୨୦୨୩ ଶେଷ ଅବଧି ପାଇଁ ଏସବିଆଇ ଲାଇଫ ଇନସୁରାନ୍ସ ୨୬,୦୦୦ କୋଟିର ନୂତନ ବ୍ୟବସାୟ ପ୍ରିମିୟମ ପଞ୍ଜିକରଣ କରିଛି


ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ଜୀବନ ବୀମାକାରୀ ଏସବିଆଇ ଲାଇଫ ଇନସୁରାନ୍ସ ୩୧ ଡିସେମ୍ବର, ୨୦୨୩ ରେ ଶେଷ ହୋଇଥିବା ଅବଧି ପାଇଁ ୨୬,୦୦୦ କୋଟିର ଏକ ନୂତନ ବ୍ୟବସାୟ ପ୍ରିମିୟମ ପଞ୍ଜିକରଣ କରିଛି, ଯାହା ୩୧ଡିସେମ୍ବର, ୨୦୨୨ ରେ ଶେଷ ହୋଇଥିବା ଅବଧି ପାଇଁ ୨୧,୫୧୨ କୋଟିର ବ୍ୟବସାୟ ପ୍ରିମିୟମ ପଞ୍ଜିକରଣ କରିଥିଲା । ଏକକ ପ୍ରିମିୟମ ୩୧ ଡିସେମ୍ବର, ୨୦୨୨ ରେ ସମାପ୍ତ ହୋଇଥିବା ଅବଧି ଅନୁପାତରେ ୨୫% ବୃଦ୍ଧି ପାଇଛି ।
ସୁରକ୍ଷା ଉପରେ ଏକ ସ୍ପଷ୍ଟ ଫୋକସ୍ ପ୍ରତିଷ୍ଠା କରି, ଏସବିଆଇ ଲାଇଫ୍ ର ସୁରକ୍ଷା ନୂତନ ବ୍ୟବସାୟ ପ୍ରିମିୟମ୍ ୨,୯୭୨ କୋଟିରେ ପଞ୍ଜିକରଣ ହୋଇଛି । ବ୍ୟକ୍ତିଗତ ସୁରକ୍ଷା କ୍ଷେତ୍ରରେ ବ୍ୟବସାୟ ପ୍ରିମିୟମ ୬୬୭ କୋଟିର ପଞ୍ଜିକରଣ ହୋଇଛି ।
ଡିସେମ୍ବର ୩୧, ୨୦୨୩ ଶେଷ ହୋଇଥିବା ଅବଧି ପାଇଁ ଟିକସ ପରେ ଏସବିଆଇ ଲାଇଫ୍ ର ଲାଭ ୧,୦୮୩ କୋଟି ରହିଛି ।
କମ୍ପାନୀର ସଲଭେନ୍ସି ଅନୁପାତ ଯାହା ୧.୫୦ ର ନିୟାମକ ଆବଶ୍ୟକତା ବିରୁଦ୍ଧରେ ଡିସେମ୍ବର ୩୧, ୨୦୨୩ ସୁଦ୍ଧା ୨.୦୯ ରେ ଦୃଢ ସ୍ଥିତି ଜାରି ରହିଛି ।
ଏସବିଆଇ ଲାଇଫ୍ ର ଏୟୁଏମ୍ ଡିସେମ୍ବର ୩୧, ୨୦୨୩ ସୁଦ୍ଧା, ୨,୯୯,୯୮୭ କୋଟିରୁ ଡିସେମ୍ବର ୩୧, ୨୦୨୨ ଅନୁପାତରେ ୨୪% ବୃଦ୍ଧି ହୋଇ ୩,୭୧,୪୧୦ କୋଟିରେ ପହଞ୍ଚିଛି, ଯେଉଁଥିରେ ଋଣ-ଇକ୍ୱିଟି ମିଶ୍ରଣ ଅନୁପାତ ୬୫:୩୫ ରହିଛି ।
କମ୍ପାନୀର ୩,୧୨,୬୨୬ ତାଲିମପ୍ରାପ୍ତ ବୀମା ପ୍ରଫେସନାଲମାନଙ୍କର ଏକ ବିବିଧ ବିତରଣ ନେଟୱାର୍କ ଅଛି ଏବଂ ସମଗ୍ର ଦେଶରେ ୧,୦୨୮ କାର୍ଯ୍ୟାଳୟ ସହିତ ବ୍ୟାପକ ଉପସ୍ଥିତି, ବ୍ୟାଙ୍କର ଦୃଢ ଇନସୁରାନ୍ସ ଚ୍ୟାନେଲ, ଏଜେନ୍ସି ଚ୍ୟାନେଲ ଏବଂ କର୍ପୋରେଟ୍ ଏଜେଣ୍ଟ, ମଧ୍ୟସ୍ଥି, ବିକ୍ରୟ ବ୍ୟକ୍ତି (ପିଓଏସ୍‌), ବୀମା ମାର୍କେଟିଂ, ୱେବ୍ ଏଗ୍ରିଗେଟର୍ସ ଏବଂ ପ୍ରତ୍ୟକ୍ଷ ବ୍ୟବସାୟ ସଂସ୍ଥାକୁ ନେଇ ପରିଚାଳିତ ହେଉଛି ।


Share It

Comments are closed.