ପରଲୋକରେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ


ଆରପାରିରେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ। ୮୩ ବର୍ଷ ବୟସରେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ଦେହାନ୍ତ। ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ପରଲୋକ। ଚିକିତ୍ସାଧୀନ ଅବସ୍ଥାରେ ସକାଳ ୫ଟା ୨୩ରେ ଦେହାନ୍ତ ସୂଚନା।ଦେହାନ୍ତ ନେଇ ସୂଚନା ଦେଲେ ପୁଅ ସମ୍ବିତ ରାଉତରାୟ। ଓଡ଼ିଶା ଇତିହାସରେ ଜଣେ ମହାଦ୍ରୁମ ଭାବେ ପରିଚିତ ଥିଲେ। ୮୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ତେବେ ଗୁରୁବାର ଦିନ  ବ୍ରେନଡେଡ୍ ଯୋଗୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଯାଇଥିଲା। ସେ ଭୁବନେଶ୍ୱରର କିମ୍‌ସ ହସ୍ପିଟାଲରେ ଲାଇଫ୍ ସପୋର୍ଟ ସିଷ୍ଟମରେ ଥିବା ବେଳେ ତାଙ୍କର ପରଲୋକ ଘଟିଛି।ତେବେ ତିନିମାସ ତଳେ ମଧ୍ୟ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଅସୁସ୍ଥ ହୋଇପଡିଥିଲେ। ଯକୃତରେ ପାଣି ଜମିଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।


Share It

Comments are closed.