ଟାଟା ଗ୍ଲୁକୋ+ ପକ୍ଷରୁ “ଆର୍ଜେଟିଂନା ଜାଓ, ଟିମ୍ ଆର୍ଜେଟିଂନା କା ମ୍ୟାଚ୍ ଦେଖୋ’ ଗ୍ରୀଷ୍ମକାଳୀନ ଅଭିଯାନର ଶୁଭାରମ୍ଭ


ଭୁବନେଶ୍ୱର: ବିଶ୍ୱ ଚାମ୍ପିଅନ୍ ଟିମ୍ ଆର୍ଜେଟିଂନାର ଏନର୍ଜି ପାର୍ଟନର ଟାଟା ଗ୍ଲୁକୋ+ ଫୁଟବଲ୍ ପ୍ରେମୀମାନଙ୍କ ଲାଗି ଏହାର ନୂଆ ଅଭିଯାନ ଆରମ୍ଭ କରିଛି ଯେଉଁଥିରେ ପ୍ରଶଂସକମାନେ ଆର୍ଜେଟିଂନା ଯିବାର ସୁଯୋଗ ପାଇପାରିବେ । ଲିଓନେଲ୍ ମେସି, ଆଞ୍ଜେଲ ଡି ମାରିଆ, ଜୁଲିଆନ ଆଲଭାରେଜ, ଏଞ୍ଜୋ ଫର୍ଣ୍ଣାଡିସ୍‌ଙ୍କ ଭଳି ଖେଳାଳିଙ୍କୁ ଆର୍ଜେଟିଂନାରେ ଫୁଟ୍‌ବଲ୍ ଖେଳୁଥିବା ଦେଖିବାର ସୁଯୋଗ ମିଳିବ । ଏହି ସ୍ୱତନ୍ତ୍ର ସୁଯୋଗ କେବଳ ଏକ ଢୋକ ଦୂରରେ ରହିଛି । ଗ୍ରାହକମାନେ କୌଣସି ଟାଟା ଗ୍ଲୁକୋ+ ପ୍ରଡକ୍ଟ କିଣି ପ୍ୟାକ୍‌ରେ ଥିବା କ୍ୟୁଆର୍ କୋଡ୍ ସ୍କାନ୍ କରି ଏହି ସୁଯୋଗ ପାଇପାରିବେ ।
ଏହାକୁ ଦୃଷ୍ଟିରେ ରଖି କମ୍ପାନି ପକ୍ଷରୁ ଆର୍ଜେଟିଂନା ଫୁଟ୍‌ବଲ୍ ସଂଘ ସହଯୋଗିତାରେ “ଆର୍ଜେଟିଂନା ଜାଓ, ଟିମ୍ ଆର୍ଜେଟିଂନା କା ମ୍ୟାଚ୍ ଦେଖୋ’ ବ୍ରାଣ୍ଡ୍ ଅଭିଯାନର ଶୁଭାରମ୍ଭ କରାଯାଇଛି । ଆର୍ଜେଟିଂନା ଯିବା ଓ ସେଠାରେ ନିଜ ପସନ୍ଦର ଟିମ୍‌ର ମ୍ୟାଚ୍ ଦେଖିବା ଲାଗି ଏହି ଅଭିଯାନ ଜରିଆରେ ଯୁବବର୍ଗଙ୍କୁ ଉତ୍ସାହିତ କରାଯାଇଛି ।
ନ୍ୟୁରିସକୋ ବେଭରେଜ୍ ଲିମିଟେଡ୍‌ର ପରିଚାଳନା ନିର୍ଦେଶକ ବିକ୍ରମ ଗ୍ରୋଭର କହିଛନ୍ତି ଯେ, “ଆର୍ଜେଟିଂନା ଜାଓ, ଟିମ୍ ଆର୍ଜେଟିଂନା କା ମ୍ୟାଚ୍ ଦେଖୋ’ ଗ୍ରୀଷ୍ମକାଳୀନ ଅଭିଯାନ ଜରିଆରେ ଟାଟା ଗ୍ଲୁକୋ+ କେବଳ ଉତ୍ସାହିତ କରିବା ନୁହେଁ ବରଂ ସମଗ୍ର ଭାରତରେ ଫୁଟ୍‌ବଲ୍ ପ୍ରେମୀଙ୍କ ସ୍ୱପ୍ନକୁ ପୂରଣ କରିବାକୁ ଲକ୍ଷ୍ୟ ରଖିଛି । ଆର୍ଜେଟିଂନାରେ ଆର୍ଜେଟିଂନା ସୁପରଷ୍ଟାରଙ୍କୁ ଖେଳୁଥିବା ବେଳେ ଦେଖିବାର ରୋମାଂଚକୁ ଅନୁଭବ କରିବାର ସୁଯୋଗ ପ୍ରଶଂସକମାନଙ୍କୁ ଦେବା ପାଇଁ ଆମେ ଉତ୍ସାହିତ । ଏହି ଅଭିଯାନ ଆର୍ଜେଟିଂନା ଫୁଟବଲ ସଂଘ ସହିତ ଆମର ସହଯୋଗିତାକୁ ସୁଦୃଢ଼ କରିବା ସହିତ ଅନନ୍ୟ ଏବଂ ସ୍ମରଣୀୟ ଅନୁଭୂତି ପ୍ରଦାନ କରିବା ପାଇଁ ଆମ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଆମେ ବିଶ୍ୱାସ କରୁ ଯେ ଏହି ପଦକ୍ଷେପ ଟାଟା ଗ୍ଲୁକୋ+ ଗୁଣକୁ ସମ୍ପୂର୍ଣ୍ଣ ରୂପେ ବର୍ଣ୍ଣନା କରୁଛି ଏବଂ ଗତବର୍ଷ ଟିମ୍ ଆର୍ଜେର୍ଟିଂନା ପାଇଁ ଏକ ଆଂଚଳିକ ଶକ୍ତିଶାଳୀ ଅଂଶୀଦାର ପାଲଟିଥିବା ବ୍ରାଣ୍ଡ୍ ପାଇଁ ଏହା ଏକ ଯୁକ୍ତିଯୁକ୍ତ ପଦକ୍ଷେପ ।’’
ଏଏଫ୍‌ଏର ବାଣିଜ୍ୟିକ ଓ ମାର୍କେଟିଂ ନିର୍ଦ୍ଦେଶକ ଲିଆଣ୍ଡ୍ରୋ ପିଟରସନ୍ କହିଛନ୍ତି ଯେ, “ଟାଟା ସହ ଆମର ଆଂଚଳିକ ସହଯୋଗିତା ବିଶେଷ କରି ଭାରତରେ ବ୍ରାଣ୍ଡ୍‌ର ବିଶ୍ୱବ୍ୟାପୀ ସମ୍ପ୍ରସାରଣରେ ଏଏଫ୍‌ଏର କଠିନ ପରିଶ୍ରମର ପ୍ରତିଫଳନ । ଆମେ ଏହି ଅଭିଯାନକୁ ନେଇ ଉତ୍ସାହିତ ଯାହା ଭାରତର ଆୟୋଜକ ପ୍ରଶଂସକମାନଙ୍କୁ ସେମାନଙ୍କ ପ୍ରିୟ ଦଳକୁ ଖେଳୁଥିବା ଦେଖିବାକୁ ସୁଯୋଗ ପ୍ରଦାନ କରିବ । ଏହି ଅଭିଯାନରେ ଟାଟା ଗ୍ଲୁକୋ+ର ଏହି ପଦକ୍ଷେପକୁ ଭାରତୀୟ ହୃଦୟରେ ଆହୁରି ପ୍ରବେଶ କରିବାକୁ ଆମେ ଆଶା କରୁଛୁ ।’’
ଡି ୱାଣ୍ଡରମ୍ୟାନ ଥମ୍ପସନଙ୍କ ଦ୍ୱାରା ପରିକଳ୍ପିତ ଏହି ଅଭିଯାନ ୧୦ ଟଙ୍କା ସୁଲଭ ମୂଲ୍ୟରେ ଏକ ସ୍ୱତନ୍ତ୍ର କପ୍ ଫର୍ମାଟରେ ଏକ ସତେଜ ଶକ୍ତି ବୃଦ୍ଧି ପ୍ରଦାନ କରିବା ପାଇଁ ବ୍ରାଣ୍ଡର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ଯାହା ତିନୋଟି ସ୍ୱାଦରେ ଓରାଙ୍ଗି ବ୍ରଷ୍ଟ, ଲେମୋନି ଜିଙ୍ଗ ଏବଂ ଲିଚି ଜାପ୍ ରେ ଉପଲବ୍ଧ । ଆର୍ଜେଟିଂନା ଜାତୀୟ ଦଳ ସହ ସହଯୋଗିତାରେ ଟାଟା ଗ୍ଲୁକୋ+ ନିକଟରେ ଟାଟା ଗ୍ଲୁକୋ+ ସ୍ପୋର୍ଟସ ଡ୍ରିଙ୍କ୍ ଆରମ୍ଭ କରିଥିଲା ।


Share It

Comments are closed.