ତୃତୀୟ ଟେଷ୍ଟରେ ହେବ ବଡ଼ ପରିବର୍ତ୍ତନ, ଜାଣନ୍ତୁ କଣ କହୁଛି ସମୀକରଣ


ଭାରତ (India) ଏବଂ ଅଷ୍ଟ୍ରେଲିଆ (Australia) ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫି (Border Gavaskar Trophy) ଟେଷ୍ଟ ସିରିଜର ତୃତୀୟ ଟେଷ୍ଟ (Third Test) ମ୍ୟାଚ୍ ଆସନ୍ତା ୧ ତାରିଖରୁ ଖେଳାଯିବ। ଏଭଳି ପରିସ୍ଥିତିରେ ଏହି ମ୍ୟାଚକୁ ନେଇ ଆଲୋଚନା ଆରମ୍ଭ ହୋଇସାରିଛି। ଏହାର କାରଣ ହେଉଛି ଅଷ୍ଟ୍ରେଲିଆର (Australia) ଗୁରୁତ୍ୱପୂର୍ଣ୍ଣ ବ୍ୟାଟ୍ସମ୍ୟାନ୍ ଡେଭିଡ ୱାର୍ଣ୍ଣର (David Warner) ଆହତ କାରଣରୁ ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି। ସେହିପରି ଭାରତୀୟ ଦଳ (Indian Team) ଓପନର୍ କେ.ଏଲ୍ ରାହୁଲଙ୍କ (KL Rahul) ଖରାପ ଫର୍ମ ଜାରି ରହିଛି। କେଉଁ କାରଣରୁ ରାହୁଲ (KL Rahul) ତୃତୀୟ ମ୍ୟାଚରେ ଖେଳିବେ କି ନାହିଁ ସେ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ସେହିପରି ଶୁଭମନ ଗିଲଙ୍କୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ସୃଷ୍ଚି ହୋଇଛି। ଦଳର ଯୁବ ଖେଳାଳି ଶୁବମନ ଗିଲଙ୍କୁ ଏପର୍ଯ୍ୟନ୍ତ ଏହି ସିରିଜରେ ଖେଳିବାର ସୁଯୋଗ ମିଳିନାହିଁ। ଖରାପ ପ୍ରଦର୍ଶନ ପରେ ମଧ୍ୟ କେ.ଏଲ୍ ରାହୁଲ ଦଳରେ ସ୍ଥାନ ପାଇବାରେ ଲାଗିଛନ୍ତି। ଏଭଳି ପରିସ୍ଥିତିରେ କେ.ଏଲ୍ ରାହୁଲଙ୍କ ଟିମରୁ ବାଦ ଦେବା ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି। କେବଳ ଏତିକି ନୁହେଁ, କେ.ଏଲ୍ ରାହୁଲଙ୍କ ଭବିଷ୍ୟତ ବିଷୟରେ ଆଲୋଚନା ମଧ୍ୟ ସୋସିଆଲ ମିଡିଆରେ ଖୁବ ଆଲୋଚନା ହେଉଥିବା ଦେଖିବାକୁ ମିଳିଛି।

ସେହିପରି ଚଳିତ ବର୍ଡର ଗାଭାସ୍କର ଟ୍ରଫିରେ ବର୍ତ୍ତମାନ ପର୍ଯ୍ୟନ୍ତ କେଏଲ ରାହୁଲ ୩ଟି ଇନିଂସ ଖେଳିଛନ୍ତି। ଏଥିରେ ସେ ୧୨.୬୬ ପ୍ରତିଶତରେ ମାତ୍ର ୩୮ ରନ କରିଛନ୍ତି। ସେହିପରି ଦଳର ଘାତର ବୋଲର ରହିଥିବା ମହମ୍ମଦ ଶାମୀ ଦୁଇଟି ଇନିଂସ ଖେଳି ୩୯ ରନ କରିସାରିଛନ୍ତି। ଏଭଳି ସ୍ଥିତିରେ ରାହଲୁଙ୍କ ଦୁର୍ବଳ ପରଫରମାନ୍ସ ତାଙ୍କ ପାଇଁ ସମସ୍ୟା ସୃଷ୍ଚି କରିବାରେ ଲାଗିଛି। ଏଭଳି ପରିସ୍ଥିତିରେ ରାହୁଲଙ୍କ ଏହି ଖରାପ ଫର୍ମ ଏବଂ ଆକଳନ ଦର୍ଶାଏ ଯେ ତୃତୀୟ ଟେଷ୍ଟ ମ୍ୟାଚରେ ଖେଳିବାର ସମ୍ଭାବନା ବହୁତ କମ୍ ଅଟେ। ଆପଣଙ୍କୁ କହିରଖୁଛୁ ଯେ ଏପର୍ଯ୍ୟନ୍ତ ଏହି ସିରିଜରେ ୨ଟି ମ୍ୟାଚ୍ ଖେଳାଯାଇଛି ଏବଂ ଭାରତ ଏହି ଦୁଇଟି ମ୍ୟାଚ୍ ଜିତିଛି। ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆ ୨-୦ରେ ଆଗୁଆ ରହିଛି।


Share It

Comments are closed.