ଭୁବନେଶ୍ୱରରେ ସ୍ୱିଗି ଫୁଡ୍ ଫେଷ୍ଟିଭାଲ୍‌ର ସଫଳ ଆୟୋଜନ


ଭୁବନେଶ୍ୱର : ଭାରତର ଅଗ୍ରଣୀ ଅନ୍‌-ଡିମା କନ୍‌ଭିନିଏନ୍ସ ପ୍ଲାଟ୍‌ଫର୍ମ ସ୍ୱିଗି ଗତ ଜୁଲାଇ ୩୦ ତାରିଖ ୨୦୨୩ରେ ଭୁବନେଶ୍ୱରରେ ସଫଳତାର ସହିତ ସ୍ୱିଗି ଫୁଡ୍ ଫେଷ୍ଟିଭାଲର ଆୟୋଜନ କରିଥିଲା । ଏହି ଫେଷ୍ଟିଭାଲ ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁ ପରେ ଭୁବନେଶ୍ୱରରେ ଏହାର ପ୍ରଥମ ଉପସ୍ଥିତିକୁ ଚିହ୍ନିତ କରିଛି ।

ଏହି ଫେଷ୍ଟିଭାଲରେ ୱାଓ ମୋମୋ, ଗରମ ମସାଲା, ଓଡିଆ ଡାଲମା, ରୋଲ୍ ଅନ୍ ହ୍ୱିଲ୍‌ସ, ହୋଟେଲ୍ ସିରୋଜ୍‌, ଜୁଗାଡ ଜଙ୍କ୍‌ଶନ, ଆଡ୍ଡା ଅନ୍‌ପ୍ଲଗ୍‌ଡ ଓ ରାଡିୟମ କ୍ୟାଫେ ସମେତ ସହରର ୪୦ରୁ ଅଧିକ ଶୀର୍ଷ ରେଷ୍ଟୁରାଂଟ୍‌ଗୁଡିକଠାରୁ ଉାହଜନକ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।

ସେହିପରି ଏହି ଫୁଡ୍ ଫେଷ୍ଟିଭାଲରେ ୫୦୦୦ରୁ ଅଧିକ ଖାଦ୍ୟପ୍ରେମୀ ଯୋଗ ଦେଇଥିଲେ ଯାହା ଏହାକୁ ଏକ ଅବିସ୍ମରଣୀୟ ଇଭେଂଟ୍‌ରେ ପରିଣତ କରିଥିଲା । ଲୋକପ୍ରିୟ ଆର୍ଟିଷ୍ଟ ସୁପ୍ରା (ସୁକ୍ରିତି ଓ ପ୍ରକ୍ରିତି କକ୍କର) , ଓଡିଶାର ଲୋକପ୍ରିୟ ଗାୟକ ମଂଟୁ ଛୁରିଆ ଏହି ଫେଷ୍ଟିଭାଲରେ ନିଜର ଲାଇଭ୍ ପ୍ରଦର୍ଶନ ସହିତ ଦର୍ଶକଙ୍କୁ ଉାହିତ କରିଥିଲେ । ଏହି ଫେଷ୍ଟିଭାଲର ସଫଳତା ରୟାଲ୍ ଚ୍ୟାଲେଞ୍ଜର୍ସ ଆମେରିକାନ୍ ପ୍ରାଇଡ୍ ସୋଡା ସହ ଏକ ମୂଲ୍ୟବାନ ସହଭାଗିତା ଦ୍ୱାରା ଆହୁରି ବହୁଗୁଣିତ ହୋଇଥିଲା ।


Share It

Comments are closed.