ଏସ୍‌ବିଆଇ ଲାଇଫ୍ ପକ୍ଷରୁ “ପାପା ହୈ ନା” ଅଭିଯାନରେ ପିତାଙ୍କୁ ସଲାମ


ଭୁବନେଶ୍ୱର: ଏଥର ପିତୃତ୍ୱ ଦିବସରେ ଏସବିଆଇ ଲାଇଫ୍ ପକ୍ଷରୁ “ପାପା ହୈ ନା” ଡିଜିଟାଲ୍ ଅଭିଯାନ ଜରିଆରେ ପିତାମାନଙ୍କୁ ସଲାମ କରାଯାଇଛି । ଏଥର କଂପାନିର ଏହି ଅଭିଯାନରେ ପିଲାମାନଙ୍କ ପ୍ରତି ରହିଥିବା ଅମର୍ପଣ ଓ ଦୃଢ଼ତାର ଭାବକୁ ପ୍ରଦର୍ଶିତ କରି ବାପାମାନଙ୍କ ଆବେଗିକ ଯାତ୍ରାକୁ ଦର୍ଶାଯାଇଛି । ଏହି ଡିଜିଟାଲ୍ ସିନେମାରେ ଜଣେ ୧୫ ବର୍ଷୀୟ ଝିଅ ଋତିକା ଓ ତାଙ୍କ ବାପା ଦୀପକଙ୍କ ମଧ୍ୟରେ ରହିଥିବା ସମ୍ପର୍କକୁ ପ୍ରଦର୍ଶିତ କରାଯାଇଛି । ଋତିକା ଜଣେ ଫୁଟ୍‌ବଲ୍‌ପ୍ରେମୀ ହୋଇଥିବା ବେଳେ ମ୍ୟାଚ୍ ଖେଳୁଥିବା ବେଳେ ଆହତ ହେଉଛନ୍ତି । ଆହତ ଥିବା ସତ୍ୱେ ତାଲିମ ଜାରି ରଖିବାରୁ ତାଙ୍କ ବାପା ଦୀପକ ଚିନ୍ତିତ ହୋଇପଡ଼ୁଛନ୍ତି । ଏହା ପରେ ଆର୍ଟିଫିସିଆଲ ଇଟେଂଲିଜେନ୍ସକୁ ବ୍ୟବହାର କରି ଦୀପକ ନିଜ ଝିଅକୁ ସାହାଯ୍ୟ କରୁଛନ୍ତି । ସେଥିରୁ ଦୀପକ ଜାଣିପାରୁଛନ୍ତି ଯେ ଯୁବକ ଥିବା ବେଳେ ତାଙ୍କର ମଧ୍ୟ ଝିଅ ଭଳି ପ୍ରବଳ ଅଭିଳାଷ ରହିଥିଲା । ଏହା ଜାଣିବା ପରେ ଉଭୟ ବାପଝିଅଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କ ଗଢ଼ି ଉଠୁଛି ।
ଉକ୍ଷସମଳ ଭରକ୍ଷକ୍ଟଙ୍ଗ ଗ୍ଧକ୍ଟ ଙ୍ଖସରଙ୍ଗ ଗ୍ଧଷର ୟସଶସଗ୍ଧବକ୍ଷ ଲସକ୍ଷଜ୍ଞ: ଷଗ୍ଧଗ୍ଧକ୍ଟ୍ରଗ୍ଦ://ଚ୍ଚକ୍ଟଙ୍କଗ୍ଧଙ୍କ.ଭର/୦୩ୠ-ଖସ୭ଘକ୍ଷ୭ଣ
ଏହି ଅଭିଯାନ ସମ୍ପର୍କରେ ଏସ୍‌ବିଆଇ ଲାଇଫ୍‌ର ବ୍ରାଣ୍ଡ୍‌, କର୍ପୋରେଟ୍ ଯୋଗାଯୋଗ ଓ ସିଏସ୍‌ଆର୍ ଶ୍ରୀ ରବିନ୍ଦ୍ର ଶର୍ମା କହିଛନ୍ତି ଯେ, “ବାପାମାନେ ପ୍ରମୁଖ ଆୟକର୍ତା ଭାବେ ସର୍ବଦା ପରିଚିତ, କିନ୍ତୁ ବିଭିନ୍ନ ସମୟରେ ତାଙ୍କ ଭୂମିକା ବିଭିନ୍ନ ପର୍ଯ୍ୟାୟ ଦେଇ ଗତି କରିଥାଏ । ଅତୁଟ ସମର୍ପଣ ସହିତ ପ୍ରବଳ ଭଲ ପାଇବା ପ୍ରଦାନ କରିବାର ଏହି ଯାତ୍ରାରେ ଆଜିକାଲିର ବାପାମାନେ ହେଉଛନ୍ତି ସେହି ବ୍ୟକ୍ତି ଯିଏ ପିଲାମାନଙ୍କୁ ନିଜ ସ୍ୱପ୍ନ ପଛରେ ଗୋଡ଼ାଇବା ସହିତ ଜୀବନର ଆହ୍ୱାନ ଆଗରେ କେବେବି ହାରିନଯିବାକୁ କହୁଛନ୍ତି । ଏସବିଆଇ ଲାଇଫ୍‌ର ପାପା ହୈ ନା ଡିଜିଟାଲ୍ ସିନେମାରେ ପ୍ରତି ବାପାଙ୍କ ଅଭିଳାଷ ପଛରେ ଗୋଡ଼ଇବାକୁ ସ୍ୱୀକୃତି ପ୍ରଦାନ କରୁଥିବା ବେଳେ ନିଜ ପିଲାଙ୍କ ଉଦ୍ୟମକୁ ସହାୟତା ପ୍ରଦାନ କରିବା ସହ ତାଙ୍କ ପାଇଁ ପ୍ରେରଣା ଭାବେ ଠିଆ କରାଯାଉଛି । ନିଜ ପିଲାମାନଙ୍କ ସହ ଦୀର୍ଘସ୍ଥାୟୀ ସମ୍ପର୍କ ସୃଷ୍ଟି କରିବାରେ ଉଦ୍ୟମ କରୁଥିବା ବାପାମାନଙ୍କୁ ଆମର ପାପା ହୈ ନା ଅଭିଯାନ ଜରିଆରେ ଆମେ ଗଭୀର କୃତଜ୍ଞତା ଜଣାଉଛୁ । ସମସ୍ୟା ସତ୍ୱେ କେବେ ହାରିନଯିବା ଏବଂ ଆଗକୁ ବଢ଼ି ପିଲାମାନଙ୍କ ପାଇଁ ଆଶାର ଆଲୋକ ପାଲଟିଥିବା ବାପାମାନଙ୍କୁ ଆମେ ସଲାମ କରୁଛୁ ।’’
ଡେନ୍‌ସୁ କ୍ରିଏଟିଭ୍‌ର ଡିଜିଟାଲ୍ ଅନୁଭୂତି ସଭାପତି ସାହିଲ ଶାହ କହିଛନ୍ତି ଯେ, “ବିଗତ ବର୍ଷଗୁଡ଼ିକରେ ଆମ ଯୋଗାଯୋଗର କେନ୍ଦ୍ରୀୟ ଭାବନାକୁ ଆମେ ପାପା ହୈ ନା ଜରିଆରେ ପ୍ରକାଶ କରୁଥିବା ବେଳେ ଏଥର ଡେନ୍‌ସୁ କ୍ରିଏଟିଭ୍ ପକ୍ଷରୁ ବାପା ଓ ଝିଅଙ୍କ ଭିତରେ ରହିଥିବା ଭଲ ପାଇବାକୁ ପରିପ୍ରକାଶ କରିବା ଲାଗି ପ୍ରଯୁକ୍ତି ଓ ଆବେଗର ମିଶ୍ରଣ କରିବାକୁ ସ୍ୱତନ୍ତ୍ର ଉଦ୍ୟମ କରାଯାଇଛି । ଏଆଇ ପ୍ରଯୁକ୍ତିକୁ ବ୍ୟବହାର କରି ଆମେ ଏକ ରୋଚକ କାହାଣୀ ପ୍ରସ୍ତୁତ କରିଛୁ ଯାହା ନିଜ ପ୍ରିୟଜନଙ୍କ ଉପରେ ବାପାମାନଙ୍କ ଗଭୀର ପ୍ରଭାବ ଉପରେ ଗୁରୁତ୍ୱାରୋପ କରୁଛି । ସ୍ୱପ୍ନକୁ ଅନୁଧାବନ କରିବା ଲାଗି ସେମାନଙ୍କ ଅତୁଟ ସନ୍ଧାନ ଜରିଆରେ ବାପାମାନେ ମୂଲ୍ୟବାନ ଶିକ୍ଷା ପ୍ରଦାନ କରିବା ସହିତ ନିଜ ଅଭିଳାଷକୁ ପୂରଣ କରିବାରେ କେବେ ଅବହେଳା ନକରିବା ଲାଗି ପିଲାମାନଙ୍କୁ ବୁଝାଇଥାନ୍ତି । ନିଜ ପରିବାର ପ୍ରତି ସଂକଳ୍ପ ଓ ସମର୍ପଣର ଏହି ମିଶ୍ରଣରେ ସ୍ଥିରତା ଓ ଆଶାର ଏକ ଶକ୍ତିଶାଳୀ ବାର୍ତା ପ୍ରଦାନ କରାଯାଇଛି ଯାହା ଆମେ ବିଶ୍ୱାସ କରୁଛୁ ଯେ ଦର୍ଶମାନଙ୍କ ମନକୁ ଛୁଇଁବ ।’’


Share It

Comments are closed.