ସୋନାଲିକା ଟ୍ରାକ୍ଟର୍ସର ୨୦୧୭-୧୮ରେ ୧ ଲକ୍ଷ ଟ୍ରାକ୍ଟର ବିକ୍ରି


ସୋନାଲିକା ଇଣ୍ଟରନ୍ୟାସନାଲ୍ ଟ୍ରାକ୍ଟର୍ସ ଲିମିଟେଡ୍ (ଆଇଟିଏଲ୍) ହୋସିଆରପୁରରେ ବିଶ୍ୱର ଏକ ନମ୍ବର ସର୍ବବୃହତ ସମନ୍ୱିତ ଟ୍ରାକ୍ଟର କାରଖାନା ସ୍ଥାପନ କରିଛି । ଏହା ଖୁବ୍ କମ୍ ସମୟ ମଧ୍ୟରେ ବର୍ଷକୁ ୧ ଲକ୍ଷ ଟ୍ରାକ୍ଟର ବିକ୍ରି କରି ଇତିହାସ ସୃଷ୍ଟି କରିଛି ଓ ମୋଟାମୋଟି ଭାବେ ୨୨% ଅଭିବୃଦ୍ଧି ହାସଲ କରିଛି । କଂପାନି ୨୦୧୭-୧୮ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ୫୬%ର ସୁଦୃଢ଼ ଅଭିବୃଦ୍ଧି ହାସଲ କରି ଶିଳ୍ପ ଅଭିବୃଦ୍ଧିକୁ ଟପିଯାଇଛି । ମାର୍ଚ୍ଚରେ କଂପାନି ଉଲ୍ଲେଖନୀୟ ୮୦% ଅଭିବୃଦ୍ଧି ହାସଲ କରି ମୋଟ ୧୨,୭୯୧ଟି ଟ୍ରାକ୍ଟର ବିକ୍ରି କରିଛି ।
ଏହି ପରିପ୍ରେକ୍ଷୀରେ ଶ୍ରୀଯୁକ୍ତ ରମଣ ମିତଲ, କାର୍ଯ୍ୟନିର୍ବାହୀ ନିର୍ଦେଶକ, ସୋନାଲିକା ଆଇଟିଏଲ୍ କହିଛନ୍ତି ଯେ, “୨୦୧୨-୧୩ରେ ଯେତେବେଳେ ଆମେ ୫୦,୮୫୩ଟି ଟ୍ରାକ୍ଟର ବିକ୍ରି କରିଥିଲୁ ସେତେବେଳେ ଆମେ ୨୦୧୭-୧୮ରେ ଏକ ଲକ୍ଷ ଟ୍ରାକ୍ଟର ବିକ୍ରି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲୁ । ଏହି ସ୍ୱପ୍ନକୁ ହାସଲ କରିବା ପାଇଁ ଆମେ ଚାଷୀମାନଙ୍କୁ ଆମର କେନ୍ଦ୍ର ବିନ୍ଦୁ ଭାବେ ରଖିଥିଲୁ । ସବୁ ରାଜ୍ୟ, ସବୁ ପ୍ରକାର ମାଟି ପରିସ୍ଥିତି ଓ କାଦୁଅ କରିବା, ବଗିଚା ଚାଷ, ଆଳୁ ଚାଷ, ରୋଟାଭେଟର ଓ କଲ୍ଟିଭେଟର୍ (ଅମଳ ମେସିନ୍୍) ଇତ୍ୟାଦି ବିବିଧ ବ୍ୟବହାରକୁ ସୁହାଇବା ଭଳି କଷ୍ଟମାଇଜ୍ଡ ଉତ୍ପାଦ ଆମେ ପ୍ରସ୍ତୁତ କରିଥିଲୁ । ଏହା ଏକ ସାଧାରଣ ଲକ୍ଷ୍ୟ କିନ୍ତୁ ଏଥିପାଇଁ ଜଟିଳ ସମାଧାନର ଆବଶ୍ୟକ ଥିଲା, ଅର୍ଥାତ ୧୦୦୦ରୁ ଅଧିକ ଭାରିଆଣ୍ଟ ସହିତ ସର୍ବାଧୁନିକ ପ୍ରଯୁକ୍ତି ପ୍ରତିଦ୍ୱନ୍ଦିତା ମୂଲ୍ୟରେ ପ୍ରଦାନ କରିବାର ଥିଲା ଯାହାର ଫଳ ସ୍ୱରୂପ ୨୦-୧୨୦ ଏଚ୍ପି ରେଞ୍ଜ୍ର ବ୍ୟାପକ ଉତ୍ପାଦ ପ୍ରସ୍ତୁତ ହୋଇଥିଲା କୃଷି ଉତ୍ପାଦକତା ବଢ଼ାଇବା ପାଇଁ ନୂତନ ଅଭିନବ ପ୍ରଯୁକ୍ତି ଉପରେ ଆମେ ଗୁରୁତ୍ୱ ଦେଉଛୁ ଯେଉଁଥିପାଇଁ ଭାରତ ସରକାରଙ୍କ ତରଫରୁ “୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ୱିଗୁଣିତ’ କରିବା ନିତି ଆୟୋଗର ଅବଦାନକାରୀ ସହଯୋଗୀ (କଂଟ୍ରିବ୍ୟୁଟିଂ ପାର୍ଟନର୍) ଭାବେ ଚୟନ କରାଯାଇଛି ।’’
କଂପାନିର ଭବିଷ୍ୟତ ଯୋଜନା ଓ ଶିଳ୍ପର ଭବିଷ୍ୟତ ବିଷୟରେ ଶ୍ରୀ ମିତଲ କହିଛନ୍ତି ଯେ, “ସବୁ ଭୌଗୋଳିକ ଅଞ୍ଚଳ ଉପରେ ଆମର ଗୁରୁତ୍ୱ ଯୋଗୁଁ ରାଜ୍ୟଗୁଡ଼ିକରେ ଆମେ ଅନ୍ୟତମ ଅଗ୍ରଣୀ ହୋଇଥିବା ସହିିତ ୧୦୦ରୁ ଅଧିକ ଦେଶର ଆମର ଉପସ୍ଥିତି ସହ ଆମେ ୪ଟି ଦେଶରେ ଅଗ୍ରଣୀ ରହିଛୁ । କଠୋର ପ୍ରଦୂଷଣ ନିୟମକୁ ପାଳନ କରି ଆମେ ସର୍ବାଧୁନିକ ଟ୍ରାକ୍ଟର ଜରିଆରେ ଆମର ଉପସ୍ଥିତିକୁ ୟୁରୋପ ଓ ୟୁଏସ୍ଏରେ ଆମର ଉପସ୍ଥିତିକୁ ସୁଦୃଢ଼ କରିବା ଜାରି ରଖିବୁ । ଏହି ସବୁ କିଛି ଏକ ସରଳ ବିଶ୍ୱାସ ଜରିଆରେ ହାସଲ ହେବ ତାହା ହେଊଛି ଚାଷୀଙ୍କୁ ଶ୍ରେଷ୍ଠ ସମାଧାନ ପ୍ରଦାନ କରିବା ଓ ଅର୍ଥନୈତିକ ଅଭିବୃଦ୍ଧିର ସହଯୋଗୀ ହେବା ।”


Share It

Comments are closed.