ଜାତୀୟ ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରତିନିଧିତ୍ୱ କରିଥିବା ସୋଆ ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରତିଷ୍ଠାତା ସଭାପତି


ଭୁବନେଶ୍ୱର, ୦୩ ଫେବୃଆରି: ନୁଆଦିଲ୍ଲୀର କର୍ତବ୍ୟ ପଥରେ ଗତ ଜାନୁଆରୀ ୨୬ରେ ଅନୁଷ୍ଠିତ ଜାତୀୟ ସାଧାରଣନ୍ତ୍ର ଦିବସ ପରେଡ୍‌ରେ ପ୍ରତିନିଧିତ୍ୱ କରିଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏନ୍‌ଏସ୍‌ଏସ୍‌ର ଛାତ୍ରୀ ଅମୃତା ସାହୁଙ୍କୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଅଭିନନ୍ଦନ ଜଣାଇଛନ୍ତି ।
ଚଳିତ ଥର ପରେଡରେ ଭାଗ ନେଇଥିବା ଓଡିଶା କଂଟିନ୍‌ଜେଂଟ ନିମନ୍ତେ ମନୋନୀତ ହୋଇଥିବା ପ୍ରତିନିଧିମାନଙ୍କ ମଧ୍ୟରେ ସୋଆ କୃଷି ମହାବିଦ୍ୟାଳୟର ଦ୍ୱିତୀୟ ବର୍ଷର ଛାତ୍ରୀ ଅମୃତା ସାହୁ ରହିଥିଲେ । ଦିଲ୍ଲୀରୁ ଫେରିବା ପରେ ଅମୃତା ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ଭେଟି ଆଶୀର୍ବାଦ ନେଇଥିବା ବେଳେ ସେ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଛାତ ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ସୋଆ ଆଉଟ୍‌ରିଚ୍ ପ୍ରୋଗ୍ରାମ୍‌ର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଉପସ୍ଥିତ ଥିଲେ ।
ନୁଆଦିଲ୍ଲୀ ଗସ୍ତର ଅନୁଭୂତି ଜୀବନବ୍ୟାପୀ ମନେ ରହିବ ବୋଲି ଅମୃତା କହିଛନ୍ତି । ମହାମହିମ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ତଥା ବିଭିନ୍ନ ମନ୍ତ୍ରଣାଳୟରେ ବିଶିଷ୍ଟ ମନ୍ତ୍ରୀମାନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ଜାତୀୟ ସ୍ତରର କ୍ୟାମ୍ପରେ ଯୋଗ ଦେବା ଏକ ସୌଭାଗ୍ୟ ବୋଲି ସେ କହିଥିଲେ । ଏଥି ସହିତ ବିଭିନ୍ନ ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ଅମୃତା କାର୍ଯ୍ୟକ୍ରମ ସଂଯୋଜନା କରି ପ୍ରଶଂସାର ପାତ୍ରୀ ହୋଇଥିଲେ ।
କୃଷି ମହାବିଦ୍ୟାଳୟର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, କୃଷି ମହାବିଦ୍ୟାଳୟର ଏନ୍‌ଏସ୍‌ଏସ୍ ର କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ସରୋଜ କୁମାର ମହାନ୍ତିଙ୍କ ସହ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଅମୃତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଗଜାଂମ ଭଞ୍ଜନଗର ନିବାସୀ ଶ୍ରୀ ଅମୂଲ୍ୟ କୁମାର ସାହୁ ଓ ଶ୍ରୀମତି ମମତା ସାହୁଙ୍କ କନ୍ୟା ଅମୃତା ଜଣେ ଉତମ ଛାତ୍ରୀ ଓ ନୃତ୍ୟ ସଂଗୀତ କ୍ଷେତ୍ରରେ ମଧ୍ୟ ବେଶ ସୁଦକ୍ଷା ।


Share It

Comments are closed.