ଟାଟା ଷ୍ଟିଲ କଳିଙ୍ଗନଗର ପରିଚାଳନାର ଉଲ୍ଲେଖନୀୟ ୮ ବର୍ଷ ପୂରଣ


ଓଡିଶାର ବିକାଶ ପାଇଁ ଉତ୍ସର୍ଗୀକୃତ
 ୨୦୨୫-୨୬ ଆର୍ôଥକ ବର୍ଷ ସୁଦ୍ଧା କ୍ଷମତା ୮ ଏମଟିପିଏକୁ ବୃଦ୍ଧି ହେବ
ଭୁବନେଶ୍ୱର: ଟାଟା ଷ୍ଟିଲ୍ କଳିଙ୍ଗନଗର ରାଜ୍ୟର ନିରନ୍ତର ଶିଳ୍ପ ଅଭିବୃଦ୍ଧି, ବୈଷୟିକ ଜ୍ଞାନକୌଶଳ ଓ ଗୋଷ୍ଠୀ ବିକାଶର ଏକ ପରିବର୍ତନଶୀଳ କାହାଣୀ । ନଭେମ୍ବର ୧୮ ହେଉଛି କଳିଙ୍ଗନଗରରେ ଭାରତର ସର୍ବବୃହତ ଗ୍ରୀନଫିଲ୍ଡ ପ୍ଲାଂଟ୍‌କୁ ରାଜ୍ୟ ଉଦ୍ଦେଶ୍ୟରେ ସମର୍ପିତ କରିବାର ଅଷ୍ଟମ ବାର୍ଷିକୀ । ଓଡ଼ିଶାର ଉର୍ବର ଭୂମି ସହ ଯୋଡ଼ି ହୋଇରହିବା ଏବଂ ଟାଟା ଗ୍ରୁପର ଦୃଷ୍ଟିକୋଣ ଅନୁସାରେ ପରିଚାଳିତ ହେଉଥିବା ଏହି ଐତିହାସିକ ପ୍ରକଳ୍ପର ଯାତ୍ରା ୨୦୦୪ ମସିହାରେ ଆରମ୍ଭ ହୋଇଥିଲା । ଏହା ଏକ ଆଧୁନିକ ଏବଂ ପରିବେଶ ଦୃଷ୍ଟିରୁ ସ୍ଥାୟୀ ଇସ୍ପାତ ଉତ୍ପାଦନ କାରଖାନାର ଭିତି ସ୍ଥାପନ କରିଛି , ଯାହା ଶିଳ୍ପ ଜଗତ ପାଇଁ ମାନଦଣ୍ଡ ସ୍ଥିର କରିଚାଲିଛି ।

ପ୍ରାରମ୍ଭିକ ଆହ୍ୱାନ ଏବଂ ବିପର୍ଯ୍ୟୟକୁ ଅତିକ୍ରମ କରି କାରଖାନାର ଏହି ସ୍ୱପ୍ନକୁ ସାକାର କରିବାର ସଂକଳ୍ପ ୨୦୧୫ରେ ଉତ୍ସର୍ଗୀକୃତ ହେବା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ୍ ।

ଟାଟା ଷ୍ଟିଲ୍ କଳିଙ୍ଗନଗର ଅଟୋମୋବାଇଲ, ତୈଳ ଓ ଗ୍ୟାସ, ଭିତିଭୂମି, ଶକ୍ତି, ଜାହାଜ ନିର୍ମାଣ ଏବଂ ପ୍ରତିରକ୍ଷା ଭଳି ବିଭିନ୍ନ କ୍ଷେତ୍ରର ଆବଶ୍ୟକତା ପୂରଣ କରିବା ସହ ଶିଳ୍ପ କ୍ଷେତ୍ରର ଚାହିଦା ପୂରଣ କରୁଛି । ତୈଳ ଏବଂ ଗ୍ୟାସ ପ୍ରୟୋଗ ପାଇଁ ସଲଫର ଏବଂ ନିୟନ୍ତ୍ରିତ ହାଇଡ୍ରୋଜେନ ସ୍ତର ହ୍ରାସ ସହିତ ଉତୋଳନ ଏବଂ ଖନନ ଉଦ୍ଦେଶ୍ୟରେ କ୍ୟାଲସିୟମ ଟ୍ରିଟମେଂଟ୍ ମାଧ୍ୟମରେ ସ୍ୱଚ୍ଛ ଇସ୍ପାତ ଉତ୍ପାଦନ ହାସଲ କରାଯାଇଛି ଯାହା ଉଚ୍ଚ ଗୁଣାତ୍ମକ ।

ଟାଟା ଷ୍ଟିଲ୍ କଳିଙ୍ଗନଗରରେ ଡିଜିଟାଲ ରୂପାନ୍ତରଣ ଯାତ୍ରା କୌଣସି ବିପ୍‌୍ଳବ ଠାରୁ କମ୍ ନୁହେଁ, ଯେଉଁଥିରେ ପ୍ଲାଂଟ୍‌ର ଡାଟା ପ୍ରେରିତ ପରିଚାଳନା ଏବଂ ଉନ୍ନତ ବିଶ୍ଳେଷଣ-ସକ୍ଷମ ନିଷ୍ପତି ଗ୍ରହଣ ପ୍ରକ୍ରିୟାର ନିରନ୍ତର ଅନୁସନ୍ଧାନ ଏହାର କେନ୍ଦ୍ରସ୍ଥଳରେ ରହିଛି ।
୨୦୨୫-୨୬ ଆର୍ôଥକ ବର୍ଷ ସୁଦ୍ଧା ଏହାର ବର୍ତମାନର କ୍ଷମତା ୩ ମିଲିଅନ ଟନ ରୁ ୮ ମିଲିଅନ ଟନ କୁ ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଛ ।
ଧୂଳିକଣାର ପରିଚାଳନା ପାଇଁ ଅଭିନବ ବ୍ୟାଗ ହାଉସ ଏବଂ କଠିନ ପଥରକୁ ସଠିକ୍ ଭାବରେ ପରିଚାଳନା କରିବା ପାଇଁ ଡିଜାଇନ୍ କରାଯାଇଥିବା ଟ୍ରାଭେଲିଂ ଗ୍ରେଟ୍ ଫର୍ଣ୍ଣେସ୍ ସହ ପେଲେଟ୍ ପ୍ଲାଂଟ୍ ଉନ୍ନତ ପରିଚାଳନା ଦକ୍ଷତା ଏବଂ ପରିବେଶ ଦାୟିତ୍ୱ ଦିଗରେ ପ୍ଲାଂଟ୍‌ର ଅଭିଯାନକୁ ପ୍ରତିଫଳିତ କରୁଛି ।

ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣରେ ସାମିଲ ରହିଛି ଏକ ଅତ୍ୟାଧୁନିକ କୋକ୍ ପ୍ଲାଂଟ୍‌-୨ ଯାହା କ୍ଷମତାକୁ ୧.୫ ଏମଏନଟିପିଏ ବଢାଇବ ଯେଉଁଥିରେ ଜିରୋ-ଲିକ୍ୱିଡ୍ ଡିସଚାର୍ଜ (ଜେଡଏଲଡି) ବର୍ଜ୍ୟବସ୍ତୁ ବିଶୋଧନ ବ୍ୟବସ୍ଥା ଏବଂ ୧୦୦% ଶୁଖିଲା ନିଷ୍କାସନ ଭଳି ବ୍ୟାପକ ସୁବିଧା ସୁଯୋଗ ସମ୍ବଳର ଦକ୍ଷ ଉପଯୋଗ ଏବଂ ପରିବେଶ ପ୍ରଭାବକୁ ପ୍ରଶମନକୁ ସୁନିଶ୍ଚିତ କରୁଛି ।

୫,୮୭୦ ମି.ମି.ର ଉପଯୋଗୀ ଭଲ୍ୟୁମ୍ ସହିତ ବ୍ଲାଷ୍ଟ ଫର୍ଣ୍ଣେସ୍‌-୨ ହେଉଛି ଦ୍ୱିତୀୟ ବୃହତମ ବ୍ଲାଷ୍ଟ ଫର୍ଣ୍ଣେସ ଯାହା ପରିବେଶ ଅନୁକୂଳ ଡିଜାଇନ୍ ଏବଂ ପରିଚାଳନା ଦକ୍ଷତାର ଶୀର୍ଷତାକୁ ପ୍ରତିଫଳିତ କରୁଛି ଏବଂ ଏଥିରେ ଏକ ଶୁଖିଲା ପ୍ରକାରର ଗ୍ୟାସ୍ ସଫେଇ କାରଖାନା, ଶୀର୍ଷ ଦହନ ପ୍ରକାର ଷ୍ଟୋଭ୍ ଏବଂ ଏକ ଦୃଢ଼ ଧୂଳି ନିଷ୍କାସନ ବ୍ୟବସ୍ଥା ରହିଛି ଯାହା ପରିବେଶ ପରିଚାଳନା ଏବଂ ସ୍ଥାୟୀ ଉତ୍ପାଦନ ଅଭ୍ୟାସ ପ୍ରତି ପ୍ଲାଂଟ୍‌ର ପ୍ରତିବଦ୍ଧତାକୁ ଦର୍ଶାଉଛି ।

ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣର ମୂଳଦୁଆ ଭାବେ କୋଲ୍ଡ ରୋଲିଂ ମିଲ ଟାଟା ଷ୍ଟିଲ୍ କଳିଙ୍ଗନଗରର ବୈଷୟିକ ଦକ୍ଷତା ଏବଂ ଗ୍ରାହକଙ୍କୁ ଉନ୍ନତମାନର, ମୂଲ୍ୟ ଯୁକ୍ତ ଉତ୍ପାଦ ପ୍ରଦାନ ପାଇଁ ପ୍ରତିବଦ୍ଧତାର ପ୍ରମାଣ ଭାବେ ଉଭା ହୋଇଛି । ଅତ୍ୟାଧୁନିକ ଜ୍ଞାନକୌଶଳ ଯଥା ସଲିଡ୍‌-ଷ୍ଟେଟ୍ ଅଟୋମେଟିକ୍ ଲେଜର ୱେଲ୍ଡ,ର୍ ସ୍ୱୟଂଚାଳିତ ଷ୍ଟୋରେଜ୍ ଏବଂ ପୁନରୁଦ୍ଧାର ପ୍ରଣାଳୀ ଏବଂ ଉନ୍ନତ ଭୂପୃଷ୍ଠ ନିରୀକ୍ଷଣ ପ୍ରଣାଳୀରେ ସଜ୍ଜିତ କୋଲ୍ଡ ରୋଲିଂ ମିଲ୍ ସଠିକତା, ଗୁଣବତା ନିୟନ୍ତ୍ରଣ ଏବଂ ବୈଷୟିକ ଅଭିନବତା ପ୍ରତି ପ୍ଲାଂଟ୍‌ର ସମର୍ପଣକୁ ପ୍ରତିଫଳିତ କରୁଛି ।

ଟାଟା ଷ୍ଟିଲ କଳିଙ୍ଗନଗର ଓଡ଼ିଶାକୁ ଏକ ଶିଳ୍ପ ଶକ୍ତି ରେ ପରିଣତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଥିବା ବେଳେ ସ୍ଥାନୀୟ ବାସିନ୍ଦାକୁ ସହଯୋଗ କରିବା ପାଇଁ ମଧ୍ୟ ଏହା ସମର୍ପିତ । ଏହି ଅଞ୍ଚଳର ସାମାଜିକ-ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ଏହା ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଛି । ମହିଳା ସଶକ୍ତୀକରଣ, ଭୂମିହୀନ କୃଷକଙ୍କୁ ସହାୟତା, ସ୍ୱାସ୍ଥ୍ୟସେବା ଯୋଗାଇବା ସହ ପରିମଳ, ଶିକ୍ଷା, ଦକ୍ଷତା ବିକାଶ ଓ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ପଦକ୍ଷେପ ଜାରି ରହିଛି । କମ୍ପାନୀର ପ୍ରୟାସର ସକାରାତ୍ମକ ପ୍ରଭାବ ସମ୍ପ୍ରଦାୟର ହଜାର ହଜାର ଲୋକ ଅନୁଭବ କରିଛନ୍ତି ।
ଉତ୍କର୍ଷତାର ନିରନ୍ତର ଅନୁସନ୍ଧାନ, ସ୍ଥାୟୀ ଅଭ୍ୟାସ ପ୍ରତି ପ୍ରତିବଦ୍ଧତା ଏବଂ ଗୋଷ୍ଠୀ ବିକାଶ ଉପରେ ଅତୁଟ ଧ୍ୟାନ ଦେଇ ଟାଟା ଷ୍ଟିଲ୍ କଳିଙ୍ଗନଗର ଭାରତର ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ସ୍ଥାନରେ ରହିଛି ।


Share It

Comments are closed.