ଏସ୍‌ବିଆଇ ଲାଇଫ୍ ପକ୍ଷରୁ ୨୪ ଘଂଟିଆ ଇନ୍‌ବାଉଣ୍ଡ୍ କଂଟାକ୍ଟ ସେଂଟର’ର ଶୁଭାରମ୍ଭ


ଭୁବନେଶ୍ୱର: ଭାରତର ଅନ୍ୟତମ ସବୁଠୁ ବିଶ୍ୱାସଯୋଗ୍ୟ ଘରୋଇ ଜୀବନ ବୀମା କଂପାନି ଏସ୍‌ବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ବୀମା ସମାଧାନ ବିକ୍ରି ପୂର୍ବ ଓ ପରବର୍ତୀ ପ୍ରଶ୍ନଗୁଡ଼ିକର ଫଇସଲା କରିବା ଲାଗି ଏକ ଉତ୍ସର୍ଗୀକୃତ ଚବିଶ ଘଂଟିଆ ଇନ୍‌ବାଉଣ୍ଡ୍ କଂଟାକ୍ଟ ସେଂଟର୍‌ର ଶୁଭାରମ୍ଭ କରାଯାଇଛି । ଏଥିପାଇଁ ଦେୟମୁକ୍ତ ନମ୍ବର ହେଉଛି ୧୮୦୦୨୬୭୯୦୯୦ । ଗ୍ରାହକଙ୍କ ଅନୁଭୂତିକୁ ସମୃଦ୍ଧ କରିବା ଏବଂ ସେମାନଙ୍କ ସୁବିଧା ପାଇଁ ଆବଶ୍ୟକ ପ୍ରଶ୍ନଗୁଡ଼ିକର ମୁକାବିଲା କରିବା ଲାଗି ଦେଶର ପ୍ରଥମ ଘରୋଇ ବୀମା କଂପାନି ଭାବେ ଏସ୍‌ବିଆଇ ଲାଇଫ୍ ଏହି ବ୍ୟବସ୍ଥା ଆରମ୍ଭ କରିଛି ।
ବର୍ଷତମାମ ଚବିଶ ଘଂଟା ଏସ୍‌ବିଆଇ ଲାଇଫ୍‌ର ଏହି କଂଟାକ୍ଟ ସେଂଟର ସମ୍ଭାବ୍ୟ ଓ ପୁରୁଣା ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିବ । ଏହି ଚବିଶ ଘଂଟିଆ ଗ୍ରାହକ ସେବା କେନ୍ଦ୍ର ଜରିଆରେ କଂପାନି ତାଲିମପ୍ରାପ୍ତ ପ୍ରଫେସନାଲ୍‌ଙ୍କ ସହ ବାର୍ତାଳାପ କରାଇବାକୁ ଲକ୍ଷ୍ୟ ରଖିଛି । ଏହି କେନ୍ଦ୍ର ଉତ୍ପାଦ ଉପରେ ବୈଷୟିକ ସହାୟତା ପ୍ରଦାନ କରିବ କିମ୍ବା କିଣାକିଣି ଓ ଅନୁଭୂତି ସମ୍ପର୍କରେ ଗ୍ରାହକଙ୍କ ପ୍ରଶ୍ନର ଉତର ଦେବ । ଚବିଶ ଘଂଟା ଉପଲବ୍ଧ ଥିବା ସହାୟକ ଟିମ୍ ଜରିଆରେ ଏହା ଗ୍ରାହକମାନଙ୍କ ପ୍ରଶ୍ନର ଉତର ଦେଇ ସେମାନଙ୍କ ସମସୃାର ସମାଧାନ କରି ଗ୍ରାହକ ସନ୍ତୁଷ୍ଟିରେ ଉନ୍ନତି ଆଣିବ ।
ଏ ସମ୍ପର୍କରେ ଏସ୍‌ବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସର ଏମ୍‌ଡି ଓ ସିଇଓ ଶ୍ରୀ ମହେଶ କୁମାର ଶର୍ମା କହିଛନ୍ତି ଯେ, “ଘରୋଇ ଜୀବନ ବୀମା କ୍ଷେତ୍ରରେ ଗ୍ରାହକ ଅନୁଭୂତି ବଦଳାଇବା ଲାଗି ଆମର ରହିଥିବା ଲକ୍ଷ୍ୟ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ଚବିଶ ଘଂଟିଆ ଇନବାଉଣ୍ଡ୍ କଂଟାକ୍ଟ ସେଂଟର ଆମକୁ ସାରା ଦେଶର ଗ୍ରାହକଙ୍କ ସହ ଯୋଗଯୋଗରେ ରହିବା ସହିତ ସେମାନଙ୍କୁ ପଲିସି ସମ୍ପର୍କିତ ଏବଂ ବୀମା ସମାଧାନ ବିଷୟରେ ସେମାନଙ୍କ ସୁବିଧା ଅନୁସାରେ ବାସ୍ତବ ସମାଧାନ ପ୍ରଦାନ କରିବାରେ ସହାୟକ ହେବ । ଆମେ ଯାହା ବି କିଛି କରୁଛୁ ତାହାର ମୂଳରେ ଗ୍ରାହକଙ୍କୁ ରଖିବା ପ୍ରତି ଆମର ରହିଥିବା ଅତୁଟ ପ୍ରତିବଦ୍ଧତାର ପ୍ରତୀକ ହେଉଛି ଏହି ଅଭିଯାନ । ଏହା ହେଉଛି ଭରସା, ବିଶ୍ୱାସ ଓ ମାନସିକ ଶାନ୍ତି । ଆମ ଉତ୍ସର୍ଗୀକୃତ ଗ୍ରାହକ ସେବା କେନ୍ଦ୍ର ସୁବିଧାଜନକ ହୋଇଥିବା ବେଳେ ଏହା ବୀମା ପ୍ରଦାନ କରୁଥିବା ସୁରକ୍ଷା ଓ ସମ୍ଭାବନାକୁ ଭଲ ଭାବେ ବୁଝାଇବ । ଗ୍ରାହକମାନଙ୍କୁ ଚବିଶ ଘଂଟା ସହାୟତା ଦେବା ଲାଗି ଆମେ ପ୍ରସ୍ତୁତ ରହିଥିବା ବେଳେ ଆମେ ପ୍ରତିଟି ଲୋକଙ୍କୁ ସଶକ୍ତ, ସଚେତନ କରିବା ଏବଂ ବୀମା ଦୃଶ୍ୟପଟ୍ଟରେ ଉନ୍ନତି ଆଣିବାର ଯାତ୍ରା ଆରମ୍ଭ କରିଛୁ ।’’
ସେ କହିଛନ୍ତି ଯେ, “ଏହା ପଛର ଉଦ୍ଦେଶ୍ୟ ହେଉଛି ଗ୍ରାହକମାନଙ୍କୁ ଉତର, ସମାଧାନ ଏବଂ ଏକ ସାମଗ୍ରିକ ସକାରାତ୍ମକ ଅନୁଭୂତି ପ୍ରଦାନ କରିବା । ଗ୍ରାହକମାନଙ୍କୁ ଉତମ ସହାୟତା ପ୍ରଦାନ କରିବା ଲାଗି ଆମ ଅକ୍ଳାନ୍ତ ପ୍ରତିବଦ୍ଧତା ଏହି ବିଶ୍ୱାସ ଉପରେ ପର୍ଯ୍ୟବସିତ ରହିଛି ଯେ ବ୍ୟକ୍ତିଗତ ଭାବେ ମାନସିକ ଆଲୋଚନା ବହୁ ଲୋକଙ୍କୁ ବୀମାର ମୂଲ୍ୟ ବୁଝାଇବାରେ ଆମକୁ ସକ୍ଷମ କରିବ । ଆମେ ଆଶା କରୁଛୁ ଯେ ଏଭଳି ଅଭିଯାନ ଗ୍ରାହକ ସମ୍ପର୍କକୁ ସୁଦୃଢ଼ କରିବ ଏବଂ ସେମାନଙ୍କୁ ପୂର୍ବାପେକ୍ଷା ଉତମ ସେବା ପ୍ରଦାନ କରିବାରେ ସହାୟକ ହେବ ।’’
ଆମ ଗ୍ରାହକ ସେବା କେନ୍ଦ୍ରର ବର୍ତମାନ କ୍ଷମତା ହେଉଛି ବାର୍ଷିକ ପ୍ରାୟ ୧୩ ଲକ୍ଷ କଲ୍ ପରିଚାଳନା କରିବା । କଂପାନିର ଏକ ଇଟଂରଆକ୍ଟିଭ୍ ଭଏସ୍ ରେସ୍‌ପନ୍‌ସ ସିଷ୍ଟମ୍ (ଆଇଭିଆର୍‌ଏସ୍‌) ବ୍ୟବସ୍ଥା ବି ରହିଛି ଯେଉଁଥିରେ ୧୩ ସେଲ୍‌ଫ-ସର୍ଭିସ୍ ବିକଳ୍ପ ରହିଛି । ଏହି ନୂତନ ବ୍ୟବସ୍ଥା ଆରମ୍ଭ କରାଯାଇଥିବାରୁ କଂପାନି ଏହାର ସେବାରେ ଆହୁରି ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛି ।


Share It

Comments are closed.