ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍‌କମ୍‌ଗୁଡ଼ିକ ପକ୍ଷରୁ “ମେକ୍ ଇନ୍ ଓଡ଼ିଶା’କୁ ସମର୍ଥନ ସହ ୫୦୦୦ରୁ ଅଧିକ ନୂଆ ଶିଳ୍ପକୁ ବିଦ୍ୟୁତ୍ ସଂଯୋଗ ପ୍ରଦାନ


ଗତ ତିନି ବର୍ଷ ମଧ୍ୟରେ ଶିଳ୍ପ କ୍ଷେତ୍ରରେ ଗ୍ରାହକଙ୍କୁ ଦୈନିକ ୫ ନୂଆ ସଂଯୋଗ ପ୍ରଦାନ
ସହଜ ହେଲା ବିଦ୍ୟୁତ ସଂଯୋଗ ପ୍ରକ୍ରିୟା

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ଓଡ଼ିଶା ଡିସ୍‌କମ୍‌ଗୁଡ଼ିକ ରାଜ୍ୟର ଶିଳ୍ପ ବିକାଶକୁ ସମର୍ଥନ ଦେବାରେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି ।
ଟିପି ସେଂଟ୍ରାଲ, ଟିପି ସଦର୍ଣ୍ଣ, ଟିପି ନର୍ଦନ ଓ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ ଭଳି ଡିସ୍‌କମ୍‌ଗୁଡ଼ିକ ଭରସାଯୋଗ୍ୟ ଓ ସୁଲଭ ବିଦ୍ୟୁତ ପ୍ରଦାନ କରୁଥିବା ବେଳେ ଓଡ଼ିଶା ସରକାରଙ୍କ ମେକ୍ ଇନ୍ ଓଡ଼ିଶା ଲକ୍ଷ୍ୟକୁ ସମର୍ଥନ ଦେଉଛନ୍ତି ।
ଅଧିଗ୍ରହଣ କରିବା ପରଠାରୁ ତିନି ବର୍ଷ ଭିତରେ ଏହି ଡିସ୍‌କମ୍‌ଗୁଡ଼ିକ ରାଜ୍ୟରେ ୫୯୪୩ ଶିଳ୍ପକୁ ସଂଯୋଗ ପ୍ରଦାନ କରି ଇସ୍ପାତ, ଆଇଟି, ଆଲୁମିନିୟମ, ସିମେଂଟ୍ ଓ ଖଣି ସମେତ ଖାଦ୍ୟ, ମତ୍ସ୍ୟ ଚାଷ ଏବଂ ଅଟୋମୋବାଇଲ୍ ଭଳି ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ବିଦ୍ୟୁତ ଶକ୍ତି ଯୋଗାଇଛନ୍ତି । ଏହା ଶିଳ୍ପ ସଂସ୍ଥା ସ୍ଥାପନ କରିବା କାର୍ଯ୍ୟକୁ ସହଜ କରିଥିବା ବେଳେ ସ୍ଥାନୀୟ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟିରେ ସହାୟକ ହୋଇଛି ।
ବିଦ୍ୟୁତ ସଂଯୋଗ ପାଇବାକୁ ସହଜ କରିବା ଲାଗି ଡିସ୍‌କମ୍‌ଗୁଡ଼ିକ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ଯାହା ରାଜ୍ୟରେ ‘ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ’କୁ ସକ୍ଷମ କରିଛି । ଏକ ନୂଆ ବିଦ୍ୟୁତ ସଂଯୋଗ ହାସଲ କରିବାରେ ଏବେ ମାତ୍ର ଚାରିଟି ସୋପାନ ରହିଛି । ତାହା ହେଉଛି ପଞ୍ଜୀକରଣ, କାଗଜପତ୍ର ଦାଖଲ, ପେମେଂଟ୍ ଓ ଭେରିଫିକେସନ ଏବଂ ମିଟର ସ୍ଥାପନ ।
ଡିସ୍‌କମ୍‌ଗୁଡ଼ିକର ପ୍ରଭାବଶାଳୀ ପରିଚାଳନା ପାଇଁ ଓଡ଼ିଶାରେ ଏଟିଆଣ୍ଡସି କ୍ଷତି ହ୍ରାସ ପାଇଛି । ଏଥି ସହିତ ରାଜ୍ୟର ଭରସାଯୋଗ୍ୟ ଓ ଉଚ୍ଚ ମାନର ବିଦ୍ୟୁତ ଯୋଗାଣ ଯୋଗୁଁ ଏହା ଉନ୍ନତ ଷ୍ଟାର୍ଟଅପ୍ ଓ ଶିଳ୍ପ ଗୁଡିକ ପାଇଁ ଏକ ପସନ୍ଦର ସ୍ଥଳରେ ପରିଣତ ହୋଇଛି ।
ଟିପି ଓଡ଼ିଶା ଡିସ୍‌କମ୍‌ଗୁଡ଼ିକ ସବୁ ବର୍ଗର ଗ୍ରାହକଙ୍କୁ ଧ୍ୟାନରେ ରଖି ଗ୍ରହଣ କରିଥିବା ଅଭିଯାନଗୁଡ଼ିକ ସେମାନଙ୍କୁ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଜାରି କରିଥିବା ଡିସ୍‌କମ୍‌ଗୁଡ଼ିକର ଗ୍ରାହକ ସେବା ରେଟିଂ (ସିଏସ୍‌ଆର୍‌ଡି ରିପୋର୍ଟ)ର ତୃତୀୟ ସଂସ୍କରଣରେ ଉଚ୍ଚ ର‌୍ୟାଙ୍କ ହାସଲ କରିବାରେ ସହାୟକ ହୋଇଥିଲା । ଏହି ଜାତୀୟ ମାନ୍ୟତା ପିପିପି ମଡେଲ୍‌ର ସଫଳତାକୁ ଦର୍ଶାଉଥିବା ବେଳେ ଓଡ଼ିଶାରେ ଭବିଷ୍ୟତ ଲାଗି ପ୍ରସ୍ତୁତ ବିଦ୍ୟୁତ ଭିତିଭୂମି ଗଠନ ଲାଗି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଉଛି ।


Share It

Comments are closed.