ସୋନି ଇଣ୍ଡିଆ ପକ୍ଷରୁ ଏଚ୍ଟି-ଏସ୍୨୦୦୦ ୫.୧ ଇଂଚ ଡଲ୍ବି ଆଟ୍ମସ୍ ସାଉଣ୍ଡ୍ବାର୍ ଉନ୍ମୋଚିତ
ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ନୂଆ ଡଲ୍ବି ଆଟ୍ମସ୍ ସାଉଣ୍ଡ୍ବାର୍ ଏଚ୍ଟି-ଏସ୍୨୦୦୦କୁ ଉନ୍ମୋଚନ କରାଯାଇଛି । ଏହି ୫.୧ ଇଂଚ୍ର ଡଲ୍ବି ଆଟ୍ମସ୍/ ଡିଟିଏସ୍:ଏକ୍ସ ସାଉଣ୍ଡ୍ ବାର୍ ସିନେମା ଭଳି ସାଉଣ୍ଡ୍, ଭର୍ଟିକାଲ୍ ସରାଉଣ୍ଡ୍ ଇଂଜିନ ଓ ଏସ୍-ଫୋର୍ସ ପ୍ରୋ ଫ୍ରଂଟ୍ ସାଉଣ୍ଡ୍ ପ୍ରଦାନ କରାଯାଉଛି । ଷ୍ଟେରିଓ କନ୍ଟେଂଟ୍ ବଜାଇବା ବେଳେ ଏହା ଥ୍ରି-ଡାଇମେନ୍ସନ୍ ସରାଉଣ୍ଡ୍ ଅନୁଭୂତି ପ୍ରଦାନ କରୁଛି । ଏହାର କେନ୍ଦ୍ରୀୟ ସ୍ପିକର ସଂଳାପଗୁଡ଼ିକୁ ସ୍ପଷ୍ଟ ଭାବେ ଉପସ୍ଥାପନ କରୁଥିବା ବେଳ ଏହା ଡୁଆଲ ସ୍-ଉଫର ଗଭୀର ବାସ୍ ସୃଷ୍ଟି କରୁଛି । ନୂଆ ହୋମ୍ ଏଟଂରଟେନ୍ମେଂଟ୍ କନେକ୍ଟ ଆପ୍ ପାଇଁ ଏହା ସାଉଣ୍ଡ୍ ବାର୍ ହେଉଛି ପ୍ରଥମ କମ୍ପାଟିବଲ୍ ଡିଭାଇସ୍ ।
ବିକଳ୍ପ ଓୟାରଲେସ୍ ସବ୍ଉଫର ସମୃଦ୍ଧ ବାସ୍ ସାଉଣ୍ଡ୍ ସୃଷ୍ଟି କରିଛି । ଅଧିକ ରୋମାଂଚ ପାଇଁ ଏହାର ବିକଳ୍ପ ଓୟାରଲେସ୍ ପଛ ସ୍ପିକର ସିନେମା ଭଳି ସରାଉଣ୍ଡ୍ ସାଉଣ୍ଡ୍ ସୃଷ୍ଟି କରୁଛି । ବ୍ରାଭିଆ ଏକ୍ସଆର୍ ଟିଭି ସହିତ ଏହା କମ୍ପାଟିବଲ୍ ରହିବ ଏବଂ ସ୍ୱୟଂକ୍ରିୟ ଭାବେ ତାହା ସହ ଯୋଡ଼ି ହୋଇପାରିବ । ବ୍ରାଭିଆର ତ୍ୱରିତ ସେଟିଂ ମେନୁ ଜରିଆରେ ତାହାକୁ ନିୟନ୍ତ୍ରଣ କରାଯାଇପାରିବ ।
କିଛି ସେକେଣ୍ଡ୍ ଭିତରେ ଏହାକୁ ସେଟ୍ଅପ୍ କରିହେବ । ଏକ ଏଚ୍ଡିଏମ୍ଆଇ କେବୁଲ୍ ଜରିଆରେ ତାହାକୁ ଟିଭି ସହ ଯୋଡ଼ିବାକୁ ପଡ଼ିବ । ବିକଳ୍ପ ପଛ ସ୍ପିକର ଓ ସବ୍ ଉଫରକୁ ଯୋଡ଼ିବା ଲାଗି ଏକ ହୋମ୍ ଏଟଂରଟେନ୍ମେଂଟ୍ କନେକ୍ଟ ଆପ୍କୁ ଡାଉନ୍ଲୋଡ୍ କରିବାକୁ ପଡ଼ିବ ଓ ସେହି ଆପ୍ ଜରିଆରେ ତାହାକୁ ଯୋଡ଼ିବାକୁ ହେବ ।
ଏହା ସହିତ ରହିଛି ଏକ ନୂଆ ଡିଭାଇନ୍ର ରିମୋଟ୍ କଂଟ୍ରୋଲ୍ ଯାହାକୁ ହାତରେ ସହଜରେ ଧରି ହେବ ଓ ସୁବିଧାରେ ତାହାର ପରିଚାଳନା କରାଯାଇପାରିବ । ଏଥିରେ ଭଲ୍ୟୁମ୍ ହ୍ରାସ ବୃଦ୍ଧି କରିବା ଏବଂ ସାଉଣ୍ଡ୍ ସେଟିଂ କରିବା ଲାଗି ସ୍ୱତନ୍ତ୍ର ବଟନ୍ ରହିଛି ।
ଏହି ହୋମ୍ ଅଡିଓ ଉତ୍ପାଦକୁ ବିକାଶ କରିବା ବେଳେ କେବଳ ସାଉଣ୍ଡ୍ ଅନୁଭୂତି ନୁହେଁ ପରିବେଶକୁ ମଧ୍ୟ ଦୃଷ୍ଟି ଦିଆଯାଇଛି । ଉତ୍ପାଦ ଓ ପ୍ୟାକେଜିଂରେ କମ୍ ପ୍ଲାଷ୍ଟିକ୍ ବ୍ୟବହାର କରିବାକୁ ସୋନି ପ୍ରତିବଦ୍ଧ ରହିଛି । କଂପାନି ଏହି ଉତ୍ପାଦର ବିଭିନ୍ନ ଅଂଶରେ ସ୍ୱତନ୍ତ୍ର ଭାବେ ବିକାଶ କରାଯାଇଥିବା ରିସାଇକଲ୍ ହୋଇପାରୁଥିବା ପ୍ଲାଷ୍ଟିକ୍ ବ୍ୟବହାର କରିଛି । ଏହାର ୯୫% ପ୍ୟାକେଜିଂରେ ରିସାଇକଲ୍ଡ କାଗଜ ଓ କାଗଜରୁ ପ୍ରସ୍ତୁତ ଉପକରଣ ବ୍ୟବହାର କରାଯାଇଛି ।
ସମସ୍ତ ପ୍ରମୁଖ ରିଟେଲ ଷ୍ଟୋର, ସୋନି ଷ୍ଟୋର, ସୋନି ସେଂଟର, ସୋନି ଏକ୍ସକ୍ଲୁସିଭ୍, ସପ୍ଆଟ୍ଏସ୍ସି ଡଟ୍ କମ୍ ପୋର୍ଟାଲ୍, ପ୍ରମୁଖ ଇଲେକ୍ଟୋନିକ୍ସ ଷ୍ଟୋର ଓ ଇ-କମର୍ସ ସାଇଟ୍ରେ ଏହା ଜୁନ୍ ୯ରୁ ଉପଲବ୍ଧ । ଏହାର ମୂଲ୍ୟ ହେଉଛି ୪୨,୯୯୦ ଟଙ୍କା । ଗ୍ରାହକମାନେ ପଛ ସ୍ପିକର ଓ ସାଉଣ୍ଡ୍ ବାର୍ ଉପରେ ୧୪,୯୯୦ ଟଙ୍କା ଏବଂ ୪୩ ଇଂଚ୍ କିମ୍ବା ତା’ଠାରୁ ବଡ଼ ବ୍ରାଭିଆ ଟିଭି ସହିତ କିଣିଲେ ଅତିରିକ୍ତ ୪୦୦୦ ଟଙ୍କାର ରିହାତି ପାଇପାରିବେ ।
Comments are closed.