ଖୁବ ଶୀଘ୍ର ଜଣାପଡିବ ସ୍ୱିଇସ ବ୍ୟାଙ୍କରେ ଥିବା ଭାରତୀୟ ଆକାଉଣ୍ଟଧାରୀଙ୍କ ନାମ


ଆସନ୍ତା ୬ ମାସ ମଧ୍ୟରେ ସ୍ୱିଇସ ବ୍ୟାଙ୍କରେ ଥିବା ଭାରତୀୟ ଆକାଉଣ୍ଟ ଧାରୀଙ୍କ ନାମ ଗୁଡିକ ପ୍ରକାଶ ପାଇବ ବୋଲି ନିକଟରେ ଅର୍ଥମନ୍ତ୍ରୀ ପିୟୁସ ଗୋଏଲ ସୂଚନା ଦେଇଛନ୍ତି । ଏଥି ସଂପର୍କରେ ସ୍ୱିଜରଲ୍ୟାଣ୍ଡ ସହିତ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଉକ୍ତ ଚୁକ୍ତି ଅନୁଯାୟୀ ଆଗାମୀ ବର୍ଷ ଜାନୁଆରୀ ଠାରୁ ସ୍ୱିଇସ ବ୍ୟାଙ୍କରେ ଥିବା ଭାରତୀୟ ଆକାଉଣ୍ଟ ଧାରୀଙ୍କ ନାମ ଗୁଡିକୁ ପ୍ରଘଟ କରାଯିବ । ଏହା ପରେ ଯେଉଁ ବ୍ୟକ୍ତି ଦୋଷି ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।
ସେ କହିଛନ୍ତି ଯେ, ସ୍ୱିଜରଲ୍ୟାଣ୍ଡ ସରକାର ସ୍ୱିଇସ ବ୍ୟାଙ୍କରେ ୧ ଜାନୁଆରୀ ୨୦୧୮ରୁ ଆରମ୍ଭ କରି ୩୧ ଡିସେମ୍ବର ୨୦୧୮ ମଧ୍ୟରେ ଭାରତୀୟଙ୍କ ଦ୍ୱାରା ରଖାଯାଇଥିବା ସମସ୍ତ ଜମା ରାଶିର ତଥ୍ୟ ଆଗାମୀ ବର୍ଷ ଜାନୁଆରୀ ହିଁ ପ୍ରଦାନ କରିବେ । ସମସ୍ତ ତଥ୍ୟ ସାମନାକୁ ଆସିଲା ପରେ ଏହା ସ୍ପଷ୍ଟ ହୋଇଯିବ ଯେ, ବ୍ୟାଙ୍କରେ ଭାରତୀୟଙ୍କ କେତେ କଳା ଟଙ୍କା ଗଚ୍ଛିତ ରହିଛି ଏବଂ କେତେ ଟଙ୍କା ଆଇନଗତ ଅନୁଯାୟୀ ବାହାରକୁ ଯାଇଛି । ସେଥିପାଇଁ ତଥ୍ୟ ନ ଆସିବା ପୂର୍ବରୁ ବ୍ୟାଙ୍କରେ କେତେ କଳା ଧନ ଗଚ୍ଛିତ ରହିଛି, ତାର ସଠିକ ସୂଚନା କହିହେବ ନାହିଁ ।
ଗୋୟଲଙ୍କ କହିବା ମୁତାବକ, ପୂର୍ବତ୍ତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଂଙ୍କ ସମୟରେ ଲିବରାଲାଇଜଡ ରେମିଟାନ୍ସ ସ୍କିମ (ଏଲଆରସି)ର ପ୍ରଚଳନ କରାଯାଇଥିଲା । ଯେଉଁଥିରେ ଦେଶରୁ ଜଣେ ବ୍ୟକ୍ତି ପ୍ରତି ବର୍ଷ ୨.୫ ଲକ୍ଷ ଡଲାର ବିଦେଶକୁ ପଠାଇପାରିବର ନିୟମ ରହିଛି । ସ୍ୱିଇସବ୍ୟାଙ୍କରେ ଜମା ରହିଥିବା ରାଶି ଏଲଆରସି ଅନୁଯାୟୀ ୪୦ ପ୍ରତିଶତ ବଢିଥାଏ ।
ଗୁରୁବାର ସ୍ୱିଇସବ୍ୟାଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ପୂର୍ବ ତିନି ବର୍ଷ ଅପେକ୍ଷା ଚଳିତ ସ୍ୱିଇସ ବ୍ୟାଙ୍କରେ ୫୦ ପ୍ରତିଶତ ବଢିଛି, ଯାହାକି ୭୦୦୦ କୋଟିରେ ଆସିକି ପହଞ୍ଚିଛି ।


Share It

Comments are closed.