ସେୟାରଖାନ୍‌ର ଇନ୍‌ଭେଷ୍ଟାଇଗର୍ ଆପ୍‌ରେ ଖୁଚୁରା ନିବେଶକଙ୍କ ପାଇଁ ଇଟିଏଫ୍ ଓ ଏମ୍‌ଏଫ୍‌ରେ ନିବେଶ ସୁବିଧା


ଦେଶର ଅଗ୍ରଣୀ ଅନଲାଇନ୍ ବ୍ରୋକରେଜ୍ ସଂସ୍ଥା ସେୟାରଖାନ୍ ପକ୍ଷରୁ ଏହାର ଇନଭେଷ୍ଟାଇଗର୍ ଆପ୍‌ରେ ଖୁଚୁରା ନିବେଶକମାନଙ୍କୁ କେତେକ ନିର୍ଦ୍ଦିଷ୍ଟ ଇଟିଏଫ୍ ଓ ସମାଧାନଭିତିକ ମ୍ୟୁଚୁଆଲ୍ ଫଣ୍ଡ୍ (ଏମ୍‌ଏଫ୍‌)ରେ ନିବେଶ କରିବାର ସୁବିଧା ପ୍ରଦାନ କରାଯାଇଛି । ଏଥିରେ ନିବେଶକମାନେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଷ୍ଟକ୍‌ର ବାସ୍କେଟ ହାସଲ କରି ନିରବଚ୍ଛିନ୍ନ ଭାବେ ନିବେଶ କରିବେ ।
ଇନଭେଷ୍ଟାଇଗର୍ ଆପ୍‌ର ପ୍ରଥମ ବାର୍ଷିକୀ ପାଳନ ଅବସରରେ ସେୟାରଖାନ୍ ପକ୍ଷରୁ ଖୁଚୁରା ନିବେଶକମାନଙ୍କ ଲାଗି ନୂଆ ସୁବିଧା ଆରମ୍ଭ କରାଯାଇଛି । ୨୦୨୨ ଜୁନ୍‌ରେ ଶୁଭାରମ୍ଭ ହୋଇଥିବା ଏହି ଆପ୍ ମଧ୍ୟବର୍ତୀକାଳୀନ ଓ ଦୀର୍ଘମିଆଦୀ ଖୁଚୁରା ନିବେଶକମାନଙ୍କ ପାଇଁ ନିବେଶ ଦୃଶ୍ୟପଟ୍ଟରେ ଉନ୍ନତି ଆଣିପାରିଛି ।
ଏହି ଅବସରକୁ ପାଳନ କରିବା ଲାଗି ସେୟାରଖାନ୍ ପକ୍ଷରୁ ଖୁଚୁରା ନିବେଶକମାନଙ୍କ ଲାଗି ଷ୍ଟକ ବାସ୍କେଟ୍ ସହିତ ଇଟିଏଫ୍ ଓ ଏମ୍‌ଏଫ୍ ବାସ୍କେଟ୍‌କୁ ଇନଭେଷ୍ଟାଇଗର୍ ଯୋଡ଼ାଯାଇଛି । ଏହା ବିଭିନ୍ନ ବର୍ଗର ରିଟେଲ୍ ନିବେଶକମାନଙ୍କୁ ବ୍ୟାପକ ନିବେଶ ସମାଧାନ ପ୍ରଦାନ କରିବ । ସେମାନେ ପରୋକ୍ଷ ନିବେଶ ସୁଯୋଗ ହାସଲ କରି ଅଭିନବ ଉତ୍ପାଦ ଜରିଆରେ ନିଜ ପୋର୍ଟଫୋଲିଓରେ ବିବିଧତା ଆଣିପାରିବେ ।
ଏହି ଅବସରରେ ସେୟାରଖାନ୍ ବାଏ ବିଏନ୍‌ପି ପରିବାସର ବରିଷ୍ଠ ଉପସଭାପତି ତଥା ପୁଞ୍ଜି ବଜାର ରଣନୀତି ମୁଖ୍ୟ ଗୌରବ ଦୁଆ କହିଛନ୍ତି ଯେ, “ଭଲ ଭାବେ ଗବେଷଣା କରାଯାଇଥିବା ଷ୍ଟକ୍‌ର ପୋର୍ଟଫୋଲିଓରେ ଶୃଙ୍ଖଳିତ ଢଙ୍ଗରେ ନିବେଶ କରିବାର ଏକ ଚିନ୍ତାମୁକ୍ତ ଉପାୟ ହେଉଛି ଇନଭେଷ୍ଟାଇଗର ଯାହା ଭାରତୀୟ ଇକ୍ୱିଟି ବଜାରରେ ଉପଲବ୍ଧ ଥିବା ପ୍ରତିଶ୍ରୁତିପୂର୍ଣ୍ଣ ନିବେଶ ସୁଯୋଗକୁ ବ୍ୟବହାର କରିବ । ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିବା ଏବଂ ନିବେଶ ଯାତ୍ରାକୁ ଉଲ୍ଲାସପୂର୍ଣ୍ଣ କରିବା ଲାଗି ନିରନ୍ତର ଭାବେ ନବସୃଜନ ଆଣିବା, ଉତମ ସୁବିଧା ଓ ବ୍ୟାପକ ବର୍ଗର ସୁବିଧା ପ୍ରଦାନ କରିବା ଲାଗି ଆମେ ଉଦ୍ୟମ କରୁଛୁ ।’’
ସେୟାରଖାନ୍ ବାଏ ବିଏନ୍‌ପି ପରିବାସର ସିଇଓ ଜୟଦୀପ ଅରୋରା କହିଛନ୍ତି ଯେ, “ଇକ୍ୱିଟି ପାଇଁ ଖୁଚୁରା ନିବେଶକଙ୍କ ଆଗ୍ରହ ଦ୍ରୁତ ଗତିରେ ବଢ଼ୁଛି ଏବଂ ବିପଦକୁ ସଠିକ୍ ଢଙ୍ଗରେ ପରିଚାଳନା କରିବା ଲାଗି ସେମାନଙ୍କୁ ଦରକାର ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ ସମାଧାନ ଯାହାକୁ ବ୍ୟବହାର ଓ ନିରୀକ୍ଷଣ କରିବା ସହଜ । ଇନଭେଷ୍ଟାଇଗର ହେଉଛି ଏକ ଆପ୍ ପ୍ରଥମ ସମାଧାନ ଯାହା ଗମ୍ଭୀରତାର ସହ ନିବେଶ କରିବାକୁ ଚାହୁଥିବା ନିବେଶକମାନଙ୍କୁ ଆମ ଗବେଷଣା ଟିମ୍‌ର ବିଶେଷତା ଓ ଅଭିଜ୍ଞତାର ଲାଭ ପ୍ରଦାନ କରୁଛି । ଇକ୍ୱିଟି ବଜାର ଭାରତୀୟ ଅଭିବୃଦ୍ଧି କାହାଣୀରେ

ନିବେଶକମାନଙ୍କୁ ଭାଗ ନେବାର ସୁଯୋଗ ପ୍ରଦାନ କରୁଥିବା ବେଳେ ମୁଦ୍ରାସ୍ଫୀତି ମୁକାବିଲା କରିବା ଲାଗି ସଂଚୟ ବଢ଼ାଇବାର ଅନୁମତି ପ୍ରଦାନ କରୁଛି ।’’


Share It

Comments are closed.