ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ


କଳିଙ୍ଗନଗର: ନିଜର କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାର ମହତ୍ୱ ବିସ୍ତାର କରିବାପାଇଁ ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ବୁଧବାର ଦିନ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଟାଟା ଷ୍ଟିଲ୍ କଳିଙ୍ଗନଗରର ପ୍ଲଟ୍ ୨ ଏବଂ ବାମନିପାଲରେ ଥିବା ହାଉସିଂ କମ୍ପେ୍ଲକ୍ସଠାରେ ଯୋଗ ଅଧିବେଶନ ଆୟୋଜିତ କରାଯାଇଥିଲା ।

ପ୍ରଶାସନ ବିଭାଗ ଏବଂ ବୃତିଗତ ସ୍ୱାସ୍ଥ୍ୟ ସେବା ବିଭାଗ ଦ୍ୱାରା ମିଳିତ ଭାବେ ଆୟୋଜିତ ଏହି ଦୁଇଟି ଅଧିବେଶନ ବ୍ୟତୀତ ଟିଏସ୍‌କେର ବିଭିନ୍ନ ବିଭାଗ ଯଥା ଇଞ୍ଜିନିୟରିଂ ଆଣ୍ଡ ପ୍ରୋଜେକ୍ଟ୍ସ, ସୁରକ୍ଷା ବିଭାଗ ଇତ୍ୟାଦି ମଧ୍ୟ କର୍ମଚାରୀମାନଙ୍କ ପାଇଁ କାରଖାନା ପରିସରରେ ଯୋଗ ଅଧିବେଶନର ଆୟୋଜନ କରିଥିଲେ ।

ଏହି ଅଧିବେଶନଗୁଡି଼କରେ କର୍ମଚାରୀ ସେମାନଙ୍କ ପରିବାର ସଦସ୍ୟ ଏବଂ ଚୁକ୍ତିଭିତିକ କର୍ମଚାରୀଙ୍କ ସମେତ ୨୫୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ ଯେଉଁମାନେ ଉତ୍ସାହର ସହିତ ଏଥିରେ ଅଂଶଗ୍ରହଣ କରିଥିଲେ ।

ଟାଟା ଷ୍ଟିଲ୍ କଳିଙ୍ଗନଗରର ଅପରେସନ୍ ବିଭାଗର ଉପସଭାପତି ରାଜୀବ କୁମାର ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ସହିତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାର ବାର୍ତା ପ୍ରଦାନ କରିଥିଲେ ।

ସେହିଭଳି ଟାଟା ଷ୍ଟିଲ୍ ଫାଉଣ୍ଡେସନର ରିସ୍ତା ପ୍ରୋଜେକ୍ଟ ନଡିଆଭଙ୍ଗା ଗ୍ରାମରେ ଏକ ଯୋଗ ଅଧିବେଶନ ଆୟୋଜନ କରିଥିଲା ଯେଉଁଥିରେ ସମ୍ପ୍ରଦାୟର ୧୨୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ ।

ଯୋଗ ହେଉଛି ଏକ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ ଯାହା ଶରୀରରେ ପ୍ରାକୃତିକ ସହନଶୀଳତାକୁ ବଢ଼ାଇଥାଏ । ଟାଟା ଷ୍ଟିଲ୍‌ରେ କର୍ମଚାରୀମାନଙ୍କ ପାଇଁ ଏଭଳି ୱେଲ୍‌ନେସ୍ କାର୍ଯ୍ୟକଳାପକୁ ସର୍ବଦା ଗୁରୁତ୍ୱ ଦିଆଯାଇଥାଏ ।


Share It

Comments are closed.