ଟାଟା ପାୱାରର ଓଡ଼ିଶା ଡିସ୍‌କମ୍‌ଗୁଡ଼ିକୁ ୨୦୨୨-୨୩ରେ ଉଚ୍ଚତର ଗ୍ରାହକ ସେବା ରେଟିଂ ପ୍ରଦାନ


ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ସଦ୍ୟତମ ସିଏସ୍‌ଆର୍‌ଡି ରିପୋର୍ଟରେ ଟାଟା ପାୱାର ଓଡ଼ିଶାର ଚାରି ଡିସ୍‌କମ୍‌କୁ ଉଚ୍ଚ ର‌୍ୟାଙ୍କିଂ ପ୍ରଦାନ
ଭୁବନେଶ୍ୱର: ଟାଟା ପାୱର ନେତୃତ୍ୱରେ ପରିଚାଳିତ ତଥା ୯ ନିୟୁତରୁ ଅଧିକ ଗ୍ରାହକଙ୍କୁ ସେବା ଯୋଗାଉଥିବା ଓଡ଼ିଶାର ଚାରି ଡିସ୍‌କମ୍‌କୁ ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ତରଫରୁ ପ୍ରକାଶିତ ସଦ୍ୟତମ ଗ୍ରାହକ ସେବା ର‌୍ୟାଙ୍କିଙ୍ଗରେ ଉଚ୍ଚତର ରେଟିଂ ପ୍ରଦାନ କରାଯାଇଛି ।
ଶକ୍ତି ମନ୍ତ୍ରଣାଳୟ ତରଫରୁ ପ୍ରକାଶିତ ଡିସ୍‌କମ୍‌ଗୁଡ଼ିକର ଗ୍ରାହକ ସେବା ରେଟିଂ (ସିଏସ୍‌ଆର୍‌ଡି) ରିପୋର୍ଟର ତୃତୀୟ ସଂସ୍କରଣରେ ଡିସକମ୍‌ଗୁଡ଼ିକ ଉଚ୍ଚ ରେଟିଂ ହାସଲ କରିଛନ୍ତି । ଏହି ରିପୋର୍ଟରେ ସାରା ଦେଶରେ ଗ୍ରାହକ ସେବାର ସମ୍ପ୍ରତିକ ସ୍ଥିତିକୁ ଉପସ୍ଥାପନ କରାଯାଇଛି ।
୨୦୨୪ ଜାନୁଆରି ୧୮ ଓ ୧୯ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବିଦ୍ୟୁତ କ୍ଷେତ୍ରର ସମୀକ୍ଷା, ଯୋଜନା ଓ ନିରୀକ୍ଷଣ (ଅରପିଏମ୍‌) ବୈଠକ ଅବସରରେ ମାନ୍ୟବର କେନ୍ଦ୍ର ଶକ୍ତି, ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ଶ୍ରୀ ଆର କେ ସିଂହ ସିଏସ୍‌ଆର୍‌ଡି ରିପୋର୍ଟର ତୃତୀୟ ସଂସ୍କରଣକୁ ଉନ୍ମୋଚନ କରିଥିଲେ ।
ଓଡ଼ିଶାରେ ଥିବା କମ୍ପାନିର ଚାରିଟି ଡିସ୍‌କମ୍‌ରେ ଟାଟା ପାୱାରର ସିଂହଭାଗ ଅଂଶଧନ ରହିଛି । ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ଚଳିତ ସଂସ୍କରଣରେ ସେମାନଙ୍କ ରେଟିଂରେ ଉନ୍ନତି ଘଟିଛି ।
୨୦୨୨-୨୩ ଆର୍ଥିକ ବର୍ଷରେ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନଓଡିଏଲ୍‌) ଏବଂ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍‌)ର ରେଟିଂ ବି+କୁ ଉନ୍ନୀତ ହୋଇଛି । ସେହିପରି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌)ର ରେଟିଂରେ ମଧ୍ୟ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଉନ୍ନତୀ ହୋଇଛି । ଏହି ଡିସକମ୍‌ଗୁଡ଼ିକ ପରିଚାଳନା ଭରସାଯୋଗ୍ୟତା ମାନଦଣ୍ଡରେ “ଏ’ ରେଟିଂ ହାସଲ କରିଛନ୍ତି ଯାହା ହେଉଛି ସାମଗ୍ରିକ ଗ୍ରେଡ୍ ନିର୍ଧାରଣ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡ ।
ଟାଟା ପାୱାର ନୂଆଦିଲ୍ଲୀ (ଟାଟା ପାୱାର-ଡିଡିଏଲ) ଏବଂ ଓଡ଼ିଶା (ଟିପି ୱେଷ୍ଟର୍ଣ୍ଣ, ଟିପି ସଦର୍ଣ୍ଣ, ଟିପି ସେଂଟ୍ରାଲ ଏବଂ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌) ଏବଂ ଅଜମେର (ଟିପି ଅଜମେର ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌) ବିତରଣ ବ୍ୟବସାୟ ମାଧ୍ୟମରେ ୧୩ ନିୟୁତରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି । ଲୋ- କାର୍ବନ ଭବିଷ୍ୟତ ପାଇଁ ଏହାର ଅର୍ଥନୀତିକୁ ଅବସ୍ଥାପିତ କରିବା ସହିତ ନିଜ ନାଗରିକଙ୍କ ପାଇଁ ଅଧିକ ଶକ୍ତି ସ୍ଥିରତା ସୁରକ୍ଷିତ କରିବା ପାଇଁ ଭାରତର ଆକାଂକ୍ଷାରେ ଟାଟା ପାୱାର ସବୁଠାରୁ ଆଗରେ ରହିଛି ।
୨୦୨୧ରେ ଆରମ୍ଭ ହୋଇଥିବା ବାର୍ଷିକ ରେଟିଂ ଅଭ୍ୟାସ ସିଏସଆରଡି ରିପୋର୍ଟରେ ଡିସକମ / ଶକ୍ତି ବିଭାଗଗୁଡ଼ିକୁ ଚାରିଟି ବ୍ୟାପକ ମାନଦଣ୍ଡ ଯଥା ପରିଚାଳନାଗତ ବିଶ୍ୱସନୀୟତା; ସଂଯୋଗ ଏବଂ ଅନ୍ୟାନ୍ୟ ସେବା; ମିଟରିଂ, ବିଲିଂ ଏବଂ ସଂଗ୍ରହ; ଏବଂ ତ୍ରୁଟି ସଂଶୋଧନ ଏବଂ ଅଭିଯୋଗ ସମାଧାନ ଆଧାରରେ କଠୋର ବିଶ୍ଳେଷଣ କରାଯାଉଛି ।


Share It

Comments are closed.