ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ସ୍କଟ୍‌ଲାଣ୍ଡକୁ ଭେଟିବ ଭାରତ


ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ସୁପର-୧୨ ରାଉଣ୍ଡ୍‌(ଗ୍ରୁପ୍‌-୨)ରେ ଆଜି ସ୍କଟ୍‌ଲାଣ୍ଡକୁ ଭେଟିବ ଭାରତ । ସଂଧ୍ୟା ୭ ଟା ୩୦ରେ ଦୁବାଇରେ ଖେଳାଯିବ ମ୍ୟାଚ୍। ବଡ ବ୍ୟବଧାନରେ ସ୍କଟଲାଣ୍ଡକୁ ହରାଇ କିଛି କରିସ୍ମା କରିବା ଯୋଜନାରେ ରହିଛି ଭାରତ । ତେବେ ଟିମ୍ ଇଣ୍ଡିଆର ବିଜୟ ସେମି ଫାଇନାଲ ପଥ ଖୋଲି ଦେବ, ଆଉ ପରାଜିତ ହେଲେ ଆଶା ମଉଳି ଯିବ । କାରଣ ସେମିଫାଇନାଲ ରେସ୍ ପାଇଁ ଭାରତର ସମ୍ଭାବନା ବହୁତ କମ୍ ରହିଛି ।

ଅପରପକ୍ଷରେ ଆଫଗାନିସ୍ତାନକୁ ୬୬ ରନରେ ପରାସ୍ତ କରିବା ପରେ ଟିମ୍ ଇଣ୍ଡିଆର ମନୋବଳ ବଢିଛି । କାରଣ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ଠାରୁ ପରାଜୟ ନିରାଶ ହୋଇ ପଡିଥିଲେ ବିରାଟ ବାହିନୀ । ନେଟ୍ ରନ୍ ରେଟ୍ ସୁଧାରିବା ପାଇଁ ଆଜିର ମ୍ୟାଚକୁ ବଡ ବ୍ୟବଧାନରେ ଜିତିବା ଲକ୍ଷ୍ୟ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ।

ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ପ୍ରଥମ ୨ ଟି ମ୍ୟାଚ୍ ଭାରତ ହାରିବା ଫଳରେ ରନ୍‌ ରେଟ୍ ବହୁତ ତଳ ଖସିଯାଇଥିଲା।ତେବେ ଆଫଗାନିସ୍ତାନ ବିପକ୍ଷରେ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲା ଟିମ୍ ଇଣ୍ଡିଆ।ବଡ଼ ବ୍ୟବଧାନରେ ବିଜୟ ଫଳ ଭାରତ ରନ୍ ରେଟ୍‌ରେ ସୁଧାର ଆସିଲା। ଆଗକୁ ସମସ୍ତ ମ୍ୟାଚ୍ ଭାରତ ପାଇଁ କର ବା ମର ସ୍ଥିତି ରହିଛି। ପାକିସ୍ତାନ ଲଗାତାର ଭାବେ ୪ଟି ମ୍ୟାଚ୍‌ରେ ବିଜୟ ଫଳରେ ସେମିଫାଇନାଲରେ ପହଞ୍ଚିଥିବା ବେଳେ ଗ୍ରୁପ୍ ୨ରେ ଯୋଗ୍ୟତା ଅର୍ଜନ କରିବାକୁ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ଦୃଢ଼ ପ୍ରତିଯୋଗୀ ଦଳ।

ଉଲ୍ଲେଖଥାଉ କି, ଯଦି ନ୍ୟୁଜିଲ୍ୟାଣ୍ଡ ନାମିବିୟା କିମ୍ବା ଆଫଗାନିସ୍ତାନକୁ ହରାଇବ ତେବେ ଭାରତର ସେମିରେ ଯିବାକୁ ଆଶା ବଢ଼ିଯିବ । ତେବେ ଭାରତୀୟ ଦଳ ସେମାନଙ୍କ ହାତରେ ଯାହା ଅଛି ତାହା ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି। ଏଭଳି ପରିସ୍ଥିତିରେ ବିରାଟ ବାହିନୀ ସ୍କଟଲ୍ୟାଣ୍ଡକୁ ବଡ଼ ବ୍ୟବଧାନରେ ପରାସ୍ତ କରିବାକୁ ଲକ୍ଷ୍ୟ ରଖି ମଇଦାନକୁ ଓହ୍ଲାଇବ ଟିମ୍।


Share It

Comments are closed.