ଟାଟା ଷ୍ଟିଲ୍ ପକ୍ଷରୁ ଖଣି ଶିଳ୍ପର ଆହ୍ୱାନ ଓ ସମ୍ଭାବନା ସମ୍ପର୍କିତ ଅଧିବେଶନ ଆୟୋଜିତ


ଭୁବନେଶ୍ୱର: ଟାଟା ଷ୍ଟିଲ୍‌ର ଫେରୋ ଆଲଏଜ୍ ଆଣ୍ଡ୍ ମିନେରାଲ୍‌ସ ଡିଭିଜନ୍ (ଏଫ୍‌ଏଏମ୍‌ଡି) ପକ୍ଷରୁ ଭାରତୀୟ ଖଣି ଇଞ୍ଜିନିୟର ସଂଘ (ଏମ୍‌ଇଏଆଇ), ଭୁବନେଶ୍ୱର-ସୁକିନ୍ଦା ଚାପ୍ଟର ପାଇଁ “ଭାରତୀୟ ଖଣି ଶିଳ୍ପର ଆହ୍ୱାନ ଓ ଭବିଷ୍ୟତ କାର୍ଯ୍ୟପନ୍ଥା” ସମ୍ପର୍କିତ ଅଧିବେଶନ ଆୟୋଜିତ ହୋଇଯାଇଛି । ଏଥିରେ ଶିଳ୍ପ ନେତୃବୃନ୍ଦ, ବିଶେଷଜ୍ଞ ଓ ପେସାଦାରମାନେ ଯୋଗ ଦେଇ ଖଣି ଶିଳ୍ପର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ବିଷୟଗୁଡ଼ିକ ଉପରେ ଆଲୋଚନା କରିଥିଲେ ।

ଭାରତୀୟ ଖଣି ଶିଳ୍ପ ସାମ୍ନା କରୁଥିବା ଆହ୍ୱାନଗୁଡ଼ିକୁ ଜାଣିବା ଏବଂ ଭବିଷ୍ୟତ ପାଇଁ ପଥ ପ୍ରଶସ୍ତ କରିବା ଲକ୍ଷ୍ୟ ନେଇ ଆୟୋଜନ କରାଯାଇଥିବା ଏହି ଅଧିବେଶନରେ ଦେଶର ଖଣି ଦୃଶ୍ୟପଟ୍ଟକୁ ପ୍ରଭାବିତ କରୁଥିବା ବିଭିନ୍ନ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋକପାତ କରାଯାଇଥିଲା । ଅଂଶଗ୍ରହଣକାରୀମାନେ ଆଲୋଚନାରେ ଭାଗ ନେବା ସହ ଏହି କ୍ଷେତ୍ରର ଜଟିଳ ସମସ୍ୟାକୁ ଦୂର କରିବା ଲାଗି ଅଭିନବ ସମାଧାନ ଓ ରଣନୀତି ବିଷୟରେ ଚର୍ଚ୍ଚା କରିଥିଲେ ।

ଏହି ଅଧିବେଶନରେ ଅଧ୍ୟକ୍ଷତା କରି ଏମ୍‌ଇଏଆଇର ସଭାପତି ଏସ୍ ଏନ୍ ମାଥୁର କହିଛନ୍ତି ଯେ, “ଭାରତୀୟ ଖଣି ଶିଳ୍ପ ସମ୍ମୁଖୀନ ହେଉଥିବା ଆହ୍ୱାନର ମୁକାବିଲା ପାଇଁ ସହଯୋଗ ଏବଂ ଏହାର ସମାଧାନ କରିବା ପାଇଁ ଏମ୍‌ଇଏଆଇ ପ୍ରତିଶ୍ରୁତିବଦ୍ଧ । ସମଗ୍ର ଦେଶରେ ମାଇନିଙ୍ଗ୍ ଇଞ୍ଜିନିୟର, ଭୂତତ୍ୱବିତ୍ ଏବଂ ଆନୁଷଙ୍ଗିକ ପେସାଦାରମାନଙ୍କୁ ପ୍ରତିନିଧିତ୍ୱ କରୁଥିବା ଏହି ପ୍ରମୁଖ ସଂସ୍ଥା ଭାରତୀୟ ଖଣି ଶିଳ୍ପକୁ ଏକ ସ୍ଥାୟୀ ଏବଂ ସମୃଦ୍ଧ ଭବିଷ୍ୟତ ଦିଗରେ ଆଗେଇ ନେବାକୁ ଲକ୍ଷ୍ୟ ରଖିଛି ।’’

ଏହି ଅଧିବେଶନରେ ଯୋଗଦେଇ ଭୁବନେଶ୍ୱର – ସୁକିନ୍ଦା ଚାପ୍ଟରର ଅଧ୍ୟକ୍ଷ (ଏମ୍‌ଇଏଆଇ) ତଥା ଟାଟା ଷ୍ଟିଲ୍ ଏଫ୍‌ଏଏମ୍‌ଡିର କାର୍ଯ୍ୟନିର୍ବାହୀ ପ୍ରଭାରୀ ପଙ୍କଜ ସତିଜା କହିଛନ୍ତି ଯେ, “ଶ୍ରେଷ୍ଠ ଅଭ୍ୟାସ ର ପ୍ରସାର, ନୈତିକ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଏବଂ ଅଂଚଳର ସାମାଜିକ-ଅର୍ଥନୈତିକ ବିକାଶରେ ଯୋଗଦାନ ଦେଇ ଖଣି ସୁରକ୍ଷାରେ ଉନ୍ନତି ଆଣିବା ପାଇଁ ଏମ୍‌ଇଏଆଇ ପ୍ରତିଶ୍ରୁତିବଦ୍ଧ । ଖଣି ପେସାଦାରଙ୍କ ଜ୍ଞାନ ଓ ଦକ୍ଷତା ବୃଦ୍ଧି କରିବା ଏବଂ ଖଣି ଶିଳ୍ପରେ ଦାୟିତ୍ୱପୂର୍ଣ୍ଣ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଏହା ସମର୍ପିତ ।’’

କାର୍ଯ୍ୟକ୍ରମରେ ଏମ୍‌ଇଏଆଇର ଉପାଧ୍ୟକ୍ଷ ସୁଧାଂଶୁ ପଟ୍‌ନୀ, ସମ୍ପାଦକ ଶମ୍ଭୁନାଥ ଝା, ଯୁଗ୍ମ ସମ୍ପାଦକ ତଥା କୋଷାଧ୍ୟକ୍ଷ ଆର ଏସ୍ ରଘୁବଂଶୀ, ଏବି ପାଣିଗ୍ରାହୀ, ଆର୍ ଏନ୍ ପ୍ରହରାଜ, ଏମ୍ ମୁଥୁକୁମାରୀ, ଶିବରାମ, ଅମିତ ଦୁବେ, ଦେବରାଜ ତିୱାରୀ, ନୀଳାଦ୍ରି ଭଟ୍ଟାଚାର୍ଯ୍ୟଙ୍କ ଭଳି ବିଶିଷ୍ଟ ମାଇନିଙ୍ଗ୍ ଇଞ୍ଜିନିୟର ଉପସ୍ଥିତ ଥିଲେ ।


Share It

Comments are closed.