ରେୟନ ଇଣ୍ଟରନ୍ୟାସନାଲ ସ୍କୁଲର ମର୍ଡର କେସ ଉପରେ ପ୍ରସ୍ତୁତ ହେବ ତଲୱାର୨


ବିସାଲ ଭରଦ୍ୱାଜ ତଲୱାର୨ ଫିଲ୍ମ ପ୍ରସ୍ତୁତି ପାଇଁ ଯୋଜନା କରୁଛନ୍ତି । ତଲୱାର ଫିଲ୍ମର ଅସିମ ସଫଳତା ପରେ ନିର୍ଦ୍ଦେଶକ ଏହାର ଫ୍ରାନଚାଇଜ ପ୍ରସ୍ତୁତ କରିବାର ଯୋଜନା କରିଛନ୍ତି । ତଲୱାର୨ର କାହାଣୀଟି ବିଗତ ବର୍ଷ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ରେୟନ ଇଣ୍ଟରନ୍ୟାସନ୍ୟାଲ ସ୍କୁଲର ମର୍ଡର କେସ ଉପରେ ପର୍ଯ୍ୟବେସିତ । ବିସାଲ ଭରଦ୍ୱାଜ ଏହାର କାହାଣୀ ଲେଖିବା ସହିତ ନିର୍ଦ୍ଦେଶନା ମଧ୍ୟ କରିବେ ।
ତଲୱାର ଫିଲ୍ମଟି ମେଘନା ଗୁଲଜାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଏହାର ସ୍କ୍ରିନ ପ୍ଲେ ବିସାଲ ଭରଦ୍ୱାଜ କରିଥିଲେ । ତଲୱାର ଫିଲ୍ମର କାହାଣୀ ବହୁ ଚର୍ଚ୍ଚିତ ଆରୁସି ମର୍ଡର କେସ ସମ୍ପର୍କରେ ରହିଥିଲା । ତଲୱାର ୨ ପାଇଁ ଭରଦ୍ୱାଜ ସେପ୍ଟେମ୍ବର ୨୦୧୭ରେ ଏକ ସ୍କୁଲ ପରିସରରେ ହୋଇଥିବା ୭ ବର୍ଷିୟ ପିଲାର ହତ୍ୟା କେସ ସମ୍ପର୍କରେ ଲେଖିବେ । ଏହି ହତ୍ୟାର ମୁଖ୍ୟ ସେହି ସ୍କୁଲର ଜଣେ ସିନିଅର ଛାତ୍ର ଥିଲେ । ଏହି ଫିଲ୍ମର ପ୍ରଡ୍ୟୁସର ଜଙ୍ଗଲ ପିକଚର୍ସ ପକ୍ଷରୁ ଏହି ତଲୱାର୨ର ଫିଲ୍ମର ଘୋଷଣା ନିଜର ଅଫିସିଆଲ ଟ୍ୱିଟର ମାଧ୍ୟମରେ କରିଥିଲେ ।
ଏହି ତଲୱାର ଫିଲ୍ମ ସମ୍ପର୍କରେ ବିସାଲ ଭରଦ୍ୱାଜ କହିଛନ୍ତି ଯେ, “ତଲୱାର ଫିଲ୍ମ ଏକ ଘୃଣ୍ୟ କ୍ରିମିନାଲ କେସ ଯାହା ସମାଜକୁ ସିଷ୍ଟମରେ ଥିବା ଛିଦ୍ର ସମ୍ପର୍କରେ ଅବଗତ କରାଇଥିଲା । ସମାଜରେ ଏହିପରି କ୍ରାଇମ ସମାଜର ନୈତିକତାକୁ କ୍ଷୁର୍ଣ୍ଣ କରିଥାଏ ତେଣୁ ଖୁବ ଗଭୀର ଭାବେ ଏହାର ତର୍ଜମା ଆବଶ୍ୟକ । ତେଣୁ ଆମ୍ଭେମାନେ ତଲୱାରର ଫ୍ରାନଚାଇଜ ପ୍ରସ୍ତୁତ କରିବା ପାଇଁ ଇଚ୍ଛୁକ । ତଲୱାର୨ ଏପରି ଏକ ମର୍ଡର କେସ ସମ୍ବନ୍ଧରେ ରହିଛି ଯାହା ସମାଜରେ ବହୁ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।”
ଏହି ଘୋଷଣା ସମ୍ପର୍କରେ ଏହାର ପ୍ରଡ୍ୟୁସର ଜଙ୍ଗଲ ପିକଚର୍ସର ପ୍ରିତି ସାହାଣୀ କହିଛନ୍ତି ଯେ, “ତଲୱାରରେ ଆମ୍ଭମାନଙ୍କର ଯାତ୍ରା ଏକ ଫିଲ୍ମ ଠାରୁ ଅଧିକ । ଏହି ଫିଲ୍ମ ଏକ ଉଦାହରଣ ଯେଉଁଥିରେ ବହୁ ଚର୍ଚ୍ଚିତ କାହାଣୀ ଗୁଡିକୁ ସଠିକ ଏବଂ ସମ୍ବେଦନଶୀଳ ଭାବେ ହ୍ୟାଣ୍ଡେଲ କରାଯାଏ । ପୁନର୍ବାର ତଲୱାରର ଫ୍ରାନଚାଇଜ ତଲୱାର୨ର ପ୍ରସ୍ତୁତି ଯୋଜନା କରାଯାଉଥିବାରୁ ଆମ୍ଭେମାନେ ଖୁବ ଉତ୍ସାହିତ ।”


Share It

Comments are closed.