ମିଡ୍ କ୍ୟାପ୍‌, ସ୍ମଲ୍ କ୍ୟାପ୍ ଷ୍ଟକ୍ ସହଯୋଗରେ ସର୍ବକାଳୀନ ରେକର୍ଡ ସ୍ତରରେ ସେନ୍‌ସେକ୍ସ

Share It

ଭୁବନେଶ୍ୱର: ସେନ୍‌ସେକ୍ସ ସର୍ବକାଳୀନ ଉଚ୍ଚ ସ୍ତରରେ ପହଂଚିବା ହେଉଛି ଏକ ବହୁତ ଭଲ ଖବର କାରଣ ଏହା ଭାରତୀୟ ଅର୍ଥନୀତିରେ ଦେଖାଦେଇଥିବା ଉତ୍ସାହକୁ ପ୍ରତିଫଳିତ କରୁଛି । ଷ୍ଟକ ବଜାରର ଦୃଢ଼ ପ୍ରଦର୍ଶନ ହେଉଛି ଅର୍ଥନୈତିକ ଦୃଢ଼ତାର ପରିଚାୟକ । ଆନ୍ତର୍ଜାତିକ ବଜାରରୁ ଦୃଢ଼ ସଙ୍କେତ ସହିତ ଦେଶ ଭିତରେ ଘଟୁଥିବା ସୁହାଇବା ଭଳି ଘଟଣା ଯଥା ଏଫ୍‌ଆଇଆଇ ପାଣ୍ଠି ଆଗମନରେ ବୃଦ୍ଧି, ବିପଦ ଗ୍ରହଣ କରିବା କ୍ଷମତାରେ ଉନ୍ନତି, ରିଜର୍ଭ ବ୍ୟାଙ୍କ ଦ୍ୱାରା ସୁଧ ହାରକୁ ନେଇ ପଦକ୍ଷେପ ଏବଂ ଆଶାଠାରୁ ଅଧିକ ଉନ୍ନତ ତ୍ରୈମାସିକ ଫଳାଫଳ ଆଦି କାରଣ ପାଇଁ ଷ୍ଟକ ବଜାରରେ ବୃଦ୍ଧି ହେଉଛି ବୋଲି ଅପ୍‌ଷ୍ଟକ୍ସର ନିର୍ଦେଶକ ପୁନୀତ ମାହେଶ୍ୱରୀ କହିଛନ୍ତି ।
ବର୍ତମାନ ଭାରତୀୟ ଷ୍ଟକ ବଜାରରେ ହୋଇଥିବା ସର୍ବକାଳୀନ ବୃଦ୍ଧି ସ୍ମଲ କ୍ୟାପ୍ ଷ୍ଟକ୍ ଓ ମିଡ୍ କ୍ୟାପ୍ ଷ୍ଟକ୍ ସହାୟତାରେ ହୋଇଛି ଯାହା ବିଏସ୍‌ଇରେ ତାଲିକାଭୁକ୍ତ ଥିବା କଂପାନିଗୁଡ଼ିକର ବଜାର ପୁଞ୍ଜି ପରିମାଣକୁ ଚଳିତ ବର୍ଷ ଜୁନ୍‌ରେ ରେକର୍ଡ ସ୍ତରରେ ପହଂଚାଇଛି ।
ଭାରତର ଉଲ୍ଲେଖନୀୟ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ନିବେଶକମାନଙ୍କ ବିଶ୍ୱାସରେ ବଡ଼ ଧରଣର ବୃଦ୍ଧି ହୋଇଛି । ଆମର ବିଶ୍ୱାସ ରହିଛି ଯେ ଭାରତୀୟ ଅର୍ଥନୀତି ପ୍ରଦାନ କରୁଥିବା ସୁଯୋଗ ଷ୍ଟକ ବଜାରରେ ପ୍ରତିଫଳିତ ହେବ ବୋଲି ପୁନୀତ ମାହେଶ୍ୱରୀ କହିଛନ୍ତି ।


Share It

Comments are closed.