଅନୁସାରେ ପରିଚାଳିତ ହେଉଛି ।


Share It

Comments are closed.