ଟାଟା ଏଆଇଏ ପକ୍ଷରୁ ପିତୃତ୍ୱ ଦିବସରେ ସ୍ୱତନ୍ତ୍ର ଡିଜିଟାଲ୍ ଅଭିଯାନର ଶୁଭାରମ୍ଭ


ଭୁବନେଶ୍ୱର: ପିଲାମାନଙ୍କୁ ସୁରକ୍ଷା ଦେବା ଓ ସବୁ କିଛି ପ୍ରଦାନ କରିବା ସହିତ ତାଙ୍କ ପଥରେ କୌଣସି ବାଧା ଆସିବାକୁ ନଦେଉଥିବା ବ୍ୟକ୍ତି ହେଉଛନ୍ତି ବାପା । ଏହି ପିତୃତ୍ୱ ଦିବସରେ ଟାଟା ଏଆଇଏ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ‘ଯାଦୁଇ ପକେଟ୍ କା ସିକ୍ରେଟ’ ନାମକ ସ୍ୱତନ୍ତ୍ର ଡିଜିଟାଲ୍ ଅଭିଯାନ ଆରମ୍ଭ କରାଯାଇଛି ଯେଉଁଥିରେ ପିଲାମାନଙ୍କ ସ୍ୱପ୍ନ ପୂରଣ କରିବାରେ ବାପାଙ୍କ ବାସ୍ତବ ଗୋପନୀୟତାକୁ ଉନ୍ମୋଚନ କରାଯାଇଛି ।
ଫରେଷ୍ଟ୍ ଫିଲ୍ମସ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏହି ଡିଜିଟାଲ୍ ସିନେମାରେ ସିନେ ତାରକା ରଜତ କପୁର ବାପା ଭୂମିକାରେ ଅଭିନୟ କରିଛନ୍ତି । ଏଥିରେ ଘରର ଦାୟିତ୍ୱ ନେଉଥିବା ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତିର ଗୁରୁତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି । ବାପା କିଭଳି ସାଇକଲ୍‌, ସ୍ୱପ୍ନର ଛୁଟି ଓ ଏମ୍‌ବିଏ ପାଠ ପଢ଼ିବା ଭଳି କାର୍ଯ୍ୟକୁ ନିଜ ମ୍ୟାଜିକ୍ ପକେଟ୍ ଜରିଆରେ ପୂରଣ କରିପାରୁଛନ୍ତି ତାହା ଜଣେ ପୁଅ ଏଥିରେ ଦେଖୁଛି ।
କମ୍ ବୟସରଙ୍କ ପିଲାମାନେ ପଇସାର ଅର୍ଥ ବୁଝିପାରନ୍ତି ନାହିଁ । ସେମାନେ ଭାବନ୍ତି ବାପା ଯାଦୁ ଜରିଆରେ ସେମାନଙ୍କ ଅଭିଳାଷକୁ ପୂରଣ କରୁଛନ୍ତି । ବାପାମାନେ ସାଧାରଣତଃ ସାର୍ଟର ଉପର ପକେଟ୍‌ରେ ପଇସା ରଖନ୍ତି । ସେହି ଭାବନାରୁ ‘ମ୍ୟାଜିକ ପକେଟ୍‌’ ଅଭିଯାନର ପରିକଳ୍ପନା କରାଯାଇଛି । ଏହି ଡିଜିଟାଲ ସିନେମା ଶେଷରେ ବାର୍ତା ଦିଆଯାଇଛି ଯେ ଟାଟା ଏଆଇଏର ଫର୍ଚୁନ୍ ଗ୍ୟାରେଂଟି ପ୍ଲସ୍ ସେଭିଂ ପ୍ଲାନ୍ ଜରିଆରେ ଏହି ଯାଦୁ ସମ୍ଭବ ଯାହା ପଲିସି ଅବଧି ସାରାରେ ଗ୍ୟାରେଂଟି ନିୟମିତ ଆୟ ପ୍ରଦାନ କରୁଛି ।
ଟାଟା ଏଆଇଏ ଲାଇଫ୍ ଇନ୍‌ସ୍ୟୁରାନ୍ସର ଚିଫ୍ ମାର୍କେଟିଂ ଅଫିସର ଗିରିଶ କାଲ୍‌ରା କହିଛନ୍ତି ଯେ, “ପରିବାରର ଆୟକାରୀ ସଦସ୍ୟ ଭାବେ ଜଣେ ବାପା ନିରବରେ ବହୁ ତ୍ୟାଗ କରି ନିଜ ପିଲାମାନଙ୍କୁ ସୁରକ୍ଷା ଦିଅନ୍ତି ଓ ତାଙ୍କ ଯତ୍ନ ନିଅନ୍ତି । ସେଥିପାଇଁ ସେ ହେଉଛନ୍ତି ଆମର ପ୍ରଥମ ସୁପରହିରୋ, ଭଲ ପାଇବା, ଯତ୍ନ, ଦୃଢ଼ତାର ପ୍ରତୀକ ଏବଂ ଆମେ ଉଦ୍ୟମ କରୁଥିବା ସବୁ କିଛିର ଗୁଣ ତାଙ୍କ ପାଖରେ ରହିଛି । ଆମ ପିଲାଦିନର ସ୍ମୃତି ଉପରେ ଆଧାରିତ ଏହି ଆବେଗିକ ଭାବେ ସ୍ପର୍ଶ କରୁଥିବା ସିନେମା ଜରିଆରେ ଆମେ ସେହି ସବୁ ବାପାମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଚାହୁଛୁ ଯେଉଁମାନେ ଅକ୍ଳାନ୍ତ ପରିଶ୍ରମ କରି ନିଜ ପ୍ରିୟଜନଙ୍କ ଆର୍ଥିକ ସୁରକ୍ଷାକୁ ସୁନିଶ୍ଚିତ କରୁଛନ୍ତି । ଉତ୍କୃଷ୍ଟ ଆର୍ଥିକ ଯୋଜନା ଜରିଆରେ ପିଲାମାନଙ୍କ ଅଭିଳାଷକୁ ପୂରଣ କରିବା ଲାଗି ଆମ ଗ୍ୟାରେଂଟି ଇନ୍‌କମ୍ ପ୍ଲାନ୍ ହେଉଛି ବାପାମାନଙ୍କ ପାଇଁ ଉପଯୁକ୍ତ ଉପାୟ ।’’
ଫରେଷ୍ଟ ଫିଲ୍ମସ୍‌ର ସହ ପ୍ରତିଷ୍ଠାତା ସିଦ୍ଧାର୍ଥ ଚେଉଲକର କହିଛନ୍ତି ଯେ, “ଭାରତୀୟ ବାପାମାନେ ସାଧାରଣତଃ ପଇସା ରଖିବା ଲାଗି ବ୍ୟବହାର କରୁଥିବା ପକେଟ୍ ପ୍ରତି ଧ୍ୟାନ ଆକର୍ଷଣ କରିବା ପାଇଁ ଫରେଷ୍ଟ୍ ଫିଲ୍ମସ୍‌ରେ ଆମେ ଏକ ଚିନ୍ତାଧାରା ପ୍ରସ୍ତୁତ କରିଥିଲୁ । ପିଲାଙ୍କ ଦୃଷ୍ଟିରୁ ସେହି ପକେଟ୍‌ରେ ରହିଛି ଯାଦୁର ଶକ୍ତି ଯାହା ସେମାନଙ୍କ ଆଶା ପୂରଣ କରୁଛି ଏବଂ ସର୍ବଦା ସେମାନଙ୍କୁ ଖୁସିରେ ରଖୁଛି । ପଲିସିଧାରକମାନଙ୍କ ଲାଗି ନିୟମିତ ଆୟ ସୁନିଶ୍ଚିତ କରୁଥିବା ଟାଟା ଏଆଇଏ ଲାଇଫ୍ ଇନ୍‌ସ୍ୟୁରାନ୍ସର ଫର୍ଚୁନ୍ ଗ୍ୟାରେଂଟି ପ୍ଲାନ୍ ସହିତ ଶିଶୁଙ୍କ ହସକୁ ସର୍ବଦା ଜାରି ରଖିବା ଲାଗି ଆମେ ଯାଦୁରେ ପରିପୂର୍ଣ୍ଣ ପକେଟ୍ ସହ ଯୋଡ଼ି ହୋଇଥିଲୁ । ଫରେଷ୍ଟ ଫିଲ୍ମସରେ ଆମେ ଆଶା କରୁଛୁ ଦର୍ଶକମାନେ ଏହି ସିନେମାକୁ ସବୁ ଦିନ, ବିଶେଷ କରି ପିତୃତ୍ୱ ଦିବସରେ ପସନ୍ଦ କରିବେ ।’’


Share It

Comments are closed.