ଗାଧୁଆ ଘରୁ ମିଳିଲା ଅଭିନେତା ଆଦିତ୍ୟ ସିଂ ରାଜପୁତଙ୍କ ମୃତଦେହ


କଳା ଜଗତରୁ ଫୁଣି ଏକ ଦୁଃଖତ ଖବର ସାମ୍ନାକୁ ଆସିଛି । ଟିଭି ଅଭିନେତା ଆଦିତ୍ୟ ସିଂ ରାଜପୁତଙ୍କ ମୃତ୍ୟୁ ହୋଇଛି । ତାଙ୍କର ମୃତଦେହ ମୁମ୍ବାଇ ସ୍ଥିତ ବାସଭବନରୁ ମିଳିଛି । ତେବେ, ତାଙ୍କ ହତ୍ୟା କରାଯାଇଛି ନାଁ ସେ ଆତ୍ମହତ୍ୟା କରିଛନ୍ତି ସେନେଇ ସ୍ପଷ୍ଟ ସୂଚନା ମିଳି ନାହିଁ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଆଦିତ୍ୟଙ୍କ ମୃତ୍ୟୁ ହେଲା ସେନେଇ ଛାନଭିନ୍ ଜାରି ରଖିଛି ପୋଲିସ୍ । ଏବଂ ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢାଉଛି ପୋଲିସ୍ । ଆଦିତ୍ୟ ସିଂହ ରାଜପୁତ ହେଉଛନ୍ତି ଏମଟିଭି ର ଜଣେ ଜଣାଶୁଣା ଅଭିନେତା, ମଡେଲ ଏବଂ କାଷ୍ଟିଂ ନିର୍ଦ୍ଦେଶକ ଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ଫ୍ୟାନ୍ସ । ହସଖୁସ୍ ମିଜାଜର ଏହି ଯୁବ ଅଭିନେତାଙ୍କ ମୃତ୍ୟୁ କିଭଳି ହେଲା ସେନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏମଟିଭି ସ୍ପଲ୍ଟ ଭିଲା ସିଜିନ୍ ୯ ଦେଇଥିଲା ତାଙ୍କୁ ନୂଆ ପରିଚୟ। ମୃତ୍ୟୁ ବେଳକୁ ତାଙ୍କୁ ୩୨ ବର୍ଷ ହୋଇଥିଲା।

ସୂଚନା ଅନୁସାରେ, ଟିଭି ଅଭିନେତା ଆଦିତ୍ୟ ସିଂ ରାଜପୁତଙ୍କ ମୁମ୍ବାଇର ଅନ୍ଧେରୀ ଲୋଖଣ୍ତଓ୍ବାଲା ସ୍ଥିତ ଏକ ଆପାର୍ଟମେଣ୍ଟରେ ଜଣେ ରୁମମେଟ୍ ସହ ରୁହନ୍ତି । କିନ୍ତୁ ରବିବାର ଦିନ ଆଦିତ୍ୟଙ୍କ ରୁମ୍ ମେଟ୍ ନିଜ ଘରକୁ ଛୁଟିରେ ଯାଇଥିଲେ। ପରେ ସୋମବାର ସକାଳେ ସେ ନିଜ ରୁମକୁ ଫେରିଥିଲେ। ରୁମବନ୍ଦ ଥିବାରୁ ଆଦିତ୍ୟଙ୍କ ସାଙ୍ଗ ତାଙ୍କ ପାଖରେ ଥିବା ରୁମର ଏକ୍ସଟ୍ରା ଚାପିରେ ରୁମ୍ ଖୋଲି ଭିତରକୁ ଯାଇଥିଲେ। ପରେ, ସେ ଫ୍ରେସ ହେବା ପାଇଁ ବାର୍ଥରୁମ୍ ଭିତରକୁ ଗଲାବେଳେ ବାର୍ଥରୁମରେ ଆଦିତ୍ୟ ଅଚେତ ହୋଇ ପଡିଥିବା ଦେଖିବାକୁ ପାଇଥିଲେ। ଏବଂ ଆପାଟମେଣ୍ଟର ସୁରକ୍ଷା କର୍ମୀଙ୍କ ସହାୟତାରେ ଆଦିତ୍ୟଙ୍କୁ ମେଡିକାଲରେ ଭର୍ତ୍ତୀ କରିଥିଲେ। ସେଠାରେ ଡାକ୍ତର ଆଦିତ୍ୟଙ୍କୁ ମୃତ ଘୋଷଣା କପିଥିଲେ। ଆଦିତ୍ୟଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପ୍ରେମ ଜନିତ ମାମଲା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ସେନେଇ ଛାନଭିନ୍ ଆରମ୍ଭ କରିଛି ପୋଲିସ୍।

ମୃତ୍ୟୁ ପୂର୍ବରୁ ଇନଷ୍ଟାରେ ଏଭଳି ପୋଷ୍ଟ କରିଥିଲେ ଅଭିନେତା : ମୃତ୍ୟୁର ପାଞ୍ଚ ଦିନ ପୂର୍ବରୁ ଅଭିନେତା ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ଥିଲେ। ଇନଷ୍ଟାରେ ତାଙ୍କ ଶେଷ ପୋଷ୍ଟ ଏଭଳି କିଛି ଥିଲା। ସେ ସୋସିଆଲ ମିଡିଆରେ ଶେଷ ପୋଷ୍ଟ ସେୟାର କରିଥିଲେ ଯେଉଁଥିରେ ସେ କହୁଥିଲେ ଯେ, ତାଙ୍କ ପାଇଁ ଖୁସିର ଅର୍ଥ କ’ଣ? ଅଭିନେତା ସେୟାର କରିଥିବା ରିଲରେ ସେ କହୁଥିଲେ ଯେ, ‘ତାଙ୍କ ପାଇଁ ଖୁସିର ଅର୍ଥ ହେଉଛି ମା’ର ହାତ ରନ୍ଧା ଖାଇବା ଓ ନିଜ ପୋଷା କୁକର ସହ ସମୟ କାଟିବା । ‘

ସେହିପରି ଆଜି ମଧ୍ୟ ଆଉ ଜଣେ ଭେଟେରାନ୍ ଅଭିନେତାଙ୍କ ମୃତ୍ୟୁ ହୋଇଛି। ତେଲୁଗୁ ସିନେମାର ଅନ୍ୟତମ ଶ୍ରେଷ୍ଠ ଅଭିନେତା ଶରତ ବାବୁ ୭୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଅସୁସ୍ଥତା କାରଣରୁ ସେ ଦିର୍ଘ ଦିନ ହେବ ହାଇଦ୍ରାବାଦର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ। କିନ୍ତୁ ସୋମବାର ସକାଳେ ଅଭିନେତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଗିଡି ଯାଇଥିଲା ଏବଂ ତାଙ୍କ ଶରୀରର କିଛି ଅଙ୍ଗ କାମ କରିବା ବନ୍ଦ କରି ଦେଇଥିଲା। ଚିକିତ୍ସାଧିନ ଅବସ୍ଥାରେ ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଛି । ଶରତ ବାବୁଙ୍କ ମୃତ୍ୟୁରେ ତାଙ୍କ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ଭେଟେରାନ ଅଭିନେତାଙ୍କ ମୃତ୍ୟୁ ଖବର ପାଇବା ପରେ ତାଙ୍କ ପ୍ରଶଂସକ ଏବଂ ବନ୍ଧୁମାନେ ଦୁଖଃ ପ୍ରକାଶ କରିଛନ୍ତି ।


Share It

Comments are closed.